ଓଡ଼ିଶାରେ ଏନ୍.ସି.ଟି.ଇ ସହଯୋଗରେ ଶିକ୍ଷକ ଶିକ୍ଷା ଅନୁଷ୍ଠାନର ଉନ୍ନିତକରଣ ଓ ନୂଆ ପାଠ୍ୟକ୍ରମ ପ୍ରଚଳନ ହେବ -ବିଦ୍ୟାଳୟ ମନ୍ତ୍ରୀ

devibhaiଆଜି ରାମସା ପରିସରରେ ଶିକ୍ଷକ ଶିକ୍ଷା ଅନୁଷ୍ଠାନଗୁଡିକୁ ସମନ୍ୱିତ ଅନୁଷ୍ଠାନରେ ପରିଣତ କରି ଉଚ୍ଚତର ଶିକ୍ଷା କାର୍ଯ୍ୟକ୍ରମକୁ ଉନ୍ନିତକରଣ ପାଇଁ ବିଭିନ୍ନ
ପଦକ୍ଷେପ ନେବା ସମ୍ପର୍କରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ, ନୂଆଦିଲ୍ଲୀ ସହଯୋଗରେ ଉଚ୍ଚସ୍ତରୀୟ ବୈଠକ ରାଜ୍ୟ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ
ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ ପଣ୍ଡା ଏବଂ ଏନ୍ସିଟିଇର ପୂର୍ବାଞ୍ଚଳ
ପ୍ରାଦେଶିକ କମିଟିର ଅଧ୍ୟକ୍ଷ ଡ. ପି.ସି. ମହାପାତ୍ର ଏବଂ ନିର୍ଦ୍ଦେଶକ ଚନ୍ଦ୍ରପିଡା ନିଲାପ ଓଡ଼ିଶାରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ପାଇଁ ସମସ୍ତ
ସହଯୋଗ କରାଯିବ ବୋଲି କହିଥ#ଲୋ ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୨ଟି ରାଜ୍ୟକୁ ନେଇ ଏନ୍ସିଟିଇର ପୂର୍ବାଞ୍ଚଳ ପ୍ରାଦେଶିକ କମିଟି କାର୍ଯ୍ୟାଳୟ ଭୁବନେଶ୍ୱରରେ କାର୍ଯ୍ୟ ସମ୍ପାଦନ କରୁଛିା ସେହି ରାଜ୍ୟଗୁଡିକ ହେଲା ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଝାରଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକିମ୍, ତ୍ରିପୁରା, ପଶ୍ଚିମବଙ୍ଗା ଏହି ପୂର୍ବାଞ୍ଚଳ କାର୍ଯ୍ୟାଳୟ ନିମନ୍ତେ ରାମସା ପରିସରରେ ଗୃହ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତିା ଏତଦ୍ବ୍ୟତୀତ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ବିଶ୍ୱବିଦ୍ୟାଳୟ କଳପତିମାନଙ୍କୁ ଉଚ୍ଚତର ପାଠ୍ୟକ୍ରମ ଖୋଲିବା ନିମନ୍ତେ ଅନୁରୋଧ କରାଯାଇଛିା

୨୦୧୬-୧୭ ଶିକ୍ଷାବର୍ଷରେ ୪ଟି ଶିକ୍ଷକ ଶିକ୍ଷା ଅନୁଷ୍ଠାନରେ ବି.ପି.ଇଡି, ୪ଟି ଶିକ୍ଷକ ଶିକ୍ଷା ଅନୁଷ୍ଠାନରେ ଏମ୍.ଇଡି ଓ ତିନୋଟି ଶିକ୍ଷକ ଶିକ୍ଷା
ଅନୁଷ୍ଠାନରେ ଡିପ୍ଲୋମା ଇନ୍ ଆର୍ଟ ଏଡୁକେସନ୍ ପାଠ୍ୟକ୍ରମ ଖୋଲାଯିବା ନୂତନ ୧୭ଟି ଜିଲ୍ଲା ଡାଏଟ୍ ଅନୁଷ୍ଠାନରେ ବି.ଇଡି ପାଠ୍ୟକ୍ରମ ପ୍ରଚଳିତ ହେବା
ନରସିଂହପୁର ଡାଏଟ୍ ଶିକ୍ଷାନୁଷ୍ଠାନରେ ବି.ପି.ଇଡି ଓ ବି.ଇଡି ପାଠ୍ୟକ୍ରମ ପ୍ରଚଳିତ ହେବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ମିଶ୍ର ଶିକ୍ଷାର ଉନ୍ନିତକରଣ ଓ ଉପଯୁକ୍ତ
ନୂତନ ପାଠ୍ୟକ୍ରମ ପ୍ରଚଳନ ପାଇଁ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ଅର୍ଥମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ
ଆଲୋଚନା କରିଛନ୍ତି ବୋଲି ପ୍ରକାଶ କରିଥ#ଲୋ ପ୍ରଶାସନିକ ସ୍ତରରେ ସମସ୍ତ ଉଦ୍ୟମ କରାଯିବ ବୋଲି ସଚିବ ଶ୍ରୀମତୀ ଉଷା ପାଢୀ କହିଥ#ଲୋ ନୂଆଦିଲ୍ଲୀସ୍ଥ
ଏନ୍ସିଟିଇର ସଭ୍ୟ ସଚିବ ଯୋଗୀଲାଲ ସିଂ, ଏସ୍ସିଇଆର୍ଟି ନିର୍ଦ୍ଦେଶକ ଏ.ବି. ଓତା, ରାମସା ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ, ଏସ୍ସିଇଆର୍ଟିର ବରିଷ୍ଠ ଅଧ#କାରୀ
ତିଳୋତ୍ତମା ସେନାପତି, ବିଭାଗୀୟ ସୂଚନା ଅଧ#କାରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥ#ଲୋ

Share in top social networks!