ଯୋଗାଣ ବିଭାଗର ସମୀକ୍ଷା ବୈଠକ, ଉଭୟ ଖରିଫ୍ ଓ ରବି ଋତୁରେ ମୋଟ ୫୨ ଲକ୍ଷ ୯ ହଜାର ୭୮ ମେଟି୍ରକ୍ ଟନ୍ ଧାନ ସଂଗ୍ରହ ହୋଇଛି

୨୦୧୪-୧୫ ଖରିଫ ଓ ରବି ଋତୁରେ ମୋଟ ୫୨ ଲକ୍ଷ ୯ ହଜାର ୭୮ ମେଟି୍ରକ୍ ଟନ୍ଧା ନ ସଂଗ୍ରହ ହୋଇଛି ଏବଂ ଏ ବାବଦକୁ ଚାଷୀମାନଙ୍କୁ ପ୍ରାୟ ୭ ହଜାର ୮୫ କୋଟି ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଇଛିା ବର୍ତ୍ତମାନ ସୁଦ୍ଧା ଏଫ୍.ସି.ଆଇକୁ ୧୦,୮୭,୭୪୨ ମେଟି୍ରକ ଟନ୍ଚା ଉଳ ଦିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ସୂଚନା ମିଳିଛିା

ଚଳିତବର୍ଷ ବିକେନ୍ଦ୍ରୀକରଣ ଧାନ ସଂଗ୍ରହ ବ୍ୟବସ୍ଥାରେ ୭ ଲକ୍ଷ ୫୦ ହଜାର ଚାଷୀ ଅଂଶଗ୍ରହଣ କରିଥ#ବା ବେଳେ ପି-ପାସ୍ ମାଧ୍ୟମରେ ଚାଷୀମାନଙ୍କୁ ଆକାଉଣ୍ଟକୁ ସିଧାସଳଖ ଧାନର ସହାୟକ ମୂଲ୍ୟ ବାବଦକୁ ୩,୮୨୬ କୋଟି ଟଙ୍କା ଦିଆଯାଇଛିା ରବି ଋତୁରେ ଅଦ୍ୟାବଧ# ୧୧ ଲକ୍ଷ ୯୫ ହଜାର ମେଟି୍ରକ୍ ଟନ୍ ଧାନ ସଂଗ୍ରହ ହୋଇଛିା

ଏବଂ ଏହି ଧାନ ୨୧ ଜିଲ୍ଲାର ଚାଷୀମାନଙ୍କ ଠାରୁ ସଂଗୃହୀତ ହୋଇଛିା ରବି ଧାନ ସଂଗ୍ରହରେ ଯୋଗାଣ ନିଗମ, ମାର୍କଫ୍ଡେ, ନାଫେଡ୍, ଟିଡିସିସି ଓ ନାକଫ୍ ଅଂଶଗ୍ରହଣ କରିଥ#ବା ବେଳେ ଯୋଗାଣ ନିଗମ ୧୧ ଲକ୍ଷ ୩୮ ହଜାର ମେଟି୍ରକ୍ ଟନ୍ ଧାନ ସଂଗ୍ରହ କରିଛିା ଆଗାମୀ ସମୟରେ ପି-ପାସ୍ ବ୍ୟବସ୍ଥାକୁ ବର୍ତ୍ତମାନର ୬୦ ବ୍ଲକ୍ରୁ ୧୬୦ ବ୍ଲକ୍କୁ ସଂପ୍ରସାରିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛିା

ଚଳିତବର୍ଷ ଉଭୟ ଖରିଫ୍ ଓ ରବି ଋତୁରେ ଧାନ ବାବଦକୁ ଚାଷୀମାନଙ୍କୁ ପ୍ରାପ୍ୟ ଆକରରେ ଦିଆଯାଇଥ#ବା ୭ହଜାର ୮୫ କୋଟି ଟଙ୍କା ଓଡ଼ିଶାର ଗ୍ରାମ୍ୟ ଅର୍ଥନୀତିକୁ ବହୁ ଭାବରେ ସମୃଦ୍ଧ କରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ବର୍ମା ଆଶାପ୍ରକାଶ କରିଛନ୍ତିା ଏହି ବୈଠକରେ ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀ, ଯେଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ନାୟକ, ଅତିରିକ୍ତ ଶାସନ ସଚିବ ରନ#ାକର ରାଉତ, ଅତିରିକ୍ତ ଶାସନ ସଚିବ ରଘୁନାଥ ମହାନ୍ତି ଓ ବିଭାଗୀୟ ବରିଷ୍ଠ ଅଧ#କାରୀମାନେ ଯୋଗଦେଇଥ#ଲୋ

Share in top social networks!
Powered By Indic IME