ଯୋଗ ଭାରତକୁ ବିଶ୍ୱ ଗୁରୁ କରାଇବ- ଧର୍ମେନ୍ଦ୍ର ପ୍ରଧାନ

dppradhanଯୋଗ ଭାରତକୁ ବିଶ୍ୱ ଗୁରୁ କରାଇବ । ଆନ୍ତର୍ଜାତିକ ଯୋଗ ଦିବସ ଅବସରେ କଟକ ସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ଯୋଗ ଶିବିରରେ ସାମିଲ ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମନ୍ତବ୍ୟ ଦେଇଛନ୍ତି ।

୍ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତିସଂଘର ୬୯ତମ ସାଧାରଣ ପରିଷଦ ବୈଠକରେ ସେପେଫମ୍ବର ୨୭, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଆହ୍ୱାନ ଦେଇଥ#ଲେ । ଡିସେମ୍ବର ୧୧, ୨୦୧୪ରେ ୧୭୭ ରାଷ୍ଟ୍ରଙ୍କ ସମର୍ଥନରେ ଜାତିସଂଘରେ ଏହା ଗୃହୀତ ହେବା, ବିଶ୍ୱରେ ଭାରତର ପ୍ରାଧାନ୍ୟକୁ ସୂଚିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଜାତିସଂଘ ଆନ୍ତର୍ଜାତିକ ଯୋଗ ଦିବସ ଘୋଷଣା କରିବା ପରେ ଆଜି ସାରା ଦୁନିଆରେ ଯୋଗ ଦିବସ ପାଳନ ହେଉଛି । ଏହା ଭାରତୀୟତାର ବିଜୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୋଗ ହଜାର -ହଜାର ବର୍ଷର ଭାରତୀୟ ମୁନିଋଷି ମାନଙ୍କଋ ତପସ୍ୟାର ଫଳ । କେବଳ
ଶରୀର ନୁହେଁ ମନ, ବୁଦ୍ଧି ଓ ଆତ୍ମାକୁ ସୁସ୍ଥ, ସତେଜ ରଖ#ବା ସହ ଏହା ବିଶ୍ୱ କ ଲ୍ୟାଣ ଏବଂ ଶାନ୍ତି ପାଇଁ ଅମୋଘ ଅସ୍ତ୍ର
ବୋଲି ଶ୍ରୀ ପ୍ରଧାନ କହିଥ#ଲେ ।

ଯୋଗଗୁରୁ ବାବା ରାମଦେବ, ଶ୍ରୀ ଶ୍ରୀ ରବିଶଙ୍କର, ମୁଙ୍ଗେର ମଠର ପ୍ରଚେଷ୍ଟା ସାରା ବିଶ୍ୱରେ ଯୋଗକୁ ଆହୁରି ଗ୍ରହଣୀୟ କରିଥ#ବା ଶ୍ରୀ ପ୍ରଧାନ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଦ୍ୱାରା ଏହା ସମ୍ଭବ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!