ନବକଳେବର ମହାବିଭ୍ରାଟ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ମହାପ୍ରଭୂ ଶ୍ରୀଜଗନ୍ନାଥାଙ୍କର ନବକଳେବର ବ୍ରହ୍ମ ପରିବର୍ତ୍ତନ ସମୟରେ ହଜାର ହଜାର ବର୍ଷ ଧରି ଚାଲି ଆସିଥିବା ପରମ୍ପରାକୁ ଉଲ୍ଲଘଂନ କରାଯାଇଥିବାରୁ ବିଜେପି ମୋର୍ଚ୍ଚା ଏହାକୁ ନିନ୍ଦା କରିବା ସହ ଏହି ମାମଲାରେ ଦୋଷୀମାନଙ୍କ ବିରୁଦ୍ଧରେ ଘୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ।
ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଉମାକାନ୍ତ ପଟ୍ଟନାୟକ କହିଛନ୍ତି ଯେ, ଏହି ଘଟଣାରେ ଯାହା ଘଟିଲା ସେଥିପାଇଁ ରାଜ୍ୟ ସରକାର ଓ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ସମ୍ପୂର୍ଣ୍ଣ ରୂପ ଦାୟୀ ।

ଶ୍ରୀମନ୍ଦିର ରୀତି ନୀତି ଓ ପରିଚାଳନାରେ ବିଶୃଙ୍ଖଳାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସକ ପୂର୍ବରୁ ପ୍ରୋସôାହନ ଦେଇ ଆସିଛନ୍ତି । ଯାହା ଫଳରେ ବ୍ରହ୍ମ ପରିବର୍ତ୍ତନ ସମୟରେ ଏଭଳି ବିଭ୍ରାଟ ଦେଖା ଦେଇଛି । ଏହି ଘଟଣାଦ୍ୱାରା ଦେଶ ଓ ବିଦେଶରେ ରହୁଥିବା କୋଟି କୋଟି ହିନ୍ଦୁ ଓ ଜଗନ୍ନାଥ ଭକ୍ତଙ୍କ ଭାବନାରେ ଆଘାତ ଲାଗିଛି । ଏଭଳି ଚରମ ବିଭ୍ରାଟ ସତ୍ତ୍ୱେ ରାଜ୍ୟ ସରକାର ଚେତିଲା ପରେ ଜଣାପଡୁନାହିଁ । ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସରକାର ସମୟ ଗଡାଇବାରେ ଲାଗିଛନ୍ତି ।

ଶ୍ରୀମନ୍ଦିର ପ୍ରଶାସକ ଯିଏ କି ଏହି ମାମଲାରେ ଦୋଷୀ, ସେ କିପରି ଏହି ମାମଲାରେ ତଦନ୍ତ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସକଙ୍କୁ ତୁରନ୍ତ ହଟାଯିବାର ସେ କହିଛନ୍ତି । ଏହି ଘଟଣା ପରେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ରାଜ୍ୟ ସରକାର ଏହି ମାମଲାରେ ଦୋଷୀମାନଙ୍କୁ ତୁରନ୍ତ ସେବାରୁ ବହିଷ୍କାର କରନ୍ତୁ ବୋଲି ସେ ଦାବୀ କରିଛନ୍ତି ।

Share in top social networks!