ବୟନ ଓ ହସ୍ତତନ୍ତ ମନ୍ତ୍ରୀଙ୍କ କେନ୍ଦ୍ର ବସ୍ତ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ; ଓଡ଼ିଶା ହସ୍ତଶିଳ୍ପର ବିକାଶ ପ୍ରସଙ୍ଗରେ ଆଲୋଚନା

niddଓଡ଼ିଶା ହସ୍ତଶିଳ୍ପର ସୁଦୀର୍ଘ ଇତିହାସ, ପ୍ରାଚୀନତା, ପ୍ରସିଦ୍ଧି ଏବଂ ଚାହିଦାର ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ଏବଂ ରାଜ୍ୟ ବାହାରେ ଏହାର ବିକାଶ, ବିପଣନ, ଏବଂ ପ୍ରସାର ନିମନ୍ତେ ରାୟଗଡ଼ାଠାରେ କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତ କାର୍ଯ୍ୟାଳୟଙ୍କ ତରଫରୁ ଏକ ବିପଣନ ଏବଂ ସେବା ସମ୍ପ୍ରସାରଣ କେନ୍ଦ୍ର ଖୋଲିବା, ରପ୍ତାନୀ ନିମନ୍ତେ ଭାରତୀୟ ପ୍ରନ#ତତ୍ତ୍ୱ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟରେ ଆନୁସଙ୍ଗିକ ବୈଷୟିକ ସହାୟତା ଯୋଗାଇଦେବା, ଜାତୀୟ ଡ଼ିଜାଇନ୍ ପ୍ରତିଷ୍ଠାନ, ଅହମ୍ମଦାବାଦର ଏକ ଶାଖା ଭୁବନେଶ୍ୱରଠାରେ ସ୍ଥାପନ କରିବା,ହସ୍ତଶିଳ୍ପ ରପ୍ତାନୀକୁ ସୁଗମ କରିବା ଲକ୍ଷ୍ୟରେ ଭୁବନେଶ୍ୱରଠାରେ ହସ୍ତଶିଳ୍ପ ରପ୍ତାନି ବିକାଶ ପରିଷଦର ଏକ ଶାଖା ଖୋଲିବା, ଦେଶର ୧୦ଟି ମେଟ୍ରୋ ସହର ଉତ୍କଳିକାର ବିକ୍ରୟ କେନ୍ଦ୍ର ସ୍ଥାପନ, ଏବଂ ପିପିଲିଠାରେ ଏକ କ୍ରାଫଫ&୍ କମ୍ପ୍ଲେକ୍ସ୍ ନିର୍ମାଣ ନିମନ୍ତେ ଆନୁସଙ୍ଗିକ କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କେନ୍ଦ୍ର ବସ୍ତ୍ର ମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ୱାରଙ୍କ ନିକଟରେ ଦାବି
ଉପସ୍ଥାପନ କରିଛନ୍ତି ।

ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀଠାରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଙ୍ଗଓ୍ୱାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ହସ୍ତଶିଳ୍ପ ବିକାଶ କ୍ଷେତ୍ରରେ କେତୋଟି ମୁଖ୍ୟ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥ#ଲେ । ଅଦ୍ୟାବଧ# ରାଜ୍ୟରେ କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତଙ୍କ ଅଧ#ନରେ ଭୁବନେଶ୍ୱର ଏବଂ ସମ୍ବଲପୁରଠାରେ ଦୁଇଟି ବିପଣନ ଏବଂ ସେବା ସମ୍ପ୍ରସାରଣ କେନ୍ଦ୍ର କାର୍ଯ୍ୟ କରୁଛି । କିନ୍ତୁ
ଓଡ଼ିଶାର ହସ୍ତଶିଳ୍ପର ବିଶେଷ ଚାହିଦା ଥ#ବାରୁ ବିଶେଷ କରି ବାବାସାହେବ ଆମ୍ବେଦକର ହସ୍ତଶିଳ୍ପ ଯୋଜନା, ବୁଣାକାର ଫଟୋ ପରିଚୟପତ୍ର, ବୁଣାକାର ଋଣ କାର୍ଡ଼ ଏସବୁ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାୟଗଡ଼ାଠାରେ ଆଉ ଏକ ବିପଣନ ଏବଂ ସମ୍ପ୍ରସାରଣ କେନ୍ଦ୍ର ଖୋଲିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥ#ଲା । ରପ୍ତାନୀ ନିମନ୍ତେ ଆବଶ୍ୟକ ହେଉଥ#ବା ନନ୍-ଆଣ୍ଟିକ୍ୱିଟୀ ପ୍ରମାଣପତ୍ର ପାଇବା ପାଇଁ କାରିଗରମାନଙ୍କୁ ଭାରତୀୟ ପ୍ରନ#ତତ୍ତ୍ୱ ବିଭାଗର କଲିକତା କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଅଯଥା ବିଳମ୍ବିତ ପ୍ରକି୍ରୟାକୁ ରୋକିବା ନିମନ୍ତେ ଭୁବନେଶ୍ୱର କାର୍ଯ୍ୟାଳୟରେ ଆବଶ୍ୟକୀୟ ପରୀକ୍ଷାଗାର ଏବଂ ବୈଷୟିକ ମାନବ ସମ୍ବଳ
ଯୋଗାଇଦେବା ନିମନ୍ତେ ମନ୍ତ୍ରୀ ଦାବି ଉପସ୍ଥାପନ କରିଥ#ଲେ ।

ଅହମ୍ମଦାବାଦଠାରେ ଥ#ବା ଜାତୀୟ ଡ଼ିଜାଇନ ପ୍ରତିଷ୍ଠାନର ଏକ ଶାଖା ଓଡ଼ିଶାରେ ଖୋଲିବା ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ପୂର୍ବରୁ ଦାବି ଉପସ୍ଥାପନ କରାଯାଇଥ#ଲା । ତେବେ ବର୍ତ୍ତମାନ ସୁଦ୍ଧା ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଇ ନଥ#ବାରୁ ଏହି ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀମତୀ ଛୁରିଆ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥ#ଲେ ।

ଓଡ଼ିଶାରେ ପ୍ରାୟ ୫୦ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ତିଆରି ହୋଇଥାଏ । ଯାହାର ଜାତୀୟ ଏବଂ ଅର୍ନ୍ତଜାତୀୟ ବଜାରରେ ବିଶେଷ ଚାହିଦା ରହିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ହସ୍ତଶିଳ୍ପ ରପ୍ତାନି ବିକାଶ ପରିଷଦର ଏକ ଶାଖା ଖୋଲିବା ନିମନ୍ତେ
ବୈଠକରେ ପ୍ରସ୍ତାବ ଦିଆଯାଇଥ#ଲା ।

ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଉତ୍କଳିକାର ଦଶଟି ଏମ୍ପୋରିୟମ୍ ଭାରତର ବିଭିନ୍ନ ମେଟ୍ରୋ ସହରରେ ସ୍ଥାପନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଉପରେ ବିଚାର କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥ#ଲେ । ଚାନ୍ଦୁଆ ଶିଳ୍ପ ନିମନ୍ତେ ପ୍ରସିଦ୍ଧ ପିପିଲିଠାରେ ଜାତୀୟ ରାଜପଥ ନିର୍ମାଣ ହେବାପରେ ଏହି ଶିଳ୍ପର ବିପଣନ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଛି ଏବଂ କାରିଗରମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ତେଣୁ ପିପିଲିଠାରେ ଏକ ବୃହତ କ୍ରାଫଫ&୍ କମ୍ପ୍ଲେକ୍ସ୍ ସ୍ଥାପନ ନିମନ୍ତେ ମନ୍ତ୍ରୀ ଶ୍ରୀମତୀ ଛୁରିଆ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦୃଢ଼ ପ୍ରସ୍ତାବ ଉପସ୍ଥାପନ କରିଥ#ଲେ ।

ଉପରୋକ୍ତ ସମସ୍ତ ପ୍ରସ୍ତାବଗୁଡ଼ିକ ଅନୁଧ୍ୟାନ କରାଯିବା ସହ କେତୋଟି
ପ୍ରସ୍ତାବକୁ ଅଗ୍ରାଧ#କାର ଭିତ୍ତିରେ ସମ୍ପନ୍ନ କରିବା ନିମନ୍ତେ ସମସ୍ତ କେନ୍ଦ୍ରୀୟ ସହାୟତା
ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥ#ଲେ । ଆଜିର ଏହି ସାକ୍ଷାତ
ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରାଳୟର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲେ ।

Share in top social networks!