ଭାଷା ଆଇନ-୧୯୫୪ କାର୍ଯ୍ୟକାରି ଦାବିରେ ଅନଶନ ଦ୍ୱିତୀୟ ଦିନରେ; ବହୁ ବିଶିଷ୍ଟ ଲୋକ ଓ ରାଜନୈତିକ ଦଳଙ୍କ ବିପୁଳ ସମର୍ଥନ

anasanaଓଡିଶା ସରକାରି ଭାଷା ଅଧିନିୟମ୧୯୫୪ ତୁରନ୍ତ କାର୍ଯ୍ୟକାରି କରିବା ଉଦେ୍ଧଶ୍ୟରେ ଓଡିଆଭାଷା ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚôଛି । ସମିତିର ରାଜ୍ୟ ଆବାହକ ଶଙ୍କର୍ଷଣ ପରିଡାଙ୍କ ପୌରହିତ୍ୟରେ କବି ଓ ଅଧିବକ୍ତା ଶ୍ରୀଯୁକ୍ତ ଗଜାନନ ମିଶ୍ର, ମଧୁମିତା ସାମଲ ଓ ସଂଜୀବ ପରିଡା ତ୍ରିମୂର୍ତ୍ତୀଙ୍କ ସହିତ ଆଜି ବିଶିଷ୍ଟ ସାମ୍ବାଦିକ ଶ୍ରୀ ସୁଭାଷ ପଟ୍ଟନାୟକ ଏହି ଆମରଣ ଅନଶନରେ ଯୋଗ ଦେଇଥିଲେ ।

ପୂର୍ବାହ୍ଣ ୧୦ଟାରେ ଏକ ଡାକ୍ତରିଦଳ ଆସି ଅନଶନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଭିନ୍ନ ରାଜନୈତିକ ଦଳ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସୁଅ ଅନଶନ କାର୍ଯ୍ୟସ୍ଥଳକୁ ଛୁଟିଥିଲା । ବିଶିଷ୍ଟ ରାଜନେତା ଶ୍ରୀ ନିରଂଜନ ପଟ୍ଟନାୟକ, ପ୍ରାକ୍ତନ ସାଂସଦ ଡଃ କାର୍ତ୍ତିକେଶ୍ୱର ପାତ୍ର, ଅନନ୍ତ ସେଠୀ, ବିଶିଷ୍ଟ କବି ଓ ପ୍ରଶାସକ, ରମାକାନ୍ତ ରଥ, ଦିଲ୍ଲୀରେ ରହୁଥିବା ବିଶିଷ୍ଟ ଲେଖକ ଡଃ ଜଗନ୍ନାଥ ପ୍ରସାଦ ଦାସ, ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ସରକାରୀ ସଚେତକ ଅଜୟ ଜେନା, କବି ଅମୀୟ ପାଣ୍ଡବ, କବି ଉମାକାନ୍ତ ରାଉତ, ବାଲେଶ୍ୱରର ବିଶିଷ୍ଟ ସାହିତି୍ୟକା ଡଃ ଶୁଭଶ୍ରୀ ଲେଙ୍କା, ବରିଷ୍ଠ ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳ, ପ୍ରଶାନ୍ତ ପଟ୍ଟନାୟକ, କେନ୍ଦ୍ରସାହିତ୍ୟ ଏକାଡେମୀର ଓଡିଆ ପରାମର୍ଶଦାତା ଡଃ ଗୌରହରି ଦାସ, ସଦସ୍ୟ ବନୋଜ ତ୍ରିପାଠୀ, ଓଡିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର, ସଚିବାଳୟ ଲେଖକ ସଂଘର କାର୍ଯ୍ୟକାରି ସଭାପତି ରସାନନ୍ଦ ସାହୁ, ସମ୍ପାଦକ କବି କମଳକୁମାର ମହାନ୍ତି, ସ୍ମୃତିଲିପିର ସମ୍ପାଦକ ଭୂବନ ମୋହନ ମହାନ୍ତି, ନାରୀନେତ୍ରୀ ଋତୁପର୍ଣ୍ଣା ମହାନ୍ତି ପ୍ରମୁଖ ଶତାଧିକ କବି, ସାହିତି୍ୟକ ଆଦି ଉପସ୍ଥିତ ରହି ଶୁଭକାମନା ପ୍ରଦାନ କରିଥିଲେ ।

ସେହିପରି ଆମଓଡିଶା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ଭାରତୀୟ କମ୍ୁ୍ୟନିଷ୍ଟ ପାର୍ଟିର ଶ୍ରୀ ଜନାର୍ଦ୍ଧନ ପତି, ସନ୍ତୋଷ ଦାସ, ଅଳିକିଶୋର ପଟ୍ଟନାୟକ, ଆମଆଦମୀ ପାର୍ଟିର ରାଜ୍ୟ ସଂଯୋଜକ ଧନଦାକାନ୍ତ ମିଶ୍ର, ସମାଜବାଦୀପାର୍ଟିର ରାଜ୍ୟ ସଭାପତି ରବିବେହେରା ଆଦି ରାଜନେତାଗଣ ନିଜ ସମର୍ଥକଙ୍କ ଗହଣରେ ଉପସ୍ଥିତ ରହି ଏହି ଆନେ୍ଦାଳନକୁ ଦୃଢ ସମର୍ଥନ କରିବା ସହିତ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଥିଲେ । ବେଆଇନ, ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଓଡିଆଭାଷା ଓ ଜାତି ଉପରେ କରାଯାଇ ଆସୁଥିବା କ୍ରମାଗତ ଅତ୍ୟାଚାର ବିରୁଦ୍ଧରେ ଦୃଢ ସ୍ୱର ଉତ୍ତୋଳନ କରି ପ୍ରତ୍ୟେକ ଓଡିଆ ମାତୃଭାଷାର ସ୍ପର୍ଦ୍ଧା ଓ ସ୍ୱାଭିମାନପାଇଁ ଓଡିଆଭାଷା ସଂଗ୍ରାମ ସମିତି ସମଗ୍ର ଓଡିଶାରେ କ୍ରିୟାଶୀଳ ଜନଆନେ୍ଦାଳନ ଭାବରେ ଗଢି ତୋଳିବାପାଇଁ ଗତ କାଲିଠାରୁ ଆରମ୍ଭ ହୋଇଥିବା ସରକାରି ଭାଷା ଆଇନ ୧୯୫୪ କାର୍ଯ୍ୟକାରି ହେବା ପର୍ଯ୍ୟନ୍ତ ଆମରଣ ଅନଶନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଓଡିଆଭାଷା ସଂଗ୍ରାମ ସମିତି ସୂତ୍ରରୁ ପ୍ରକାଶ ।

ଆସନ୍ତା କାଲି ଆମରଣ ଅନଶନରେ ଓଡିଶା ପୂଜ୍ୟପୂଜା ସଂସଦର ସଭାପତି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଜଗଦେ୍ଧବ ଓ ପ୍ରତୀକ ଅନଶନରେ ଡଃ ବିଜୟ ପୃଷ୍ଟି, ଡଃ କୁଳମଣି ନାୟକ, ଖଗେଶ୍ୱର ବଳ, ଅପର୍ଣ୍ଣା ନାୟକ, ଅଜୟ ଜେନା, ପ୍ରିୟନାଥ ଆଚାର୍ଯ୍ୟ, ସନ୍ତୋଷ ପଣ୍ଡା ଆଦି ଯୋଗ ଦେବେ । ଆସନ୍ତା କାଲି ଓଡିଶା ପୂଜ୍ୟପୂଜା ସଂସଦ ପକ୍ଷରୁ ଆମରଣ ଅନଶନକୁ ସମର୍ଥନ ଜଣାଇ ଶତାଧିକ ସତ୍ୟାଗ୍ରହୀ ଅନଶନରେ ଯୋଗଦାନ କରିବେ ।

ଆଜିର ସନ୍ଧ୍ୟାରେ ଓଡିଆଭାଷା, ସାହିତ୍ୟ, ସଂସ୍କୃତିଭିତ୍ତିକ ମନୋଜ୍ଞ କବିତା ପାଠ ଆସର ଆୟୋଜନ କରାଯାଇ ଭାବଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କବି ଉମାକାନ୍ତ ରାଉତ ସଂଯୋଜନା କରିଥିବାବେଳେ ୨୧ଜଣ ବିଶିଷ୍ଟ କବି ସ୍ୱରଚିତ କବିତା ପାଠ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଓଡିଆ ଭାଷା ସଂଗ୍ରାମ ସମିତିର ଯୁଗ୍ମ ଆବାହକ ଡଃ ସୁବ୍ରତ କୁମାର ପୃଷ୍ଟି ଓ ସମ୍ପାଦକ କାହ୍ନୁଚରଣ ବେହୁରା, କାର୍ଯ୍ୟକାରୀ ସମିତି ସଦସ୍ୟ ଡଃ କୁଳମଣି ନାୟକ, ପଦ୍ମାକର ଗୁରୁ ପ୍ରମୁଖ ପରିଚାଳନା କରିଥିଲେ ।

Share in top social networks!