ପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମପରିବର୍ତନରେ ମହାବିଭ୍ରାଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବହିଷ୍କାର କରି କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ : ବିଜେପି

bjppressନବକଳେବର ଆରମ୍ଭରୁ ଶେଷ ଯାଏଁ ଖାଲି ବିଭ୍ରାଟ ହିଁ ବିଭ୍ରାଟ । ଶ୍ରୀମନ୍ଦିର ଓ ପ୍ରଭୁ ଜଗନ୍ନାଥ କୋଟି କୋଟି ଓଡ଼ିଆଙ୍କର ଭାବାବେଗ ସହ ଜଡ଼ିତ ଥିବାବେଳେ ଭୋଟ୍ ବିକଳିଆ ରାଜ୍ୟ ସରକାର ସାଧାରଣ ଜନତାର ଭାବାବେଗ ସହ ଖେଳିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଟିକିଏ ବି ସମ୍ମାନ ବୋଧ ନାହିଁ । ଅତି ଖାମଖିଆଲି ଭାବେ ନବକଳେବର ଯାତ୍ରାକୁ ପରିଚାଳନା କରିବାର ପ୍ରତିଫଳନ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅହଙ୍କାରଗ୍ରସ୍ତ ହୋଇ ଯେଉଁ ବିଭ୍ରାଟ ସୃଷ୍ଟି କରିଛନ୍ତି ତାହା ଅକ୍ଷମଣୀୟ । ତାଙ୍କୁ ତୁରନ୍ତ ବହିଷ୍କାର କରିବା ଦରକାର । ଜନତାଙ୍କ ବିଶ୍ୱାସ ଓ ଭାବାବେଗକୁ ଆଘାତ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ଓ ବିଜୟ ମହାପାତ୍ରଙ୍କ ଦ୍ୱାରା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏହି ଦାବି କରିଛି । ବିଜେପି ପକ୍ଷରୁ କୁହାଯାଇଛିଯେ, କାଲି ଗଜପତି ମହାରାଜା ଦିବ୍ୟସିଂହ ଦେବା ଗଣମାଧ୍ୟମରେ ଯେଉଁଭଳି ଭାବେ କ୍ଷୋଭ ପ୍ରକାଶ କରିଛନ୍ତି ତାହା ଅତୀତରେ କେବେ ଦେଖିବାକୁ ମିଳିନଥିଲା । ଶ୍ରୀମନ୍ଦିର ପରିଚାଳନାରେ ରାଜନୀତିକ ଅନୁପ୍ରବେଶକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା । ମହାରଣା ସେବାୟତଙ୍କ ଠାରୁ ନେଇ ଦଇତାପତି ଓ ବାଡ଼ଗ୍ରାହୀଙ୍କ ପର୍ଯ୍ୟନ୍ତ ସମସ୍ତେ କେଉଁଭଳି ଭାବେ ପ୍ରଭୁ ଜଗନ୍ନାଥଙ୍କ ରୀତିନୀତିରେ ବିଭ୍ରାଟ ହୋଇଛି ତାହାର ପ୍ରମାଣ ଦେଇସାରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛିଯେ, ସରକାର ଶ୍ରୀମନ୍ଦିର ପରିଚାଳନାରେ ବ୍ୟର୍ଥ ହୋଇଥିବାବେଳେ ଆଗାମୀ ଦିନରେ ପ୍ରଭୁଙ୍କ ରୀତିନୀତି ଶୃଙ୍ଖଳିତ ହେବାନେଇ ଆଶଙ୍କା ପ୍ରକାଶ ପାଇଛି । ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରର ସହାୟତା ଲୋଡ଼ନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଥିବାବେଳେ ଏନେଇ ରାଜ୍ୟ ବିଜେପି ମଧ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବ ବୋଲି କୁହାଯାଇଛି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସିଂହଦେଓ ବିଜେପିର ଆଗାମୀ ଦିନର ରଣନୀତି ସମ୍ପର୍କରେ ସୂଚନା ଦେଇଥିଲେ । ଆଗାମୀ ୨୧ରେ ଆର୍ନ୍ତଜାତିକ ଯୋଗ ଦିବସ ଉପଲକ୍ଷେ ବିଜେପି ଭୁବନେଶ୍ୱର ସମେତ ପ୍ରତି ଜିଲ୍ଲା ଓ ମଣ୍ଡଳ ସ୍ତରରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ କରିବ । ସେହିପରି ଆସନ୍ତା ୨୩ରୁ ଜୁଲାଇ ୬ ପର୍ଯ୍ୟନ୍ତ ହେବାକୁ ଥିବା ମହାସମ୍ପର୍କ ଅଭିଯାନ ଅବସରରେ ବିଜେପି ୩୧ ଲକ୍ଷ ନୂଆ ସଭ୍ୟଙ୍କ ନିକଟରେ ପହଁଚିବା ସହ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ଅବଗତ କରାଇବେ । ରାଜ୍ୟରେ ଚାଲିଥିବା ଅପାରଗ ସରକାରର ଜନବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ବିଜେପି ଲଢ଼େଇ କରିବା ସହ ଆନେ୍ଦାଳନ କରିବ ବୋଲି ଶ୍ରୀ ସିଂହଦେଓ ସୂଚନା ଦେଇଥିଲେ ।
bjppress
ଅପରପକ୍ଷରେ ପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତନ ବିବାଦ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଲେଯେ, ଦାରୁ ଚିହ୍ନଟ ପ୍ରକି୍ରୟାର ରାଜନୀତି କରଣ କରି ଯେଉଁଭଳି ଭାବେ ସ୍ୱପା୍ନଦେଶ ପରମ୍ପରାର ଅବମାନନା କରାଗଲା ତାହା ଅତୀତରେ କେବେ ଦେଖିବାକୁ ମିଳିନଥିଲା । ବିଜେଡି ନେତାମାନେ ଏହି କାର୍ଯ୍ୟକୁ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ଭାବେ ପରିଚାଳିତ କଲେ । ବିଜେପି ଏନେଇ ପୂର୍ବରୁ ସତର୍କ କରିଦେବା ସହ ମୁଖ୍ୟ ପ୍ରଶାସକଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରି ଆସିଛି ବୋଲି ସେ ଅଭିଯୋଗ କରିଥିଲେ । ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ଅପମାନ, ଗଜପତି ମହାରାଜଙ୍କ ପ୍ରତି ବାରମ୍ବାର ଉପେକ୍ଷା, ସର୍ବୋପରି ଶହ ଶହ ବର୍ଷଧରି ନିଶାର୍ଦ୍ଧରେ ହୋଇଆସୁଥିବା ବ୍ରହ୍ମ ପରିବର୍ତନ ପରମ୍ପରାକୁ ଉଲଙ୍ଘନକରି ଯେପରି ସ୍ପଷ୍ଟ ଦିବାଲୋକରେ ବ୍ରହ୍ମ ପରିବର୍ତନ କରାଗଲା ତାହା ଅକ୍ଷମଣୀୟ । ଚାରି ବାଡଗା୍ରହୀଙ୍କ ବ୍ୟତୀତ ଶାସକ ଦଳର ନେତା ଭାବେ ବିବେଚିତ ଅନ୍ୟ କେତେକ ଦଇତାପତି ବ୍ରହ୍ମ ଦର୍ଶନ ପାଇଁ ଜିଦ୍ ଧରି ବ୍ରହ୍ମ ପରିବର୍ତନ ପ୍ରକିୟାକୁ ବିଳମ୍ବିତ କରିଥିଲେ । ଏମିତିକି ନିଜ ଜିଦ୍ରେ ଅଟଳ ରହି ସେହି ଦଇତାପତିମାନେ ବ୍ରହ୍ମ ଦର୍ଶନ କରିଥିଲେ । ଏଭଳି ଧର୍ମ ଓ ପରାମ୍ପରା ବିରୋଧୀ ଘଟଣା ଇତିହାସରେ କେବେବି ଘଟିନଥିଲା । ବାରମ୍ବାର ଏଭଳି ବିଶୃଙ୍ଖଳିତ ତତ୍ୱମାନଙ୍କୁ ପୋସôାହନ ଯୋଗାଇ ଆସୁଥିବା ଅପାରଗ ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ୱହୀନତାରୁ ଏପରି ଘଟଣା ଘଟିଲା । ଏଭଳି ଅଧିକାରୀଙ୍କ ତତ୍ୱାବଧାନରେ ଆଗାମୀ ରଥଯାତ୍ରା ଶୃଙ୍ଖଳାର ସହିତ ହୋଇ ପାରିବ ବୋଲି ଆଶା କରାଯାଉନାହିଁ । ତେଣୁ ରାଜ୍ୟ ସରକାର ତୁରନ୍ତ ମୁଖ୍ୟ ପ୍ରଶାସକଙ୍କୁ ତାଙ୍କ ଦାୟୀତ୍ୱରୁ ଅବ୍ୟାହତି ଦେଇ ଚାକିରୀରୁ ନିଲମ୍ବିତ କରନ୍ତୁ । ନହେଲେ ଏହି ବିଭ୍ରାଟ ପାଇଁ ମୁଖ୍ୟ ପ୍ରଶାସକ ନିଜେ ଦାୟୀ ହୋଇଥିବାରୁ ସେ ନିଜେ ନିଜ ବିରୁଦ୍ଧରେ ତଦନ୍ତ କରିବା ଏକ ହାସ୍ୟାସ୍ପଦ ଘଟଣା ହେବ । ସେହିଭଳି ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଅବ୍ୟବସ୍ଥା ପାଇଁ ପରୋକ୍ଷରେ ଦାୟୀ ହୋଇଥିବାରୁ ସେ ମଧ୍ୟ ରାଜରାସ୍ତାକୁ ଆସି ଯୋଡହସ୍ତରେ ଜଗନ୍ନାଥ ପ୍ରେମୀମାନଙ୍କ ନିକଟରେ କ୍ଷମା ଭିକ୍ଷା କରନ୍ତୁ । ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟର ସବୁ ସାଧୁ, ସନ୍ଥ ଓ ଜଗନ୍ନାଥ ପ୍ରେମୀମାନେ ଏକତ୍ରିତ ହୋଇ ସରକାରଙ୍କ ପ୍ରୋସôାହନରେ ଚାଲୁଥିବା ବିଭ୍ରାଟ ବିରୁଦ୍ଧରେ ଆନେ୍ଦାଳନ କରିବା ପାଇଁ ବିଜେପି ଆହ୍ୱାନ ଦେଉଛି ଏବଂ ଜଗନ୍ନାଥ ଧର୍ମ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ବିଜେପି ଏଭଳି ଆନେ୍ଦାଳନକୁ ସମର୍ଥନ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସମୀର ମହାନ୍ତି, ସଜ୍ଜନ ଶର୍ମା ଓ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!