ଆମେରିକାନ୍ ଟାୱାର କର୍ପୋରେସନ ତରଫରୁ ବାଙ୍କି କୁସୁପାଙ୍ଗି ଉଚ୍ଚ ବିଦ୍ୟାଳୟକୁ ୩.୭୫ କିଲୋୱାଟ୍ କ୍ଷମତା ବିଶିଷ୍ଟ ୧୫ଟି ସୋଲାର ପ୍ୟାନେଲ ପ୍ରଦାନ

atcindiaଆମେରିକାନ୍ ଟାୱାର କର୍ପୋରେସନ (ଏଟିସି) ଇଣ୍ଡିଆ ସମାଜ ପ୍ରତି ଏହାର ଅଙ୍ଗୀକାରବଦ୍ଧତାକୁ ବଜାୟ ରଖିବା ପୂର୍ବକ ସ୍ୱଚ୍ଛତା, ସୋାଲାର ଏବଂ ହାଇଓଏଲ ଶିକ୍ଷା କାର୍ଯ୍ୟକ୍ରମର ଏକ ପୂର୍ଣ୍ଣାଙ୍ଗ ପ୍ରକଳ୍ପ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କି କୁସୁପାଙ୍ଗି ଉଚ୍ଚ ବିଦ୍ୟାଳୟରେ ଚଳିତ ସପ୍ତାହରେ ଉଦ୍ଘାଟିତ ହୋଇଯାଇଛି । ବାଙ୍କି ସବ୍ଡିଭିଜନ୍ ଏସ୍ଡିଏମ ଶ୍ରୀ ମନୋରଂଜନ ମଲ୍ଲିକ ଏହି ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ ଉଦ୍ଘାଟିତ କରିଥିଲେ । ଏଟିସି ର ବରିଷ୍ଠ ଅଧିକାରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।
ବିଦ୍ୟାଳୟର ପ୍ରଧାନଶିକ୍ଷକ, ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ବିଶେଷ ଭାବରେ ପ୍ରଂଶସିତ ହୋଇଛି । ଏହି ପ୍ରକଳ୍ପ ଅଧିନରେ ଏଟିସି ଇଣ୍ଡିଆ ତରଫରୁ କୁସୁପାଙ୍ଗି ଉଚ୍ଚ ବିଦ୍ୟାଳୟରେ ୩.୭୫ କିଲୋୱାଟ୍ କ୍ଷମତା ବିଶିଷ୍ଟ ୧୫ଟି ସୋଲାର ପ୍ୟାନେଲ ସ୍ଥାପନା କରାଯାଇଛି ଯାହାକି ବିଦ୍ୟୁତ ସରବରାହ ବ୍ୟାହତ ହେବା ସମୟରେ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବ । ଏହି ସୋଲାର ପ୍ୟାନେଲଗୁଡିକ ମଧ୍ୟ ଏଟିସି ତରଫରୁ ବିଦ୍ୟାଳୟରେ ସ୍ଥାପନା କରାଯାଇଥିବା ଦୁଇଟି କମ୍ପ୍ୟୁଟର କିଓସ୍କ ଏବଂ ଶୌଚାଳୟ ବ୍ୟବହାର ନିମନ୍ତେ ଜଳ ଯୋଗାଣରେ ମଧ୍ୟ ସହାୟକ ହେବ ।
ଏହି ଆମେରିକୀୟ କମ୍ପାନୀ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧତା ଅଂଶସ୍ୱରୂପ ପୂର୍ବ ଭାରତ ରାଜ୍ୟ ସମୂହ, ଆସାମ, ପଶ୍ଚିମବଙ୍ଗ୍, ବିହାର ଏବଂ ଓଡିଶାର ୧୬ଟି ବିଦ୍ୟାଳୟଗୁଡିକରେ ଏକ ସମନ୍ୱିତ ଯୋଜନାର ପ୍ରବର୍ତ୍ତନ କରିଛି । ଏହି ଯୋଜନାର ଅଂଶସ୍ୱରୂପ ଶିକ୍ଷା କେନ୍ଦ୍ର ଗୁଡିକୁ ସୋଲାର ପାୱାର ଷ୍ଟେସନ ସହାୟତାରେ ଛାତ୍ର ଏବଂ ଛାତ୍ରୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରି ସେଗୁଡିକୁ ପାଣି ଏବଂ ବିଦ୍ୟୁତ ଯୋଗାଇଦିଆଯାଉଛି । ଓଡିଶାରେ ଏହିଭଳିି ୩ଟି ସମନ୍ୱିତ ଯୋଜନା ଖୋର୍ଦ୍ଧାର ପରିଚୟ ପ୍ରତିଷ୍ଠାନ ଏବଂ ମୈତ୍ରୀ ବିହାର ଏବଂ କୁସୁପାଙ୍ଗି ଉଚ୍ଚ ବିଦ୍ୟାଳୟରେ ରୂପାୟନ କରାଯାଇଛି ।
ଏହି ସମନ୍ୱିତ ଯୋଜନା ହେଉଛି ଏଟିସି ଇଣ୍ଡିଆର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଅଂଶ ଯାହାକି ଶିକ୍ଷା ସହିତ ବୈଷୟିକ ଜ୍ଞାନକୌଶଳର ମିଶ୍ରଣର ଉଦେ୍ଧଶ୍ୟ । ଏହି ଯୋଜନାରେ ଏଟିସି ଇଣ୍ଡିଆ ହୋଲ-ଇନ୍-ଦି-ୱାଲ୍ ଏଜୁକେସନ (ହାଇୱେଲ୍) ଏବଂ ଏନଆଇଆଇଟି ପ୍ରତିଷ୍ଠାନ ସହିତ ଗ୍ରାମୀଣ ଏବଂ ଛୋଟ ଛୋଟ ସହରରେ ଅବହେଳିତ ପିଲାମାନଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ଶିକ୍ଷା ପ୍ରଦାନ ନିମନ୍ତେ ସହଭାଗିତା କରିଛି ।
ଆମେରିକାନ୍ ଟାୱାର କର୍ପୋରେସନ ଏହାର ମୂଲ୍ୟବୋଧକୁ ଅନୁସରଣ କରିବାପୂର୍ବକ, କମ୍ପାନୀ ବିଭିନ୍ନ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ମାଧ୍ୟମରେ, ସ୍ଥାନୀୟ ଗୋଷ୍ଠୀ ଏବଂ ଅଞ୍ଚଳ ସହିତ ସଂଶ୍ଳିଷ୍ଟ ହୋଇ ରହିବା ସହିତ ଏକ ସାମୂହିକ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିଥାଏ ।

Share in top social networks!