ଜୁନ ମାସ ସୁଦ୍ଧା ୩ ସରକାରୀମେଡିକାଲ କଲେଜ ଓ ହସପିଟାଲ ସମେତ ୩୨ ଜିଲ୍ଲା ମୁକ୍ୟ ଚିକିତ୍ସାଳୟ ଏବଂ ୨୭ ଉପଖଣ୍ଡ ଚିକିତ୍ସାଳୟରେ ନିରାମୟ କାର୍ଯ୍ୟକ୍ଷମ

atanuରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ ବ୍ୟବସ୍ଥା ନିରାମୟ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ପ୍ରକାଶ ଯେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗତ ଜୁନ ମାସ ଶେଷ ସୁଦ୍ଧା ୩ ଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ୩୨ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ୨୭ ଉପଖଣ୍ଡ ଚିକିତ୍ସାଳୟରେ ନିରାମୟ ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ମାସ ଶେଷ ସୁଦ୍ଧା ୩୭୭ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ୮୪ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଆରମ୍ଭ କରାଯିବ । ଗତ ଜୁନ ମାସରେ ପ୍ରାୟ ୪,୫.୬୦୧ ଜଣ ରୋଗୀ ଉପକୃତ ହୋଇଛନ୍ତି ।

ଦୈନିକ ହାରାହାରି ୧୫ ହଜାରରୁ ଅଧିକ ରୋଗୀ ବିଭିନ୍ନ ଡାକ୍ତରଖାନାର ବର୍ହି ବିଭାଗରେ ଏହି ସେବା ପାଇପାରିଛନ୍ତି । ନିରାମୟ ଯୋଜନା ଆରମ୍ଭ ହେବା ଦିନରୁ ଏ ପର୍ଯ୍ୟନ୍ତ ପରିଲିଖିତ ହେଉଥିବା ଅସୁବିଧା ସବୁକୁ ତୁରନ୍ତ ଦୁରକରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଓଡିଶା ମେଡିକାଲ ନିଗମ ପକ୍ଷରୁ ଦୈନିକ ଏହାକୁ ସମୀକ୍ଷା କରାଯାଉଛି । ଡାକ୍ତରଖାନା ମାନଙ୍କରେ ଭର୍ତି ହେଉଥିବା ରୋଗୀଙ୍କ ପାଇଁ ପ୍ରଦାନ କରାଯାଉଥିବା ଔଷଧର ପ୍ରକୃତ ଉପେଯାଗ ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିଦେ୍ର୍ଧଶ ଦେଇଛନ୍ତି । ନିଦାନ ଚିଠାର ଅଡିଟ୍ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ପୁରୀର ସମସ୍ତ ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଔଷଧ ମହଜୁଦ ରହିଛି ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ନିରାମୟ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ନିଗମ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଗୁଣାତ୍ମକ ଔଷଧ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିବା ପ୍ରକାଶ ।

ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ଓଡିଶା ଔଷଧ ନିଗମ ପରିଚାଳନା ନିଦେ୍ର୍ଧଶିକା ରୂପା ମିଶ୍ର , ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକ ଡାଃ ପ୍ରକାଶ ମହାପାତ୍ର , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଚିତରଞ୍ଜନ ନାୟକ , ଅତିରିକ୍ତ ସଚିବ ଗୋସ୍ୱାମୀ ଗୁଲାମ ଦେବତା ଏବଂ ଯୁଗ୍ମ ସଚିବ ସୁଜିତ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!