ନବକଳେବର ଉପଲକ୍ଷେ, ଭଜନ ସିଡି “ହୃଦୟ ବଲ୍ଲଭ’ର ଲୋକାର୍ପଣ

10423929_1034637523215229_1216512339390047681_nସ୍ୱନାମଧନ୍ୟ କ=ଶିଳ୍ପୀ ସୁସ୍ମିତା ଦାସଙ୍କ ଗାଇଥ#ବା ୧୨ ଗୋଟି ଭକ୍ତି ସଂଗୀତ ଗୁଚ୍ଛକୁ ନେଇ ପ୍ରସ୍ତୁତ ଏକ ଅଡିଓ ସିଡି “ହୃଦୟ ବଲ୍ଲଭ’ର ଶୁଭ ଲୋକାର୍ପଣ ଆସନ୍ତାକାଲି, ୭ ତାରିଖ ମଙ୍ଗଳବାର ଦିନ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗର ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ପତି ଉପସ୍ଥିତି ରହି ଏହାର ଲୋକାର୍ପଣ କରିବେ । ଏହି ଅବସରରେ କ=ଶିଳ୍ପୀ ସୁସ୍ମିତା ଦାସ ଉକ୍ତ ସଂଗୀତ ଉପସ୍ଥାପନ କରିବେ ।
ବିଶିଷ୍ଟ ସଂଗୀତଜ୍ଞ ଓମ୍ ପ୍ରକାଶ ମହାନ୍ତିଙ୍କ ସଂଗୀତ ସଂଯୋଜନାରେ ପ୍ରାଚୀନ ଓ ମଧ୍ୟଯୁଗୀୟ କବିଙ୍କ ୬ ଗୋଟି ରଚନା ଓ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ୬ ଗୋଟି ସଂଗୀତ ଏହି ସିଡିରେ ସ୍ଥାନିତ ହୋଇଛି ।

Share in top social networks!