ଓକିଲ ସଂଘ ଦ୍ୱାରା ଶ୍ରୀକ୍ଷେତ୍ର ପୁରୀ ବନ୍ଦ ଡାକରାକୁ ବିଜେପିର ସମର୍ଥନ

ଶ୍ରୀ ଜଗନ୍ନାଥଙ୍କର ବହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ସମଗ୍ର ଦେଶର ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କର ଆସ୍ଥା ବିଶ୍ୱାସ ଉପରେ ରାଜ୍ୟ ସରକାର ଏବଂ ଜଗନ୍ନାଥ ମନ୍ଦିର ପ୍ରଶାସକ ଅପାରଗତା ଓ କୁପରିଚଳିନାର ପରିଣତି ସ୍ୱରୂପ ଅଘଟଣକୁ ଦାୟୀ କରି ପୁରୀ ଓକିଲ ସଂଘ ଦ୍ୱାରା ଆସନ୍ତା କାଲି ତା. ୨୪.୬.୨୦୧୫ ଆହୁତ ବନ୍ଦ ଡାକରାକୁ ବିଜେପି ପୂର୍ଣ୍ଣ ସମର୍ଥନ କରିବ, ତତ୍ ସହିତ ଓଡିଶା ଉଚ୍ଚନ୍ୟାୟାଳକର ଓକିଲ ସଂଘ ତରଫରୁ ଏହି ବନ୍ଦକୁ ସମର୍ଥନ କରିଥିବାରୁ ଉଚ୍ଚ ନ୍ୟାୟାଳୟରେ ଓକିଳ ସଂଘକୁ ସାଧୁବାଦ ଜଣାଇଛି । ଏହି ବନ୍ଦକୁ ଜଗନ୍ନାଥ ପ୍ରେମୀ ଜନସାଧାରଣ ସମର୍ଥନ ଶ୍ରୀ କ୍ଷେତ୍ରର ପରମ୍ପରା ଓ ସମ୍ମାନକୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସହଯୋଗ ପାଇଁ ବିଜେପି ପ୍ରବକ୍ତା ସମୀର ମହାନ୍ତି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

Share in top social networks!