ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୧୫ ଜୟନ୍ତୀ ଦିବସ ରାଜ୍ୟ କାର୍ଯ୍ୟାଳୟରେ ପାଳିତ

ଭାରତୀୟ ଜନତା ପାର୍ଟିର ଆର୍ଦଶ ତଥା ଭାରତୀୟ ଜନସଙ୍ଘର ପ୍ରତିଷ୍ଠାତା ସଭାପତି ଭାରତ କେଶରୀ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୧୫ ଜୟନ୍ତୀ ଦିବସ ଆଜି ପାର୍ଟି କାର୍ଯ୍ୟାଳୟ କୁଶାଭାଉ ଠାକ୍ରେ ହଲଠାରେ ପାଳିତ ହୋଇଯାଇଛି । ଅଖଣ୍ଡ ଭାରତରେ ବିଶ୍ୱାସ ରଖୁଥିବ ଶ୍ରୀ ମୁଖାର୍ଜୀ ସ୍ୱାଧୀନ ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ବିଭାଗର ମନ୍ତ୍ରୀ ଥିଲେ । ତକ୍ôାଳୀନ କଂଗ୍ରେସ ସରକାରଙ୍କ ବୈିଦେଶିକ ନୀତି ତଥା କାଶ୍ମୀର ନୀତିକୁ ବିରୋଧ କରିି ଡଃ ମୁଖାର୍ଜୀ ଆଇନ୍ ଅମାନ୍ୟ ଆନେ୍ଦାଳନକରି କରି କାଶ୍ମୀର ଜେଲରେ ବନ୍ଦୀ ହୋଇଥିଲେ ।

ସେ ଭାରତ ସରକାରଙ୍କ ସ୍ୱତନ୍ତ୍ର କାଶ୍ମୀର ନୀତି ଯୋଗୁଁ କାଶ୍ମୀରରେ ସ୍ୱତନ୍ତ୍ର ପତାକା, ସ୍ୱତନ୍ତ୍ର ଆଇନ ଏବଂ କାଶ୍ମୀରରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତେ ପ୍ରଧାନ ମନ୍ତ୍ରୀ ପଦବୀ ଘୋଷଣାକୁ ଦୃଢ ବିରୋଧ କରି ଜେଲ୍ ବରଣ କରିଥିଲେ । ପରିଶେଷରେ କାଶ୍ମୀର କାରାଗାରରେ ହିଁ ରହସ୍ୟ ଜନକ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସମସ୍ତ ବିଷୟର ସ୍ମତିଚାରଣ କରି ଏହି ଅବସରରେ ଉପସ୍ଥିତ ବରିଷ୍ଠ ନେତାମାନେ ଦଳୀୟ କାର୍ଯ୍ୟ କର୍ତ୍ତାଙ୍କ ନିକଟରେ ଉପସ୍ଥାପନ କରିବା ସହ ତାଙ୍କ କାର୍ଯ୍ୟ ଶୈଳୀ ଦ୍ୱାରା ଅନୁପ୍ରାଣିତ ହୋଇ ଦଳରେ ଗଠନାତ୍ମକ କାର୍ଯ୍ୟ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ସଂଗଠନ ପ୍ରସନ୍ନ କୁମାର ମିଶ୍ର, ବରିଷ୍ଠ ନେତା ବିଶ୍ୱ ଭୁଷଣ ହରିଚନ୍ଦନ, ବିଜୟ ମହାପାତ୍ର , ମନମୋହନ ସାମଲ, ପ୍ରତାପ ଷଢଙ୍ଗୀ, ସୁରମା ପାଢୀ, ପୃଥୀରାଜ ହରିଚନ୍ଦନ , ଭୃଗୁ ବକ୍ସିପାତ୍ର, ଡଃ ଯତୀନ ମହାନ୍ତି, ପ୍ରଭାତୀ ପରିଡା, ସଜ୍ନନ ଶର୍ମା ସମୀର ମହାନ୍ତି, ସୁଦୀପ୍ତ ରାୟ , ଅମୀୟ ଦାଶ, ଦିଲ୍ଲିପ୍ ମହାନ୍ତି, ଜଗନ୍ନାଥ ପ୍ରଧାନ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ବୋଲି ରାଜ୍ୟ ବିଜେପି ମିଡିଆ ସେଲ ପକ୍ଷରୁ ପ୍ରକାଶ ।

Share in top social networks!