କଂଗ୍ରେସରେ ଯୋଗଦେଲେ ଗଜପତି ଜିଲ୍ଲା ବିଜେଡି ନେତା

congress କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ, ଏଆଇସିସି ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧି ଓ ଉପସଭାପତି ଶ୍ରୀ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ୨୦୦୯ ର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ବିଜେଡିର ଜଣେ ଟାଣୁଆ ନେତା ଜହନ ଦଳବେହେରା ତାଙ୍କର ଶତାଧିକ ସମର୍ଥକ, ସରପଞ୍ଚ, ସମିତିସଭ୍ୟ, ନାଏବ ସରପଞ୍ଚ ତଥା ଜିଲ୍ଲା ବିଜେଡିର ଅନ୍ୟକେତେକ କର୍ମକର୍ତ୍ତାଙ୍କ ସହ ଆଜି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଛନ୍ତି । ପିସିିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଶ୍ରୀ ଦଳବେହେରା ଓ ତାଙ୍କ ସମର୍ଥକଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳରେ ସ୍ୱାଗତ କରିଥିଲେ । ଶ୍ରୀ ଦଳବେହେରା ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ଗଜପତି ଜିଲ୍ଲାରେ କଂଗ୍ରେସର ସାଂଗଠନିକ ସ୍ଥିତିକୁ ଅଧିକ ଦୃଢ଼ କରିବା ସହ ଖାସ୍କରି ମୋହନା ନିର୍ବାଚନ ମଣ୍ଡଳୀରେ ଦଳ ଅଧିକ ମଜବୁତ୍ ହୋଇପାରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ହରିଚନ୍ଦନ ଆଶାବ୍ୟକ୍ତ କରିଛନ୍ତି ।

ଆଜି କଂଗ୍ରେସ ଭବନଠାରେ ପିସିସି ସଭାପତି ଶ୍ରୀ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଶ୍ରୀ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଏସ୍.ଗଜପତି ରାଓ, ପାରଳାଖେମୁଣ୍ଡି ବିଧାୟକ କେଙ୍ଗମ୍ ସୂର୍ଯ୍ୟ ରାଓ, ମୋହନାର ବିଧାୟକ ପ୍ରାର୍ଥୀ ତଥା ଆର୍. ଉଦୟଗିରି ବ୍ଲକ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଦାଶରଥି ଗମାଙ୍ଗଙ୍କ ଉପସ୍ଥିତିରେ ଶ୍ରୀ ଦଳବେହେରା ଯୋଗଦେଇ ବିଜେଡ଼ି ଶାସନରେ ଗଜପତି ଜିଲ୍ଲାରେ ଅରାଜକତା, ଦୁର୍ନୀତି ସୀମା ଅତିକ୍ରମ କରିଛିବୋଲି ଅଭିଯୋଗ କରିଥିଲେ । ପିସିସି ସଭାପତିଙ୍କ ନିର୍ମଳ ତଥା ଦକ୍ଷନେତୃତ୍ୱରେ ସେ ଗଜପତି ଜିଲ୍ଳାରେ କଂଗ୍ରେସକୁ ଅଧିକ କ୍ରୀୟାଶୀଳ ତଥା ସଂଗଠନକୁ ଅଧିକ ମଜବୁତ୍ କରିବାପାଇଁ କାର୍ଯ୍ୟକରିବେ ବୋଲି ଶ୍ରୀ ଦଳବେହେରା ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରୀ ଦଳବେହେରାଙ୍କ ସହ ପାଣିଗଣ୍ଡର ସରପଞ୍ଚ ସୁନିତା ଦଳବେହେରା, ବଡସନ୍ଧବର ସରପଞ୍ଚ ସାର୍ଦେଳି ସବର୍, ସମିତିସଭ୍ୟ ଦାଦୁଆ ଗମାଙ୍ଗ, ନାଏବ ସରପଞ୍ଚ ସଲମାନ୍ ପାଟ୍ଟମାଝୀ, ୱାର୍ଡସଭ୍ୟ ଦାନିଏଲ୍ ରାଇତା, ସନାତନ ବିଶୋୟୀ, ଶ୍ରୀମନ୍ ସବର୍ଙ୍କ ସମେତ ସ୍ଥାନୀୟ ନେତା ସୁକାନ୍ତ ଦଣ୍ଡସେନା, ଅମଲ୍ ପରିଚ୍ଛା, ଜିସୟା ସବର୍, ଇସ୍ମାଇଲ୍ ସବର୍, ଦାନିଏଲ୍ ପାଟ୍ଟମାଝୀ, ମନୋଜ ପାଟ୍ଟମାଝୀ, ଦାନିଏଲ୍ ସବର୍, ରାଇକା ଗମାଙ୍ଗ, ଜୁସୋୟା ଦଳବେହେରା, କାରିନେଲ୍ ରାଇକା ଓ ଗୋପୀନାଥ ମିଶ୍ରଙ୍କ ସମେତ ଶତାଧିକ ବିଜେଡି କର୍ମୀ ଆଜି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।

Share in top social networks!