ତୃତୀୟ ଦିନରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ରଥକୁ ବିପୁଳ ସମ୍ବର୍ଦ୍ଧନା

11692487_1619155338301477_3966324754839859686_nଭାରତୀୟ ଜନତା ପାର୍ଟି ଆହ୍ୱାନରେ ଦାରୁ ଅନ୍ୱେଷଣ, ଚତୁର୍ଦ୍ଧାମୂର୍ତ୍ତିଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ଏବଂ ନବକଳେବର ପ୍ରସ୍ତୁତିର ମହାବିଭ୍ରାଟ ପ୍ରତିବାଦରେ ଆୟୋଜିତ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆଜି ତୃତୀୟ ଦିନରେ ମୟୁରଭଞ୍ଜ ଜିଲ୍ଲା ଉଦଳାରୁ ଯାତ୍ରା ଆରମ୍ଭ ହୋଇଥିଲା । ଉଦଳା ଠାରେ ଆୟୋଜିତ ଏକ ବିଶାଳ ଜନ ସମାବେଶକୁ ରାଜ୍ୟର ଉପ ସଭାପତି ଶ୍ରୀ ପ୍ରତାପ ଷଡଙ୍ଗୀ ଓ ଶ୍ରୀ ରୁଦ୍ର ନାରାୟଣ ପାଣି ସମ୍ଭୋଧନ ଦେଇ ରାଜ୍ୟ ସରକାରଙ୍କର ଅପାରଗତା ଏବଂ ମନମୁଖୀ ଶାସନ ବିରୋଧରେ ତୀବ୍ର ଅସୋନ୍ତଷ ପ୍ରକାଶ କରିଥିଲେ ।

ଏହି ମହାବିଭ୍ରାଟ ପାଇଁ ସମଗ୍ର ବିଶ୍ୱବାସୀ କେବେହେଲେ କ୍ଷମା ଦେବେ ନାହିଁ ଏବଂ ଆଗାମୀ ଦିନରେ ଜନତା ଏହାର ଉଚିତ୍ ଜବାବ୍ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହା ପରେ ଏହି ରଥକୁ ୨୦୦ରୁ ଊର୍ଦ୍ଧ ମଟର୍ସାଇକଲଯୁକ୍ତ ଶୋଭାଯାତ୍ରାରେ ବାଲେଶ୍ୱର ଅଭିମୁଖେ ଆଗେଇ ନେଇଥିଲେ । ରାସ୍ତାରେ ଏହି ସୁରକ୍ଷା ଯାତ୍ରାର ରଥକୁ ଖୁଣ୍ଟା, ବାରିପଦା, ବଇଶିଙ୍ଗା ଠାରେ ସାଧାରଣ ଜନତାଙ୍କ ସହ ସ୍ଥାନୀୟ ଅଂଚଳର ମା’ ଉଭଣୀମାନେ ସ୍ୱାଗତ କରିବା ସହିତ ହୁଳ ହୁଳି ଦେଇ ବନ୍ଦାପନା କରିଥିଲେ । ‘ଜୟ ଜଗନ୍ନାଥ’ ଧ୍ୱନିରେ ସ୍ଥାନୀୟ ଅଂଚଳ ମୁଖରିତ ହୋଇଥିବାର ଲକ୍ଷ କରାଯାଇଥିଲା । ବାଲେଶ୍ୱରଠାରେ ପହଂଚିବାପରେ ଦଳର ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର ଉପସ୍ତିତ ସମବେତ ଜନତାଙ୍କୁ ଉଦ୍ବୋଧ ଦେଇ କହିଥିଲେ ଯେ ଏ ସରକାର ଅଧାର୍ମିକ, ଏ ସରକାରର ନୀତିନିଷ୍ଠା ଓ ଜଗନ୍ନାଥ ପ୍ରତି ଆଦୋ÷ଁ ଆସ୍ଥା ନାହିଁ । କେବଳ ଯେନତେନ ଭାବେ ନବକଳେବର ସାରିବା ପାଇଁ ଅସାଧୁ ଲୋକଙ୍କୁ ଏ ସରକାର ପ୍ରୋସôାହିତ କରିଛି । ନବକଳେବରର ରାଜନୈତିକ ଫାଇଦା ଓ ବ୍ୟବସାୟିକ ଫାଇଦା ନେବା ଏ ସରକାର ଭିତିରି ଉଦେ୍ଧଶ୍ୟ ମାତ୍ର ।

ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଏ ଘଟଣା ଖୁବ୍ ବାଧିଛି । ସରକାର ଏହି ବିଭ୍ରାଟ ପାଇଁ ଦାୟୀ ମୁଖ୍ୟ ପ୍ରଶାସକଙ୍କୁ ତୁରନ୍ତ ବହିଷ୍କାର କରି ଭକ୍ତଙ୍କ ମନରେ ବିଶ୍ୱାସଜାତ କରାନ୍ତୁ । ମୁଖ୍ୟମନ୍ତ୍ରୀ ପ୍ରାୟଶ୍ଚିତ ରୁପେ ଏଥିପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ । ଏହି ଯାତ୍ରାର ସଫଳତା ଏବଂ ବିକ୍ଷୁବ୍ଧ ଜନ ମାନସକୁ ପ୍ରଭାବିତ କରିବା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ମିଳିତ ଭାବେ ବିଭିନ୍ନ ଚକ୍ରାନ୍ତ କରୁଛନ୍ତି ବୋଲି ସେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଏହି ଅବସରରେ ବରିଷ୍ଠ ନେତା ମନମୋହନ ସାମଲ, ବିଷ୍ଣୁ ସେଠୀ, ଯତୀନ୍ ମହାନ୍ତି, ସୁଦୀପ୍ତ ରାୟ, ଜିଲ୍ଲା ସଭାପତି କୃଷ୍ନଚନ୍ଦ୍ର ମହାପାତ୍ର, କାନ୍ଦ୍ରା ସୋରେନ୍, ଡ଼.ନେପୋଲ୍ ରଘୁ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱରଠାରେ ଜିଲ୍ଲା ସଭାପତି ମଦନମୋହନ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସହ ସ୍ଥାନୀୟ ନେତାମାନେ ଓ ଜନସାଧାରଣ ସ୍ୱାଗତ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ବିଜେପି ମିଡିଆ ସେଲ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ ।

Share in top social networks!