ଓ୍ୱାଶିଂଟନରେ ପ୍ରବାସୀ ଓଡ଼ିଆଙ୍କ ସମ୍ମିଳନୀ; ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଭାଗୀଦାର ହେବାକୁ ଗୁରୁତ୍ୱ

OSAAAଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ପ୍ରବାସୀ ଓଡ଼ିଆମାନେ କାୟମନୋବାକ୍ୟରେ ଉଦ୍ୟମ କରିବା ଆବଶ୍ୟକା ଓଡ଼ିଶାର ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ବିକାଶ ଧାରାକୁ ବ୍ୟାପକ କରିବାରେ ସେମାନଙ୍କର ଯଥେଷ୍ଟ ଭୂମିକା ରହିଛି ବୋଲି “ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ୍’(ଓସା)ର ବାର୍ଷିକ ଅଧ#ବେଶନରେ ମତପ୍ରକାଶ ପାଇଛିା

ଓ୍ୱାଶିଂଟନ ଡିସିସ୍ଥିତ କେନେଡି ସେଣ୍ଟରରେ “ଓସା’ର ୪୬ତମ ବାର୍ଷିକ ଅଧ#ବେଶନ ଆରମ୍ଭ ହୋଇଛିା ଗ୍ଲୋବାଲ ଓଡ଼ିଶା କନ୍ଭେନ୍ସନ୍ ନାମିତ ଏହି ଅଧ#ବେଶନର ଉଦ୍ଘାଟନୀ ପର୍ବରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥ# ଭାବେ ଯୋଗଦେଇ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ସର୍ବାଙ୍ଗୀନ ବିକାଶରେ
ଭାଗୀଦାରିତା ପ୍ରଦର୍ଶନ କରିବା ପାଇଁ ଆହ୍ୱାନ ଜଣାଇଛନ୍ତିା

ଗତକାଲି ଆରମ୍ଭ ହୋଇଥ#ବା ଏହି ଅଧ#ବେଶନ ଚାରିଦିନ ଧରି ଚାଲିବା ବିଶ୍ୱପ୍ରସିଦ୍ଧ ନବକଳେବରକୁ ଦୃଷ୍ଟିରେ ରଖ# ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଆଲୋଚନା, ଓଡ଼ିଶାର ପର୍ଯ୍ୟଟନ ବିଭବ ଓ ବୌଦ୍ଧ କୀର୍ତ୍ତିକୁ ନେଇ ପ୍ରଦର୍ଶନୀ, ଆଲୋଚନା ଚକ୍ର ଓ ରୋଡ୍ ସୋ ସାଙ୍ଗକୁ ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ବିକାଶ ସଂପର୍କିତ ସେମିନାର୍ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତା ଉଦ୍ଘାଟନ ଅଧ#ବେଶନରେ “ଓସା’ର ସଭାପତି ଡ. ତପନ ପାଢୀ, ଉପସଭାପତି ଶିଖଣ୍ଡ ଶତପଥୀ, ଡା. ଭକ୍ତ ରଥ ଓ ପ୍ରତାପ ଦାସ ପ୍ରମୁଖ ଉପସ୍ଥିତ ଥ#ଲୋ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ତାଙ୍କ ଶିଳ୍ପୀ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ
କରିଥ#ଲୋ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ “ଆମାଜିଙ୍ଗ୍ ଓଡ଼ିଶା’ ନାମରେ ସ୍ଥାନିତ କରାଯାଇଛିା

ଆମେରିକାରେ ବସବାସ କରୁଥ#ବା ଦ୍ୱିତୀୟ ପିଢି ଓଡ଼ିଆମାନଙ୍କୁ ଓଡ଼ିଶା ସଂପର୍କରେ ଅଧ#କ ଆଗ୍ରହୀ ଓ ସଚେତନ କରିବା ନିମନ୍ତେ ସଂଗଠନ ବିଶେଷ ଗୁରୁତ୍ୱ ଦେଇଥ#ବାରୁ ଅତିଥ#ମାନେ “ଓସା’ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥ#ଲୋ

Share in top social networks!