ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ

balidanaଭୁବନେଶ୍ୱର ବାଣୀବିହାର ନିକଟସ୍ଥ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କଠାରେ ଆଜି ସକାଳ ୯ ଟା ସମୟରେ ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ତିରୋଧାନ ଦିନଟିକୁ ବଳିଦାନ ଦିବସ ଭାବରେ ସମଗ୍ର ଭାରତ ବର୍ଷରେ ପାଳନ କରାଯାଉ ଅଛି ।

ଏହି ମାଲ୍ୟାର୍ପଣ ଉସôବରେ ବିଜେପି ବରିଷ୍ଠ ନେତା ମାନ୍ୟବର ବିଶ୍ୱଭୂଷଣ ହରିଚନ୍ଦନ ବକ୍ତବ୍ୟ ରଖି ଡଃ ମୁଖାର୍ଜୀଙ୍କର ଭାରତ ବର୍ଷର ଅଖଣ୍ଡତା ରକ୍ଷା ପାଇଁ ଜାମୁ କାଶ୍ମୀରକୁ ପ୍ରବେଶ କରି ନେହେରୁ ସରକାରଙ୍କ ଦ୍ୱାରା ଗିରଫ୍ ହେବା ସହିତ ସନେ୍ଦହ ଜନକ ଭାବରେ ତାଙ୍କର ମୃତୁ୍ୟ ହେବା ବିଷୟ ପ୍ରକାଶ କରିଥିଲେ । ତାଙ୍କର ବିୟୋଗ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କୁ ଦେଶ ପାଇଁ ନିଜ ଜୀବନ କୁ ବଳିଦାନ କରିବା ପାଇଁ ପ୍ରେରଣା ଯୋଗାଇବ । ରାଜ୍ୟ ସାଧାରଣ ସଂପାଦକ (ସଂଗଠନ ) ମାନନୀୟ ପ୍ରସନ୍ନ ମିଶ୍ର ବଳିଦାନ ଦିବସଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ବିଜେପିର ମହାସମ୍ପର୍କ ଅଭିଯାନକୁ ସଫଳ କରି ଭାରତୀୟ ଜନତା ପାର୍ଟିକୁ ଶକ୍ତିଶାଳୀ କରିବା ପାଇଁ ଶପଥ ନେବା ପାଇଁ ଆହ୍ୱାନ ଦେଇଥିଲେ ।

ଶ୍ରୀ ସମିର ମହାନ୍ତି ନିର୍ଦ୍ଧାରିତ ସମୟରେ ପହଞ୍ଚô କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ବଳିଦାନ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଜେପିର ଜିଲ୍ଲା ସଭାପତି ଅମିୟ ଦାସ ସଭାପତିତ୍ୱ କରିଥିଲେ । ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲିପ ମହାନ୍ତି, ଜଗନ୍ନାଥ ପ୍ରଧାନ, ରତିକାନ୍ତ ଦାସ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଯୁବମୋର୍ଚ୍ଚାର ସଭାପତି ବିଶ୍ୱ ରଂଜନ ବଡଜେନା ଏବଂ ଖୋର୍ଦ୍ଧାଜିଲ୍ଲା ସଭାପତି ସୁଦିପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!