ଜେ.ଏସ.ପି.ଏଲରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

yogajsplଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ), ଅନୁଗୋଳ ପରିସରେ, ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଛି । ଏହା ଉପଲକ୍ଷେ ଆୟୋଜିତ ଏକ ମେଗା ଯୋଗ ଶିବିରରେ, ଜେଏସପିଏଲ ଅନୁଗୋଳ ପ୍ରକଳ୍ପ ମୂଖ୍ୟ ତଥା ନିର୍ବାହୀ ନିଦେ୍ର୍ଧଶକ ଶ୍ରୀ ଦିନେଶ କୁମାର ସରୋଗୀଙ୍କ ସମେତ, କର୍ମଚାରୀ, ସେମାନଙ୍କ ପରିବାର ବର୍ଗ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ଓ.ପି. ଜିନ୍ଦଲ ସ୍କୁଲର ବହୁ ଛାତ୍ରଛାତ୍ରୀମଧ୍ୟ ଏହି ଯୋଗ ଶିବିରରେ ମଧ୍ୟ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ଜେଏସପିଏଲ ଅନୁଗୋଳ ପ୍ରକଳ୍ପ ମୂଖ୍ୟ ତଥା ନିର୍ବାହୀ ନିଦେ୍ର୍ଧଶକ ଶ୍ରୀ ଦିନେଶ କୁମାର ସରୋଗୀ କହିଥିଲେ ଯେ, ଯୋଗ ହଜାର ହଜାର ବର୍ଷ ଧରି ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏକ ଅଂଶ । ଏହା ଆମକୁ ମାନସିକ ଏବଂ ଶାରିରୀକ ଭାବରେ ସୁସ୍ଥ ରଖିବାକୁ ସାହାଯ୍ୟ କରେ । ଆଜି ଏହି ଅନ୍ତର୍ଜାତୀୟ ଯୋଗ ଦିବସରେ ଜେଏସପିଏଲ ଏହି ପରମ୍ପରାକୁ ସାଧୁବାଦ ଜଣାଉଛି । ଯୋଗ ଶିବିର ଆୟୋଜନ ଓ ଯୋଗକୁ ଜୀବନରେ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ଜେଏସପିଏଲ ତାର କର୍ମଚାରୀ ବିକାଶ ଯୋଜନାରେ ସାମିଲ କରିଆସିଛି ବୋଲି ସେ ମତ ଦେଇଥିଲେ । ଜିନ୍ଦଲ ମହିଳା ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ସରୋଗୀ ମଧ୍ୟ ଏହି ଯୋଗ ଶିବିରରେ ଭାଗ ନେଇଥିଲେ ।
ଓ.ପି. ଜିନ୍ଦଲ ସ୍କୁଲର ଯୋଗ ଶିକ୍ଷକ ରାଉଲ୍ ଯୋଗର ଉପକାରିତା ସଂପର୍କରେ ଅବଗତ କରାଇବା ସହିତ, ବିଭିନ୍ନ ପ୍ରକାର ଯୋଗ ଶିକ୍ଷା ଦେଇଥିଲେ । ଜିନ୍ଦଲ ଫାଉଣ୍ଡେସନ୍ ଆନୁକୂଲ୍ୟରେ ସିଏସଆର୍ ବିଭାଗଦ୍ୱାରା ଆୟୋଜିତ ଏହି ଯୋଗ ଶିବିରରେ ୫୦୦ରୁ ଅଧିକ କର୍ମଚାରୀ, ସ୍କୁଲର ଛାତ୍ରଛାତ୍ରୀ, ସୁରକ୍ଷା କର୍ମୀ ଏବଂ ମହିଳାମାନେ ଅଂଶଗ୍ରହଣ କରିଥିଲେ ।

Share in top social networks!