ଜଗନ୍ନାଥ ସଂସ୍କୃତିର ରାଜନୀତି କରଣ, ଓଡିଆ ଜାତିର ସ୍ୱାଭିମାନ ଓ ଧର୍ମୀୟ ଭାବନାକୁ ଆଘାତ : ବିଜେପି

ଓଡିଶା ରାଜ୍ୟ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଓ କାର୍ଯ୍ୟାନ୍ୱୟନ କମିଟିର ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥଙ୍କ ନବକଳେବର ବ୍ରହ୍ମ ପରିବର୍ତ୍ତନ ମହାବିଭ୍ରାଟକୁ ନେଇ ବିଜେପିର ପୂର୍ବ ଘୋଷିତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଟିକିନିଖି ବିବରଣୀ ପ୍ରସ୍ତୁତ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ନାମରେ ନାମିତ କରିବା ସହିତ ଆଗାମୀ ୩୦ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ଶ୍ରୀ ଜଗନ୍ନାଥଙ୍କ ବଡଦାଣ୍ଡରେ ଏକ ସାଧାରଣ ସଭା ହେବା ସହିତ ଏହି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆରମ୍ଭ ହୋଇ ଯାଜପୁର ଜିଲ୍ଲାର ଛତିଆବଟ ପର୍ଯ୍ୟନ୍ତ ଯିବ । ବଡଦାଣ୍ଡରେ ଏକ ସାଧାରଣ ହେବା ସହିତ ରାସ୍ତାରେ ପ୍ରମୁଖ ସ୍ଥାନ ମାନଙ୍କରେ ସଭାର ଆୟୋଜନ କରାଯାଇ ଜଗନ୍ନାଥଙ୍କ ନବକଳେବର ଆରମ୍ଭରୁ ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ କିପରି ବିଜେଡର ପୁର୍ଣ୍ଣ ସଂପୃକ୍ତି ଓ ପ୍ରୋସôାହନରେ ବିଭ୍ରାଟ ପରେ ବିଭ୍ରାଟ ସୃଷ୍ଟି ହୋଇଚାଲିଛି, ସେ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ । ଜଗନ୍ନାଥ ଆମ ଓଡିଆ ଜାତିର ଜାତୀୟ ଦେବତା । ଓଡିଶାର ସଂସ୍କୃତି ଜଗନ୍ନାଥ ସଂସ୍କୃତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଏହି ସମୁଦାୟ ପ୍ରକି୍ରୟାର ରାଜନୀତି କରଣ କରି ଯେଉଁଭଳି ଭାବେ ବିଜେଡିର ନେତା ଓ ମନ୍ତ୍ରୀମାନେ କିଛି ଦଇତାପତି ଓ ମୁଖ୍ୟ ପ୍ରଶାସକଙ୍କ ସହିତ ମିଶି ଓଡିଆ ଜାତିର ସ୍ୱାଭିମାନ ଓ ଧର୍ମୀୟ ଭାବନାକୁ ଆଘାତ ଦେଇ ଚାଲିଛନ୍ତି ତାହାର ସତ୍ୟତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଯାତ୍ରା କାଳରେ ବିଜେପି ଉଦ୍ୟମ କରିବ । ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମ ଓଡିଶାରେ ଜାରି ରହିବ ।
ଏହି ବୈଠକରେ ରାଜ୍ୟ ଉପସଭାପତି ପ୍ରତାପ ଷଡଙ୍ଗୀ ଓ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ କୋଷାଧ୍ୟକ୍ଷ ବିନୋଦ ଦାସ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳାମୋର୍ଚ୍ଚା ସଭାନେତ୍ରୀ ସୀମନ୍ତିନୀ ଜେନା, ସଞ୍ଚିତା ମହାନ୍ତି, ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର, ଡଃ ଯତୀନ୍ ମହାନ୍ତି, ପ୍ରଭାତୀ ପରିଡା, ଦିଲ୍ଲୀପ ମଲ୍ଲିକ, ଅମୀୟ ଦାସ, ଦିଲ୍ଲିପ ମହାନ୍ତି, ଜଗନ୍ନାଥ ପ୍ରଧାନ, ମୁଖପାତ୍ର ସମୀର ମହାନ୍ତି, ଜଗନ୍ନାଥ ସାମଲ, ତୁଷାର ପରିଡା, ପବିତ୍ର ମୋହନ ଦାସ ଓ ଦେବ ମଲିକ୍ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!