ଅନଶନର ଚତୁର୍ଥ ଦିନରେ ୧୯୫୪ ଭାଷା ଆଇନ କାର୍ଯ୍ୟକାରି ଦାବିରେ ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ୱର ତେଜିଲା

haRICHANDANଓଡିଆଭାଷା ସଂଗ୍ରାମ ସମିତିର ପକ୍ଷରୁ ଭାଷାପାଇଁ ଆୟୋଜିତ ଆମରଣ ଅନଶନ ଆଜି ଚତୁର୍ଥ ଦିନରେ ପହଞ୍ଚôଛି । ଅଥଚ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନାହିଁ । ଓଡିଆଙ୍କପାଇଁ ରାଜ୍ୟସରକାର ବିଭିନ୍ନ ସମୟରେ ଜାରି କରିଥିବା ସରକାରି ନିଦେ୍ର୍ଧଶନାମାର କାର୍ଯ୍ୟକାରିପାଇଁ ଗତ ୪ଦିନ ଧରି ଚାଲିଆସୁଥିବା ଅନଶନ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବାପାଇଁ ସରକାର ଏପର୍ଯ୍ୟନ୍ତ ଆଗ୍ରହୀ ହୋଇନାହାନ୍ତି । ତୃତୀୟମହଲରୁ କୌଣସି ନିଦେ୍ର୍ଧଶ ଆସି ନ ଥିବାରୁ ପ୍ରଶାସନ ମଧ୍ୟ କିଂକର୍ତ୍ତବ୍ୟବିମୂଢ ଅବସ୍ଥାରେ ଅଛନ୍ତି ।

ସରକାରଙ୍କ ଏହି ନିରବତା ଓଡିଶାବାସୀଙ୍କୁ ହତଚକିତ କରିଛି । ଓଡିଆଭାଷା ଆନେ୍ଦାଳନକୁ ସମର୍ଥନ ଜଣାଇ ଆଜି ଓଡିଶାର ସମସ୍ତ ଜିଲ୍ଲାର ସୂଚନା ଅଧିକାର ପ୍ରତିନିଧି ସମାବେଶ ଆମରଣ ଅନଶନ ସ୍ଥଳରେ ଘଟିଥିଲା । ଏଥିସହିତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଭାଷା ଆନେ୍ଦାଳନକୁ ଦୃଢ ସମର୍ଥନ କରିଥିଲେ । କବି ଓ ଅଧିବକ୍ତା ଶ୍ରୀଯୁକ୍ତ ଗଜାନନ ମିଶ୍ରଙ୍କ ସହିତ ଆଜି ଛବି ମାହାଲି, ଭରଦ୍ୱାଜ ମିଶ୍ର, ଦୁର୍ଗା ଦାସ, ଟୁନା ସ୍ୱାଇଁ, ପ୍ରତିଭା ଦାସ, ପ୍ରୀତି ନାୟକ, ତ୍ରିନାଥ ମହାରଣା ଆଦି ଯୋଗ ଦେଇଥିଲେ ।

ମଧ୍ୟାହ୍ଣରେ ଏକ ଡାକ୍ତରୀଦଳ ଆସି ଅନଶନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସାମାଜିକ କର୍ମୀ ପ୍ରଦୀପ ପଧାନ, ବିଶ୍ୱଜିତ ମହାନ୍ତି, ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଓଡିଶାର ବିଭିନ୍ନ ରାଜ୍ୟରୁ ଆସିଥିବା ସୂଚନା ଅଧିକାର କର୍ମୀଗଣ ଅନଶନ ସ୍ଥଳରେ ପହଞ୍ଚô ଓଡିଆ ଭାଷା ଆନେ୍ଦାଳନରେ ସାମିଲ ହେବାକୁ ସଂକଳ୍ପ ଗ୍ରହଣ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଗଣ ଉପସ୍ଥିତ ରହି ଏହି ଆନେ୍ଦାଳନକୁ କ୍ରିୟାଶୀଳ କରିବାପାଇଁ ଶପଥ ନେଇଥିଲେ ।

ସମିତିର ରାଜ୍ୟ ଆବାହକ ଶଙ୍କର୍ଷଣ ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅନଶନ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ସର୍ବଶ୍ରୀ ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ସୁଦୀପ୍ତ ରାୟ, ଅନିଲ ଦାସ, ଦିଲ୍ଲିପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଓମପ୍ରକାଶ ମିଶ୍ର, ରତିକାନ୍ତ ଦାସ, ମନ୍ମଥ ମହାନ୍ତି, ବସନ୍ତ ନାୟକ, ସୁରଥ ବିଶ୍ୱାଳ, ବିଶ୍ୱରଂଜନ ବଡଜେନା, ଶ୍ରୀରଂଜନ ମଙ୍ଗରାଜ, ଦିଲ୍ଲିପ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବାବେଳେ ବାମପନ୍ଥୀ ନେତା ଶ୍ରୀଯୁକ୍ତ ନାରାୟଣ ରେଡ୍ଡୀ, ଦେବପ୍ରସାଦ ପରିଜା, ସୁର ଜେନା, ପ୍ରାକ୍ତ ବିଧାୟକ ରାଧାକାନ୍ତ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ । ବରିଷ୍ଠ ରାଜନେତା ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ନିରଂଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ପ୍ରାକ୍ତନ ସାଂସଦ ଭକ୍ତ ଚରଣ ଦାସ, କୈଳାସଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀ ଗୋବିନ୍ଦ ଭୂୟାଁ, ସସ୍ମିତା ବେହେରା, ସଂଗୀତା ମାଝୀ, ରବିନ୍ଦ୍ର ବେହେରା, ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକ, ଅଜୟ ଜେନା, ବିଶିଷ୍ଟ ଲେଖକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଭାପତି ସାତକଡି ହୋତା, ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତି, କୋରେଇ ସାହିତ୍ୟ ମଣ୍ଡଳର ସଭାପତି ସୂର୍ଯ୍ୟମଣୀ ଖୁଣ୍ଟିଆ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ଆଦିକନ୍ଦ ସାହୁ, କବି ଉମାକାନ୍ତ ରାଉତ, ସନ୍ତୋଷ କୁମାର ପାତ୍ର, ଓଡିଆସାଥୀ ସଂଯୋଜକ ଅରୁଣସାହୁ, ଆବାହକ ଡଃ ସୁବ୍ରତ ପୃଷ୍ଟି, କବି କେଦାର ମିଶ୍ର, ପ୍ରଫେସର ଡଃ କୁଳମଣି ନାୟକ, ପୂଜ୍ୟପୂଜା ପରିଷଦ ଆବାହକ ପଦ୍ମାକର ଗୁରୁ, ବରିଷ୍ଠ ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳ, ସୁଭାଷ ପଟ୍ଟନାୟକ ପ୍ରମୁଖ ନିଜର ମତ ରଖିଥିଲେ ।

ଆସନ୍ତା କାଲି ଓଡିଆଭାଷା ରୋଜଗାରର ଭାଷା ଓ ଜ୍ଞାନବିଜ୍ଞାନର ଭାଷା ଦାବିରେ ଓଷ୍ଟା ତରଫରୁ ଏକ ବିଶାଳ ଶୋଭାଯାତ୍ରା ରାମମନ୍ଦିର ଛକରୁ ବାହାରି ଆମରଣ ଅନଶନ ସ୍ଥଳରେ ଆସି ପହଞ୍ଚôବା ସହିତ ରାଜ୍ୟ ସରକାରଙ୍କୁ ସତର୍କ ଚେତାବନୀ ଦିଆଯିବ । ଆଜି ଆମରଣ ଅନଶନକୁ ସମର୍ଥନ ଜଣାଇ ଦିଲ୍ଲୀର ବୁଦ୍ଧିଜୀବୀଙ୍କ ପକ୍ଷରୁ ଓଡିଶା ସରକାରଙ୍କ ରେସିଡେଣ୍ଟ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ କୁଜଙ୍ଗ ତହସିଲଦାର କାର୍ଯ୍ୟାଳୟ ଓ ସୁଶୀଲ ପଣ୍ଟାଙ୍କ ନେତୃତ୍ୱରେ ଆଜି କଳାହାଣ୍ଟି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆଗାମୀ ଦିନରେ ଏହା ଓଡିଶାର ସମସ୍ତ ଜିଲ୍ଲା, ବ୍ଲକ, ତହସିଲ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଦି ସମସ୍ତ ସରକାରି କାର୍ଯ୍ୟାଳୟରେ ବିକ୍ଷୋଭ, ପ୍ରତିବାଦସଭାମାନ ଆୟୋଜନ କରାଯିବ ବୋଲି ଓଡିଆଭାଷା ସଂଗ୍ରାମ ସମିତି ପକ୍ଷରୁ ସୂଚନା ମିଳିଛି ।

Share in top social networks!