କବି ବାସୁଦେବ ସୁନାନୀଙ୍କୁ ସମ୍ବର୍ଦ୍ଧନା ଓ କବିଗୌରବ ସମ୍ମାନ ପ୍ରଦାନ

suanni ଓଡିଶାର ବିଶିଷ୍ଟ ସାହିତି୍ୟକ ଡଃ ବାସୁଦେବ ସୁନାନୀଙ୍କୁ ଚଳିତବର୍ଷ ଚେନ୍ନାଇଠାରେ ଦକ୍ଷିଣ ଭାରତ ପୁସ୍ତକ ପ୍ରକାଶନ ଓ ପ୍ରଣୟନ ସଂସ୍ଥା ପ୍ରଦତ୍ତ ମର୍ଯ୍ୟାଦାଜନକ “ପୋର୍କିଜୀ” ପୁରସ୍କାର ମିଳିବା ଅବସରରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏବଂ ରାଷ୍ଟ୍ରିୟ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଡଃ ସୁନାନୀଙ୍କୁ ସମ୍ବର୍ଦ୍ଧିତ କରିବା ସହ “କବିଗୌରବ” ସମ୍ମାନ ପ୍ରଦାନ କରାଯାଇଛି ।

ଆଜି ଲୋହିଆ ଏକାଡେମୀରେ ଅନୁଷ୍ଠିତ ଏହି ସାରସ୍ୱତ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରି ବିଶିଷ୍ଟ ଭାଷାବିତ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ କହିଥିଲେ ଦଳିତ କୌଣସି ଜାତିଭିତ୍ତିରେ ସୀମିତ ନୁହେଁ । ନିଜର କର୍ମ ଓ ଚିନ୍ତାଧାରାରେ ଏହାକୁ କେବଳ ଅନୁଭବ କରିହୁଏ । ଭାଷାଗତ ବିଭେଦ ସୃଷ୍ଟି କରି ଇଂରେଜମାନେ ସାମାଜିକ ସ୍ତରରେ ଏକ ପ୍ରତିବନ୍ଧକକୁ ବ୍ୟାପକ କରିଥିଲେ ଅଳ୍ପ ଲୋକଙ୍କ ମଧ୍ୟରେ ଶାସନକୁ ସଂରକ୍ଷିତ ରଖିବାପାଇଁ । ଏବେ ସେ ବିଭେଦ ଭାଙ୍ଗିବା ସମୟ ଆସି ପହଞ୍ଚôଛି । ଏଥିପାଇଁ ସାଧାରଣ ଲୋକଙ୍କ କଥା ସେମାନଙ୍କ ଭାଷାରେ ରଚିତ ସାହିତ୍ୟ ମାଧ୍ୟମରେ ପ୍ରତିଫଳିତ ହେବା ଜରୁରୀ ।

ଯିଏ ଏହା କରୁଛି ତାକୁ ଦଳିତ ସାହିତ୍ୟ ପର୍ଯ୍ୟାୟଭୁକ୍ତ କରିବା ବୌଦ୍ଧିକ ଚିନ୍ତନର ପରିପ୍ରକାଶ ନୁହେଁ, ବରଂ ସାମାଜିକ ବିଭେଦର ପୁନଃପ୍ରୟାସ ମାତ୍ର । ପ୍ରଫେସର ଭରତ ବେହେରା କବି ସୁନାନୀଙ୍କ ସାମଗ୍ରୀକ କୃତି ଉପରେ ଆଲୋକପାତ କରି ସାଧାରଣ ଜୀବନର ଦରଦକୁ ଲେଖନୀ ମାଧ୍ୟରେ ପ୍ରକାଶ କରିବାରେ ସଫଳ ହୋଇଛନ୍ତି । ସମାଜର ଛୋଟଛୋଟ ଚରିତ୍ରକୁ ଏଭଳି ଭାବରେ ମୁଖ୍ୟ ବିଷୟବସ୍ତୁ ଭାବରେ ନେଇ ବର୍ଣ୍ଣନା କରିଛନ୍ତି ଯେ, ସେହି ଗୌଣଚରିତ୍ର ଜାତିରେ ଦଳିତ ହୋଇପାରେ, ମାତ୍ର ମାନବିକ ସମ୍ବେଦନା ପାଇବାକୁ ଯେ ହକଦାର, ସେ ବିଷୟରେ ସମାଜବିତଙ୍କୁ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି ।

ବିଶିଷ୍ଟ କବି ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା କହିଥିଲେ କବି ବାସୁଦେବ ଓଡିଆଭାଷା ଆନେ୍ଦାଳନର ଅନ୍ୟ ଏକ ବିନ୍ଧାଣୀ । କବିତାର ଭାଷା ଜୀବନ ଓ ଜୀବିକାର ଯେ ଉଦ୍ଧ୍ୱର୍ରେ ତାହା ସେ ପ୍ରମାଣ କରିଛନ୍ତି । ଦୁଃଖର ବିଷୟ ରାଜଧାନୀର କଂକ୍ରିଟ ଜଙ୍ଗଲ ମଧ୍ୟରେ ଶୀତତାପ ନିୟନ୍ତ୍ରିତ ଶୀତଳ ଶଯ୍ୟାରେ ଶୋଇରହିଥିବା ଲେଖକ ଓ ପାଠକଙ୍କ ଉଦାସୀନତା କବି ବାସୁଦେବଙ୍କ ସୃଜନଶୀଳତା ନିଶ୍ଚିତ ଭାବରେ ଇର୍ଷା ସୃଷ୍ଟି କରିଛି । ସାହିତ୍ୟ ମାଧ୍ୟମରେ ଦୁଇଟି ପ୍ରାଚୀନ ଭାଷା, ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ସଂଯୋଗ ସୃଷ୍ଟି କରିଥିବା କବି ଡଃ ବାସୁଦେବ ସୁନାନୀଙ୍କୁ ସରକାରି ସ୍ତରରେ ଯଥୋଚିତ ସମ୍ମାନ ଦିଆଯାଇ ନ ଥିବାରୁ ରାଷ୍ଟ୍ରିୟ ଆମ୍ବେଦକର ସ୍ମୃତି ପରିଷଦର ଅଧ୍ୟକ୍ଷ ଅଧିବକ୍ତା ପ୍ରଦୀପ ମଲ୍ଲିକ କ୍ଷୋଭ ପ୍ରକାଶ କରିବା ସହିତ ସୁନାନୀଙ୍କପାଇଁ ନୂଆପଡା ମାଟି ଓ ଓଡିଆଭାଷା ଗର୍ବିତ ବୋଲି କହିଥିଲେ ।

suanniଏହି କାର୍ଯ୍ୟକ୍ରମକୁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡଃ ସୁବ୍ରତ ପୃଷ୍ଟି ପରିଚାଳନା କରିଥିବାବେଳେ ଡଃ ଶ୍ୟାମଳେନ୍ଦୁ ଡିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!