ଖୁବ୍ ଶୀଘ୍ର ଭୁବନେଶ୍ୱରରେ ସରକାରୀ ସ୍ତରରେ “ବୁଦ୍ଧ ଆର୍ଟ ଗ୍ୟାଲେରୀ’

buddhist_heritageଖୁବ୍ ଶୀଘ୍ର ଭୁବନେଶ୍ୱରଠାରେ ସରକାରଙ୍କ ପକ୍ଷରୁ ଏକ ଆର୍ଟ ଗ୍ୟାଲେରୀ ଆରମ୍ଭ କରାଯିବା ରାଜ୍ୟର ଚିତ୍ରଶିଳ୍ପୀମାନଙ୍କର ବିଭିନ୍ନ କୃତିର ସ୍ଥାୟୀ ତଥା ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଏଥ#ରେ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଏହି ଗ୍ୟାଲେରୀରେ ଆଧୁନିକ ବ୍ୟବସ୍ଥା ଉପଲବ୍ଧ ହେବାବେଳେ ବିଭିନ୍ନ ପ୍ରଦର୍ଶନୀ, କର୍ମଶାଳା ଓ ଶିଳ୍ପୀ ଶିବିରମାନ ଆୟୋଜନ ନିମନ୍ତେ ଯଥେଷ୍ଟ କ୍ଷେତ୍ର ପ୍ରସ୍ତୁତହେବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଶା ପ୍ରକଟ କରିଛନ୍ତିା

ସଂସ୍କୃତି ବିଭାଗ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଆର୍ଟ ଗ୍ୟାଲେରୀ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଚିତ୍ରଶିଳ୍ପୀମାନଙ୍କ ସୁବିଧା ପାଇଁ ରାଜ୍ୟରେ କୌଣସି ଗ୍ୟାଲେରୀ ନଥ#ବାରୁ ବିଭିନ୍ନ କାର୍ଯ୍ୟକ୍ରମ ସୁବିଧା ଅନୁଯାୟୀ ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜନ ହେଉଥ#ଲାା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କଟକ, ଭୁବନେଶ୍ୱର, ଅନୁଗୋଳ, ପୁରୀ, ଟିଟିଲାଗଡ ଓ ଦାରିଙ୍ଗିବାଡି ଇତ୍ୟାଦି ସ୍ଥାନରେ ନିକଟ ଅତୀତରେ ଚିତ୍ର ପ୍ରଦର୍ଶନୀ ଓ ଶିଳ୍ପୀଶିବିରମାନ ଆୟୋଜିତ ହୋଇଥ#ବାବେଳେ ନବକଳେବରକୁ ନେଇ “ନୀଳକନ୍ଦର’ ଓ “ଦାରୁବ୍ରହ୍ମ’ ଶୀର୍ଷକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇ କଳାପ୍ରେମୀ ଓ ସମାଲୋଚକମାନଙ୍କ ମଧ୍ୟରେ ଆଦୃତ ହୋଇଛିା ଏସବୁ ସତ୍ତେ୍ୱ ଉପଯୁକ୍ତ ସ୍ଥାନ ବା ଗ୍ୟାଲେରୀ ଅଭାବରୁ ଚିତ୍ରଶିଳ୍ପୀମାନଙ୍କ ମଧ୍ୟରେ ଦେଖାଦେଇଥ#ବା
ଅଭାବବୋଧ ଏହାଫଳରେ ଦୂର ହୋଇପାରିବା ଭୁବନେଶ୍ୱରରେ ଏପରି ଏକ ଆଧୁନିକ ଆର୍ଟ ଗ୍ୟାଲେରୀ ଆରମ୍ଭ ହେବା ଫଳରେ ସେମାନଙ୍କର ବହୁ ଦିନର ଆଶାଆକାଂକ୍ଷା ଫଳବତୀ ହେବ ବୋଲି ଡ. ପାଢୀ ପ୍ରକାଶ କରିଛନ୍ତିା ଏହି ଆର୍ଟ ଗ୍ୟାଲେରୀକୁ “ବୁଦ୍ଧ ଆର୍ଟ ଗ୍ୟାଲେରୀ’ ଭାବରେ
ନାମିତ କରାଯିବ ବୋଲି ସେ କହିଛନ୍ତିା

ଭୁବନେଶ୍ୱରରେ ସୁନିୟନ୍ତ୍ରିତ ଓ ଶୃଙ୍ଖଳିତ ଭାବରେ ଏହି ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ସରକାରୀ ଅନୁମୋଦନ ମିଳିବା ପରେ ଚନ୍ଦ୍ରଶେଖରପୁରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କଠାରେ ଆର୍ଟ ଗ୍ୟାଲେରୀ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛିା ପର୍ଯ୍ୟଟନ ବିଭାଗ ପ୍ରଦତ୍ତ ପ୍ରାୟ ୧ କୋଟି ଟଙ୍କାରେ ନିର୍ମିତ ଏହି ଆର୍ଟ ଗ୍ୟାଲେରୀରେ ଚାରୋଟି ପ୍ରକୋଷ୍ଠ ରହିବ ଓ ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି ଡ. ପାଢୀ ପ୍ରକାଶ କରିଛନ୍ତିା

ବହୁ ପ୍ରତୀକ୍ଷିତ “କଳା ମଣ୍ଡଳ’ ପ୍ରକଳ୍ପ ମଧ୍ୟ ରୂପାୟିତ ହେବାକୁ ଯାଉଛିା ଦୀର୍ଘଦିନରୁ ପଡି ରହିଥ#ବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗୀୟ ଅଧ#କାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା ନିକଟ ଭବିଷ୍ୟତରେ “କଳା ମଣ୍ଡଳ’ ପ୍ରକଳ୍ପ ଓ “ବୁଦ୍ଧ ଆର୍ଟ ଗ୍ୟାଲେରୀ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତିା

Share in top social networks!