ଭିନ୍ନକ୍ଷମମାନେ ସମାଜ ଉପରେ ବୋଝ ନୁହଁନ୍ତି – ଧର୍ମେନ୍ଦ୍ର ପ୍ରଧାନ

dpp ଭିନ୍ନକ୍ଷମମାନେ କେବେ ହେଲେ ପରିବାର ଅଥବା ସମାଜ ଉପରେ ବୋଝ ନୁହଁନ୍ତିା ସେମାନଙ୍କ
ପାଖରେ ଅନେକ ଦକ୍ଷତା, ଗୁଣ, ଜ୍ଞାନ ଓ ସାମର୍ଥ୍ୟ ରହିଛିା ତେବେ ଉଚିତ୍ ସହଯୋଗ ଓ ଆଦର ମିଳିଲେ ସେମାନଙ୍କର ସୁପ୍ତ
ପ୍ରତିଭାର ଉନ୍ମେଷ ଘଟିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିା

ଆଜି ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଆଲିମ୍କୋ ପରିସରରେ ଭାରତ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ଅନୁଦାନ
ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତିା ଇଂଜିନିଅର୍ସ ଇଣ୍ଡିଆ ଲିମିଟେଡ୍ ଓ
ଭାରତୀୟ କୃତି୍ରମ ଅଙ୍ଗ ପ୍ରତି ନିର୍ମାଣ ନିଗମ-ଆଲିମ୍କୋର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫୪ଭିନ୍ନକ୍ଷମଙ୍କୁ
ଉପକରଣ ବଣ୍ଟନ କରାଯାଇଥ#ଲାା ଏଥ#ରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦିଙ୍କ ସରକାର ଭିନ୍ନକ୍ଷମମାନଙ୍କ କଲ୍ୟାଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତିା ସେମାନଙ୍କୁ
ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧା ଏଥ#ପାଇଁ ଭାରତ ସରକାରଙ୍କ ଅଧ#ନରେ ଥ#ବା
ଅନେକ ରାଷ୍ଟ୍ରାୟତ୍ତ ସଂସ୍ଥା ସେମାନଙ୍କ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି
ଏବଂ ଏ ଦିଗରେ ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯିବା

ଶ୍ରୀ ପ୍ରଧାନ କହିଲେ ଯେ, କେବଳ ଭୁବନେଶ୍ୱର ନୁହଁ ସବୁ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କୁ ଏଭଳି ସହାୟତା ଉପକରଣ ବଣ୍ଟନ
କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବୋ ସେ କହିଲେ ଯେ, ତାଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
ମନ୍ତ୍ରଣାଳୟ ଅଧ#ନରେ ଥ#ବା ରାଷ୍ଟ୍ରାୟତ ସଂସ୍ଥାମାନଙ୍କୁ ମଧ୍ୟ ଏଥ#ଲାଗି କାର୍ଯ୍ୟ କରିବାକୁ କୁହାଯିବା ଭିନ୍ନକ୍ଷମ ପିଲାମାନେ
କେବେହେଲେ ଭାଙ୍ଗି ପଡ଼ିବା ଅନୁଚିତ୍ା ସେମାନେ ଉପଯୁକ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପାଇଲେ ଅନ୍ୟ ସାଧାରଣ ପିଲାଙ୍କ ଭଳି ନିଜ
ନିଜର ପରାକାଷ୍ଠା, ପାରଦର୍ଶିତା ଓ ପ୍ରତିଭା ପ୍ରଦର୍ଶନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥ#ଲୋ

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧ#ନରେ ଥ#ବା ଆଲିମ୍କୋ ଏବଂ
ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଇଂଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ରାଜିନାମା ହୋଇଛିା ଏହି
ରାଜିନାମା ଅନୁଯାୟୀ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ଯୋଗାଇ ଦେବା ସକାଶେ ଦେଶର ୪ଟି ସହରରେ ମାଗଣା
ଶିବିରମାନ ଆୟୋଜନ କରାଯାଉଛିା ପ୍ରତି ଶିବିରରେ ସହାୟତା ଉପକରଣ ବଣ୍ଟନ ପାଇଁ ୨୪ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ
କରାଯିବା ଭୁବନେଶ୍ୱର, ବଲାଙ୍ଗୀର, ପାରାଦ୍ୱୀପ ଏବଂ ଆସାମର ଦିବ୍ରୁଗଡ଼ ଠାରେ ଏହି ୪ଟି ଶିବିର ଆୟୋଜନ କରାଯାଉଛି

ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବିଶିଷ୍ଟ ସମାଜସେବୀ ଡଃ. ଶ୍ରୁତି ମହାପାତ୍ର କହିଥ#ଲେ ଯେ, ପୂର୍ବରୁ ଭିନ୍ନକ୍ଷମାନେ ବହୁ
ଅସୁବିଧା ଭୋଗୁଥ#ଲୋ ଏତେ ସୁବିଧା ମିଳୁ ନଥ#ଲାା ଏବେ ସରକାର ସେମାନଙ୍କ ପାଇଁ ଅନେକ ସହାୟତା ଓ ସୁବିଧା ପ୍ରଦାନ
କରୁଛନ୍ତିା ଭିନ୍ନକ୍ଷମମାନେ ଏହାର ସୁବିଧା ନେବା ସହ ଭଲ ପାଠ ପଢ଼ି ନିଜର ସାମର୍ଥ୍ୟ ପ୍ରତିପାଦନ କରନ୍ତୁା ସେମାନଙ୍କ
ପାଖରେ ସବୁ ଗୁଣ, ବିଦ୍ୟା, ଦକ୍ଷତା, ଜ୍ଞାନ ଓ ସମ୍ଭାବନା ଭରି ରହିଛିା ବାପା-ମାଆ ଏବଂ ସମାଜ ସେମାନଙ୍କୁ ହତାଦର
ନକରି ସହଯୋଗର ହାତ ବଢ଼ାଇଲେ ସେମାନେ ନିଜ ନିଜ ପ୍ରତିଭାର ପରିସ୍ପୁଟ କରିପାରିବେ ବୋଲି ଡଃ. ମହାପାତ୍ର
କହିଥ#ଲୋ

Share in top social networks!