ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ନିଷ୍ପତ୍ତିକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମାଙ୍କ ସ୍ୱାଗତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ନେଇ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତିକୁ ନିୟୋଜନ, ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମା ସ୍ୱାଗତ କରିଛନ୍ତିା ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦାବି କରିବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ପ୍ରସ୍ତାବ ଦେଇଥ#ଲୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚାପ ପ୍ରୟୋଗ କରୁଥ#ଲୋ ସେ ପତ୍ର ଲେଖ#ବା ସହ ଟେଲିଫୋନ୍ ଯୋଗେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ସହ ତୁରନ୍ତ ପଦକ୍ଷେପ
ନେବାକୁ ଅନୁରୋଧ କରିଥ#ଲୋ

ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଟାଳଟୁଳ ନୀତି ଗ୍ରହଣ କରୁଥ#ଲୋ ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ, ଆନ୍ତରିକ ପ୍ରଚେଷ୍ଟା ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ମନ୍ତ୍ରୀ ଶ୍ରୀ ଦାସ ବର୍ମା ପ୍ରକାଶ କରିଛନ୍ତିା କେନ୍ଦ୍ରର ସର୍ତ୍ତାବଳୀ ମୁତାବକ ସ୍ଥାୟୀ କ୍ୟାମ୍ପସ୍ ପାଇଁ ୩ଟି ଓ ଅସ୍ଥାୟୀ କ୍ୟାମ୍ପସ ପାଇଁ ୩ଟି ସ୍ଥାନର ପ୍ରସ୍ତାବ ରାଜ୍ୟ ସରକାର ଦେଇଥ#ଲୋ ଏହା ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ତ୍ୱରିତ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥ#ଲୋ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରିଥ#ବାରୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିା

ଆଇଆଇଏମ୍ ସମ୍ବଲପୁରକୁ ଏକ ସର୍ବୋତ୍ତମ ଅନୁଷ୍ଠାନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସବୁମନ୍ତେ ଉଦ୍ୟମ କରିବେ ବୋଲି ଶ୍ରୀ ଦାସ ବର୍ମା ସରକାରଙ୍କ ପ୍ରତିଶ୍ରୁତିଦୋହରାଇଛନ୍ତିା

Share in top social networks!