ଦୋଷୀକୁ ଦଣ୍ଡ ଦିଆଯାଉ, ନୀତି ପ୍ରତିଷ୍ଠା ହେଉ, ନ୍ୟାୟିକ ତଦନ୍ତ କରାଯାଉ: ବିଜେପି

11702861_1619406584943019_5943444744861394170_nରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଜଳାଞ୍ଜଳୀ ଦେଇ କିଛି ଖୁସାମତି ସେବାୟତ ଓ ଅଫିସର୍ଙ୍କ ନିଦେ୍ର୍ଧଶରେ ନୀରବ ରହିଛି । ଏ ବିଜେଡି ସରକାର ତାର ଅସହାୟତା ଏବଂ ଦୁର୍ବଳତା ଓଡିଶାବାସୀଙ୍କ ଆଗରେ ପ୍ରକାଶ କରିଛି । ନୈତିକ ଦୃଷ୍ଟି କୋଣରୁ ଇସ୍ତଫା ଦେବା ଆବଶ୍ୟକ । ନଚେତ୍ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦର ସ୍ୱର ସାରା ବିଶ୍ୱକୁ ପ୍ରକମ୍ପିତ କରିବ ବୋଲି ବିଜେପିର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ, ଦୋଷୀକୁ ଦଣ୍ଡ ଦିଆଯାଉ, ନୀତି ପ୍ରତିଷ୍ଠା ହେଉ ଓ ଦାରୁ ଅନ୍ୱେଷଣ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ଘଟଣାର ନ୍ୟାୟିକ ତଦନ୍ତ କରାଯାଉ । ଆଜି ରାଜ୍ୟ ବିଜେପି ଆରମ୍ଭ କରିଛି ଶ୍ରୀକ୍ଷେତ୍ରରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା । ପୁରୀ ବଡଦାଣ୍ଡ ମାର୍କେଟ ଛକରେ ଅନୁଷ୍ଠିତ ଏକ ବିଶାଳ ସାଧାରଣ ସଭାର ଆୟୋଜିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜଗନ୍ନାଥ ଭକ୍ତ ଏକତ୍ରିତ ହୋଇଥିଲେ ।
କେନ୍ଦ୍ରୀୟ ଆଦିବାସୀ ବିଭାଗର ମନ୍ତ୍ରୀ ଜୁଏଲ ଓରାମ୍ ସମ୍ବୋଧନ କରି କହିଥିଲେ ଯେ, ମୁଁ ଆଦିବାସୀ ଲୋକ, ମୋର୍ ଠାକୁର୍ ଜଗନ୍ନାଥ । ଏଭଳି ହୃଦୟ ବିଦାରକ ଏବଂ ଯନ୍ତ୍ରଣା ଦାୟକ ଘଟଣା ସାରା ବନବାସୀଙ୍କ ଆତ୍ମାକୁ ଆଘାତ ଦେଇଛି । ଏମିତି ଅନ୍ୟାୟ ଆମେ ସହି ପାରିବୁ ନାହିଁ । ଏ ସରକାର ପ୍ରତି ଯେଉଁ ଅବିଶ୍ୱାସ ଆସିଛି ଜନସାଧାରଣଙ୍କର ସେ ବିଶ୍ୱାସ କିଏ ଫେରାଇବ ? ଏ ସରକାର ଅବିଶ୍ୱସନୀୟତାର ସୀମା ଉଲ୍ଲଘଂନ କରିଛି ବୋଲି ଶ୍ରୀଯୁକ୍ତ ଓରାମ୍ କ୍ଷୋଭ ପ୍ରକାଶ କରିଥିଲେ ।
ବ୍ରହ୍ମ ବିଭ୍ରାଟରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ? ଏଥରେ ତାଙ୍କର ନିରବତା ସ୍ପଷ୍ଟ ଭାବରେ ପ୍ରମାଣିତ କରୁଛି ଏ ଘଟଣା ସହ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ପରୋକ୍ଷରେ ସମର୍ଥନ ଜଣାଉଛନ୍ତି । ଅତୀତରେ ଯେତେଥର ଏଭଳି ଅନ୍ୟାୟ ହୋଇଛି ସେତେଥର ସରକାରଙ୍କ ପତନ ଘଟିଛି । ଏ ସରକାର ନିଜର ପତନ ପାଇଁ ନିଜେ ସୁଡଙ୍ଗ ଖୋଳିବା ଆରମ୍ଭ କରିଛି । ଏଥର ମଧ୍ୟ ଠିକ୍ ସେଇଆ ହବ । ଜଗନ୍ନାଥ ଏ ଅନ୍ୟାୟ ସହି ପାରିବେ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି ।
ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରାର ପ୍ରମୁଖ ଶ୍ରୀ ମନମୋହନ ସାମଲ କହିଥିଲେ ଯେ, ରାଜ୍ୟ ସରକାର ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ପ୍ରତି ଉଦାସୀନତା ଓଡିଶାବାସୀଙ୍କୁ ବିସ୍ମିତ କରିଛି । ଏ ସରକାରକୁ ଓଡିଶାବାସୀ ପ୍ରତ୍ୟାଖ୍ୟାନ କରିସାରିଲେଣି । ଆଗାମୀ ଦିନରେ ଏ ସରକାରକୁ ବଙ୍ଗୋପ ସାଗରରେ ଫିଙ୍ଗିବା ଓଡିଶାବାସୀଙ୍କ ଲକ୍ଷ୍ୟ ।
ଏ ସରକାରର ଢିଲା ଶାସନର ସୁଯୋଗ ନେଇ ଜଗନ୍ନାଥ ସଂସ୍କୃତି ବିରୋଧୀ ବ୍ୟକ୍ତିମାନଙ୍କର ଔଧ୍ୟତ ଏବଂ ଦୌରାତ୍ମ୍ୟ ସବୁ ସୀମା ଉଲ୍ଲଘଂନ କରିସାରିଛି ବୋଲି ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଦୃଢୋକ୍ତି ସହ ପ୍ରକାଶ କରିଥିଲେ । ନୈତିକତା ଦୃଷ୍ଟି କୋଣରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ଆଗାମୀ ଦିନରେ ଓଡିଶାବାସୀ ଏହାର ଦୃଢ ଜବାବ୍ ଦେବେ ।
ଏହି ସମାବେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ବିଧାୟକ ପ୍ରଦୀପ ପୁରହିତ, ଗୋବିନ୍ଦ ଦାସ, ରବି ନାୟକ, ନିତେଶ ଗଙ୍ଗଦେବ, ଉପସଭାପତି ପ୍ରତାପ ଷଡଙ୍ଗୀ, ରୁଦ୍ର ନାରାୟଣ ପାଣି, ଭୃଗୁବକ୍ସି ପାତ୍ର, ପ୍ରଭାତୀ ପରିଡା, ଯତୀନ୍ ମହାନ୍ତି, କୃଷ୍ଣ ଜଗଦେବ, ବାଇଧର ମଲିକ୍, ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର ଓ ରାଜ୍ୟର ବହୁ ବରିଷ୍ଠ କର୍ମୀ ଏବଂ ନେତୃବୃନ୍ଦ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମଞ୍ଚକୁ ସଂଚାଳନ କରିଥିଲେ ରାଜ୍ୟ ବିଜେପିର ଉପସଭାପତି ପୃଥ୍ୱିରାଜ ହରିଚନ୍ଦନ । ସଭାପରେ ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରାରେ ରାଜ୍ୟ ବିଜେପରି କର୍ମୀ ଓ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ । ପତିତପାବନଙ୍କୁ ଦର୍ଶନ କଲା ପରେ ସଂସ୍କୃତି ସୁରକ୍ଷା ରଥ ପୁରୀରୁ ଗଡିଥିଲା ।

Share in top social networks!