କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାୟଗଡ଼ା ଓ କୋରାପୁଟ ଜିଲ୍ଲା ଗସ୍ତ

jualoramକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଚଳିତ ୧୯, ୨୦ ଓ ୨୧ ତାରିଖ ତିନି ଦିନ ଧରି ପ୍ରଥମ ଥର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ା ଓ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ସେ ଆଜି ପୂର୍ବାହ୍ନରେ ରାୟଗଡ଼ା ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତାଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନ ଗସ୍ତ କରି ସେଠାରେ ଥିବା ରୋଗୀମାନଙ୍କୁ ଭେଟି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ପରେ ଡ଼ାକ୍ତରମାନଙ୍କ ସହ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ ।

ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଓରାମ ରାୟଗଡ଼ା ଜିଲ୍ଲା ସମ୍ମିଳନୀ ଠାରେ ଜିଲ୍ଲାର ସମୀକ୍ଷା ବୈଠକରେ ଉପସ୍ଥିତ ରହି ବିଭିନ୍ନ ଜିଲ୍ଲାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଆସନ୍ତା କାଲି ଶ୍ରୀ ଓରାମ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ସେ କାଶିପୁର ବ୍ଳକ ଅନ୍ତର୍ଗତ ଟିକିରି ଠାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବା ସହ ଲକ୍ଷ୍ମୀପୁର ବ୍ଳକ ଗସ୍ତରେ ଯାଇ ସାଧାରଣ ଜନତା ଓ ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିବେ । ଅପରାହ୍ନରେ କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ।

୨୧ ତାରିଖ ଦିନ ସକାଳ ୬.୩୦ ମିନିଟ୍ରେ ଜୟପୁର ଠାରେ ଆୟୋଜିତ ୨୧ ତମ ଆନ୍ତର୍ଜାତିକ ଯୋଗ ଦିବସରେ ଉପସ୍ଥିତ ରହିବା ସହ ଦିବା ୧୦ ଘଟିକା ସମୟରେ ଜୟପୁର ଠାରେ ବିଭିନ୍ନ ସଂଗଠନ ତରଫରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ । ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଓରାମ ୧୯ ତାରିଖ ଦିନ ରାୟଗଡ଼ା ଠାରେ ଏବଂ ୨୧ ତାରିଖ ଦିନ ଜୟପୁର ଠାରେ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବେ । ୨୧ ତାରିଖ ଦିନ ୧୧ ଟାରୁ ୪ ଟା ପର୍ଯ୍ୟନ୍ତ ଜୟପୁର ଠାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଏକ ପ୍ରେସ୍ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

Share in top social networks!