ମିଶନ ଇନ୍ଦ୍ରଧନୁସ୍ ସଂପର୍କରେ ଭିଡିଓ କନଫରେନ୍ସ, ଓଡିଶାରେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ୨ୟ ପର୍ଯ୍ୟାୟରେ ଟୀକାକରଣ ଉଲ୍ଲେଖନୀୟ – କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟର ୧୦ ଟି ଜିଲ୍ଲାରେ ମିଶନ ଇନ୍ଦ୍ରଧନୁସ୍ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ୨ୟ ପର୍ଯ୍ୟାୟରେ ଅଧିକ ପିଲାଙ୍କୁ ଟୀକାକରଣ କରାଯାଇ ପାରିଛି । ଦେଶର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡା କହିଛନ୍ତି । ଓଡିଶାରେ ମଧ୍ୟ ଏ ନେଇ ସଚେତନତା କାର୍ଯ୍ୟକ୍ରମ ଭଲ ହୋଇଛି ଏବଂ ଶତ ପ୍ରତିଶତ ଟୀକାକରଣ କରିବାର ଲକ୍ଷ୍ୟ ହାସଲ କରିବ ବୋଲି ଆଶା ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡା ମିଶନ ଇନ୍ଦ୍ରଧନୁସ୍ ସଂପର୍କରେ ଆଜି ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଏ ନେଇ ଆଲୋଚନା କରିଥିଲେ ।
ଓଡିଶାର ୧୦ ଟି ଅଧିକ ପ୍ରବଣ ଜିଲ୍ଲା , ବୌଦ୍ଧ , ଗଜପତି , ଗଞ୍ଜାମ , କନ୍ଧମାଳ , ଖୋର୍ଦ୍ଧା , କୋରାପୁଟ , ମାଲକାନଗିରି , ନବରଙ୍ଗପୁର , ନୂଆପଡା ଏବଂ ରାୟଗଡାର ପାହାଡିଆ , ଦୁର୍ଗମ ତଥା ଅପହନ୍ଚ ଅନ୍ଚଳରେ ଆଦୌ ଟୀକା ନେଇ ନଥିବା ବା ସମ୍ପୂର୍ଣ୍ଣ ଟୀକାକରଣ ହୋଇ ନଥିବା ପିଲାମାନଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରିବା ପାଇଁ ଗତ ଅପ୍ରେଲ ମାସ ୭ ତାରିଖରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ୨ୟ ପର୍ଯ୍ୟାୟ ମଇ ମାସରେ ଅନୁଷ୍ଠିତ ହୋଇ ଯାଇଛି । ବର୍ତମାନ ୩ୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏଥିରେ ଏକ ଲକ୍ଷ ୩୨ ହଜାର ୮୩୪ ପିଲାଙ୍କୁ ଟୀକାକରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଏଥି ପାଇଁ ୧୬୪୫୭ ଏ,ଏନ୍.ଏମ୍ ନିୟୋଜିତ ହେଉଛନ୍ତି ଏବଂ ୧୨୨୩୪ ସେସନ ପ୍ଲାନ୍ କରାଯାଇଛି । ମୋଟ ଧାର୍ଯ୍ୟଲକ୍ଷ୍ୟ ମଧ୍ୟରେ ମୁଣ୍ଡଗଣନା ଅନୁଯାୟୀ ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ୩୩୬୩୭ ଶିଶୁ ଏବଂ ୭୯୮୦ ଜଣ ଗର୍ଭବତୀ ମହିଳା ଅନ୍ତଭୁକ୍ତ । ଟୀକାକରଣ ସେସନ ୯୮୮୧ ରୁ ୧୨୨୩୪ କୁ ବୃଦ୍ଧି କରାଯାଇଛି । ଏ ନେଇ ସମସ୍ତ ଜିଲ୍ଲାରେ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇ ତୃଣମୂଳ ସ୍ତରରୁ ଯୋଜନା କରାଯାଇଛି ଏବଂ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଟୀକାକରଣ ମାଧ୍ୟମରେ ପିଲା ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସେମାନଙ୍କୁ ସୁସ୍ଥ ସବଳ କରିବା ନିମନ୍ତେ ଏହି ଅଭିଯାନ ଆରମ୍ଭ କରାଯାଇଛି ।ଏଥି ନିମନ୍ତେ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ସେହି ସବୁ ଜିଲ୍ଲାରେ ଦୁର୍ଗମ , ଅପହନ୍ଚ ଅଂଚଳ ସମେତ ଯେଉଁ ସବୁ ଅଂଚଳ ମାନଙ୍କରେ ମିଳିମିଳା ଆଦି ବିଭିନ୍ନ ପ୍ରକାର ରୋଗରେ ବହୁଳ ଭାବେ ଆକ୍ରାନ୍ତ ହେଉଥିବେ , ସଂପୃକ୍ତ ଅଂଚଳରେ ଏ.ଏନ୍.ଏମ୍ ୩ମାସରୁ ଅଧିକ ସମୟ ଛୁଟିରେ ଥିବେ କିମ୍ବା ପଦବିଖାଲି ରହିଥିବ , ଲଗାତାର ଭାବେ ୩ ଥର ସେହି ଅଂଚଳରେ ଟୀକାକରଣ କାର୍ଯ୍ୟକ୍ରମ କରାଯାଇନଥିବ କିମ୍ବା ଟୀକାକରଣ ହାର କମ୍ ରହିଥିବ,ସେହିପରି ଅଂଚଳ ଗୁଡିକୁ ଚିହ୍ନଟ କରିବା ସହ କେତେ ପିଲାଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯିବ ସେ ସବୁ ଚିହ୍ନଟ କରିଛନ୍ତି । ରାଜ୍ୟ ସରକାର ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣି ମୃତ୍ୟୁହାର ହ୍ରାସ ଦିଗରେ ପ୍ରୟାସ ଜାରି ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡା ଓଡିଶାର ଉଦ୍ୟମ ଏବଂ ସଫଳତାକୁ ପ୍ରଶଂସା କରିବା ସହ ସମସ୍ତ ପ୍ରକାର ସହେଯାଗ ପ୍ରଦାନ କରାଯିବ ବୋଲି କହିଥିଲେ ।
ଏହି ଭିଡିଓ କନଫରେନସ୍ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର ଏବଂ ପରିବାର କଲ୍ୟାଣ ନିଦେ୍ର୍ଧଶିକା ଡାଃ ନିର୍ମଳା କୁମାରୀ ଦେଇଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!