ମାଳତୀପାଟପୁର ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ

ମାଳତୀପାଟପୁର ଠାରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଛିା ଶ୍ରୀଜଗନ୍ନାଥଙ୍କ ନବକଳେବର ଅବସରରେ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ରାଜ୍ୟ
ସରକାର ନେଇଥ#ବା ବୃହତ୍ ପ୍ରକଳ୍ପ ମଧ୍ୟରେ ଏହା ସର୍ବପ୍ରଥମେ ସମ୍ପୂର୍ଣ୍ଣ ହୋଇଛି ବୋଲି ଆଜି ପୂର୍ବାହ୍ନରେ ମାଳତୀପାଟପୁର ଠାରେ ନିର୍ମିତ ଏହି ବସଷ୍ଟାଣ୍ଡକୁ ପରିଦର୍ଶନ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତିା

ନବକଳେବର ସମୟରେ ଲକ୍ଷାଧ#କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖ# ରାଜ୍ୟ ସରକାର ୭୩.୫ କୋଟି ଟଙ୍କା ବ୍ୟୟରେ ଏହି ବସଷ୍ଟାଣ୍ଡକୁ ନିର୍ମାଣ କରିଛନ୍ତିା ଏହି ବସଷ୍ଟାଣ୍ଡରେ ୧୦୦୦ଟି ଛୋଟବଡ ଗାଡି ଯାତାୟତ କରିବାର ସୁବିଧା ରହିଛିା ଯାତ୍ରୀମାନଙ୍କ ପାଇଁ ୨୪ ଘଣ୍ଟିଆ ଜଳ, ବିଦୁ୍ୟତ ଓ ପୋଲିସ ବ୍ୟବସ୍ଥା ସହିତ ସିସିଟିଭି ଦ୍ୱାରା ଏହି ବସଷ୍ଟାଣ୍ଡକୁ ନିୟନ୍ତ୍ରିତ କରାଯିବା ଏଥ#ରେ ଶୌଚାଳୟ, ଦୁଇଟି ଶୟନାଗାର (ପୁରୁଷ/ମହିଳା), ଗୋଟିଏ ମହିଳା ପ୍ରତୀକ୍ଷାଳୟ, ତିନିଟି ଭୋଜନାଳୟ, ଗୋଟିଏ ଜନିଷପତ୍ର ରଖ#ବା ଘର, ଗୋଟିଏ ଯାତ୍ରୀ ସୂଚନା ଗୃହ, ଗୋଟିଏ ପ୍ରାଥମିକ ଚିକିତ୍ସାଳୟ,୨୧ଟି ଦୋକାନ ଘର ଓ ତିନୋଟି ଏଟିଏମ୍ କାଉଣ୍ଟର ରହିଛିା

Share in top social networks!