ମୁଖ୍ୟମନ୍ତ୍ରୀ ଓ ଭିଜିଲାନ୍ସ ନିଦେ୍ର୍ଧଶକଙ୍କ ବିରୁଦ୍ଧରେ F.I.R

utkalbharatମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିଜିଲାନ୍ସ ନିଦେ୍ର୍ଧଶକ କେ.ବି.ସିଂହଙ୍କ ବିରୁଦ୍ଧରେ ଉକ୍ରଳ ଭାରତ ପକ୍ଷରୁ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଆଜି କ୍ୟାପିଟାଲ ଥାନାରେ ଇତାଲା ଦେଇଛନ୍ତି । ପୂର୍ବତନ ଡି.ଜି ପ୍ରକାଶ ମିଶ୍ର ପୋଲିସ ଗୃହନିର୍ମାଣ ନିଗମର ଅଧ୍ୟକ୍ଷ ଥିଲାବେଳେ ଲୁହାଛଡ଼ ଓ ସିମେଣ୍ଟ ଯୋଗାଣକାରୀଙ୍କଠାରୁ ମାଲ ନଆଣି ୧୦୦% ଅଗ୍ରୀମ ଟଙ୍କା ଦେଇ ସେମାନଙ୍କୁ ଲାଭ ପହୁଞ୍ଚାଇଥିବାର ଅପରାଧିକ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣି ଭିଜିଲାନ୍ସ ବିଭାଗ ଯେଉଁ ଇତାଲା ଦେଇଥିଲା ତାହାକୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ରଦ୍ଧ କରିଦେଇଛନ୍ତି । କେବଳ ସେତକ ନୁହେଁ; ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଏହି ଇତାଲା ଉଦେ୍ଧଶ୍ୟମୂଳକ ଭାବରେ ପୂର୍ବ ନିୟୋଜିତ କ୍ରମେ ଦିଆଯାଇଥିଲା । ଏହାର ଉଦେ୍ଧଶ୍ୟ ଥିଲା ପ୍ରକାଶ ମିଶ୍ରଙ୍କୁ ହଇରାଣ କରିବା । କେହି ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ଗୋଟିଏ ଅଭିଯୋଗ ପତ୍ର ପଠାଇଥିଲା । ଏହି ବ୍ୟକ୍ତିଙ୍କ ନାମ ଭିଜିଲାନ୍ସ ଏପର୍ଯ୍ୟନ୍ତ ଗୁପ୍ତ ରଖିଛି ବୋଲି ମାନ୍ୟବର ହାଇକୋର୍ଟ କହିଛନ୍ତି ।
ଏହାଛଡ଼ା ହାଇକୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ପ୍ରକାଶ ମିଶ୍ରଙ୍କ ପୂର୍ବରୁ ହିଁ ପୋଲିସ ଗୃହନିର୍ମାଣ ନିଗମରେ ୧୦୦% ଅଗ୍ରୀମ ଦିଆଯାଉଥିଲା ଓ ପ୍ରକାଶ ମିଶ୍ର ପଦରୁ ଗଲାପରେ ମଧ୍ୟ ଦିଆଯାଇଛି । ଏଣୁ ଏପରି ଅଭିଯୋଗର କୌଣସି ସତ୍ୟତା ନାହିଁ । ଭିଜିଲାନ୍ସର ନିଦେ୍ର୍ଧଶକ ଏହି ଇତାଲା କେହି ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିବାର ମିଥ୍ୟା ଅଭିଯୋଗ ଉପରେ ରୁଜ୍ଜୁ କରିଥିଲେ । ଏହାଦ୍ୱାରା ସେ ତାଙ୍କର ରାଜନୈତିକ ପ୍ରଭୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏପରି କାର୍ଯ୍ୟ କରିଥିଲେ । ଭାରତରେ ସଚ୍ଚୋଟ ଓ ଦୃଢ଼ମନା ଅଫିସରମାନଙ୍କୁ ହଇରାଣ କରିବା ପାଇଁ ରାଜନୈତିକ ବ୍ୟକ୍ତିମାନେ ଏପରି କରିଥାନ୍ତି ବୋଲି ମାନ୍ୟବର ହାଇକୋର୍ଟ ତାଙ୍କ ରାୟରେ ମନ୍ତବ୍ୟ ଦେଇଛନ୍ତି ।
ହାଇକୋର୍ଟଙ୍କ ଏହି ନିଦେ୍ର୍ଧଶ ସ୍ପଷ୍ଟ କରୁଛି ଯେ, ଭିଜିଲାନ୍ସ ଡି.ଜି. ତାଙ୍କର ରାଜନୈତିକ ପ୍ରଭୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଏହା କରିଥିଲେ । କାରଣ ଶ୍ରୀ ପଟ୍ଟନାୟକ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଭିଜିଲାନ୍ସ ବିଭାଗର ମନ୍ତ୍ରୀ ମଧ୍ୟ ଅଟନ୍ତି । କୌଣସି ପ୍ରମାଣ ନଥାଇ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ଏପରି ଇତାଲା, ମୁଖ୍ୟମନ୍ତ୍ରୀଙ୍କ ବିନା ନିଦେ୍ର୍ଧଶରେ ଦିଆଯାଇ ନଥାନ୍ତା । ପ୍ରକାଶ ମିଶ୍ରଙ୍କୁ ସି.ବି.ଆଇ.ର ନିଦେ୍ର୍ଧଶକ କରାଇ ନଦେବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଥିଲା । ତେଣୁ ଉକ୍ରଳ ଭାରତ ପକ୍ଷରୁ କ୍ୟାପିଟାଲ୍ ଥାନାର ଇତାଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିଜିଲାନ୍ସ ନିଦେ୍ର୍ଧଶକ କେ.ଭି.ସିଂହଙ୍କ ବିରୁଦ୍ଧରେ ଇତାଲା ଦିଆଯାଇ ଅପରାଧିକ ଷଡ଼ଯନ୍ତ୍ରର ତଦନ୍ତ ଦାବି କରାଯାଇଛି ।
ଆଜି ଉକ୍ରଳ ଭାରତର ସଭାପତି ଶ୍ରୀ ସ୍ୱାଇଁ ଇତାଲା ଦେବାକୁ ଯାଇଥିବା ବେଳେ ତାଙ୍କ ସାଙ୍ଗରେ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ବ୍ରତତୀ ଚାଟାର୍ଜୀ, ମୁଖପାତ୍ର ବେଣୁଧର ସାମନ୍ତ, ସମ୍ପାଦକ ସେଖ୍ କାମିଲଉଦ୍ଧିନ ଅହମ୍ମଦ, ନାରୀ ଉକ୍ରଳ ଭାରତ ସଭାନେତ୍ରୀ ଦେବାଶ୍ରିତା ମହାନ୍ତି, ଯୁବ ଉକ୍ରଳ ଭାରତ ସାଧାରଣ ସମ୍ପାଦକ ଦେବବ୍ରତ ତ୍ରିପାଠୀ ଏବଂ କିଷନ ଟିକିମାନୀ, ନିର୍ମଳ ବେହେରା, ଦୀପ୍ତିରଞ୍ଜନ ଶତପଥି, ସଂଜୟ ନାରାୟଣ ସାହୁ, ଲକ୍ଷ୍ମୀଧର ପରିଡା, ପି୍ରୟରଞ୍ଜନ ପରିଡା, ତ୍ରିଲୋଚନ ଭୋଇଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share in top social networks!