ସମ୍ବଲପୁର ଠାରେ ଆଇ.ଆଇ.ଏମ୍ ପ୍ରତିଷ୍ଠା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ବିଜେପିର ସ୍ୱାଗତ

ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସମ୍ବଲପୁରଠାରେ ଆଇ. ଆଇ.ଏମ୍ ପ୍ରତିଷ୍ଠା ନିଷ୍ପତି ଘୋଷଣାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ଘୋଷଣା ଦ୍ୱାରା ଓଡିଶାବାସୀଙ୍କର ବହୁଦିନର ଦାବୀ ସାକାର ହୋଇଛି । ଏହି ଦ୍ୱାରା ଓଡିଶା ରାଜ୍ୟରେ ମ୍ୟାନେଜ୍ମେଣ୍ଟ ଶିକ୍ଷାର ମାନ ବୃଦ୍ଧି ସହିତ ସନ୍ତୁଳିକ ବିକାଶ ସମ୍ଭବ ହୋଇପାରିବ । ଏଥି ଯୋଗୁଁ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ରାଜ୍ୟ ବିଜେପି ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ସୁରେଶ ପୂଜାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର , ବିଶ୍ୱଭୂଷଣ ହରିଚନ୍ଦନ ବିଧାୟକ ଦଳ ନେତା ବସନ୍ତ ପଣ୍ଡା , ବିଧାୟକ ରବିନାରାୟଣ ନାୟକ, ରାଧାରାଣୀ ପଣ୍ଡା, ପ୍ରଦୀପ ପୁରୋହିତ, ଦିଲ୍ୀପ୍ ରାୟ ନିତେଶ ଗଙ୍ଗଦେବ, ଏବଂ ବରିଷ୍ଠ ନେତା ଜୟନାରାୟଣ ମିଶ୍ର , ସୁରେନ୍ଦ୍ର ଲାଠ, ରଂଜନ ପଟେଲ, ନାଉରୀ ନାୟକ, କିଶୋର ନାୟକ, ପ୍ରତାପ ପ୍ରଧାନ ଆଦି ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଏହି ନିଷ୍ପତ୍ତି ପାଇଁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି । ଏଥି ପାଇଁ ଏକ ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ରବି ନାରାୟଣ ନାୟକଙ୍କ ତରଫରୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Share in top social networks!