କଲ୍ୟାଣ ଜୁଏଲରର୍ସ ପକ୍ଷରୁ ଓଡିଶାରେ ଏହାର କାରବାର ଆରମ୍ଭ

kalyanajewllersଭାରତର ଅଗ୍ରଣୀ ତଥା ବିଶ୍ୱାସନୀୟ ଜୁଏଲାରୀ ବ୍ରାଣ୍ଡ୍ କଲ୍ୟାଣ ଜୁଏଲରର୍ସ ପକ୍ଷରୁ ପୂର୍ବ ଭାରତରେ ଏହାର କାରବାର ସୁଦୃଢ଼ କରିବା ପାଇଁ ପ୍ରଥମ କରି ଓଡିଶାର ଭୁବନେଶ୍ୱରରେ ଏହାର ଶୋ’ ରୁମ୍ ଉଦ୍ଘାଟିତ କରାଯାଇଛି । ସହିଦ୍ନଗର ଠାରେ ଥିବା ଏହି ଦୁଇ ମହଲା ବିଶିଷ୍ଟ ଶୋ’ରୁମ୍ ୧୫,୦୦୦ ବର୍ଗ ଫୁଟ୍ ପରିମିତ ଅଞ୍ଚଳରେ ସ୍ଥାପିତ ହୋଇଥିବାବେଳେ ଏହାର ପ୍ରତିଷ୍ଠା ପାଇଁ କମ୍ପାନି ୬୦ କୋଟି ଟଙ୍କା ନିବେଶ କରିଛି । ଏହି ଶୋ’ରୁମ୍ରେ ଦେଶର ଶ୍ରେଷ୍ଠ କାରୀଗରଙ୍କ ଦ୍ୱାରା ପ୍ରସ୍ତୁତ ୨ ଲକ୍ଷରୁ ଅଧିକ ସମସାମୟିକ ତଥା ପାରମ୍ପରିକ ସୁନା ଓ ହୀରା ଡିଜାଇନିଂ ମହଜୁଦ୍ ରହିଛି । ଏହି ଶୋ’ରୁମ୍ରେ କଲ୍ୟାଣ ଲୋକପ୍ରିୟ ତଥା ଆକର୍ଷଣୀୟ ସୁନା କଲେକସନ୍ ମଧ୍ୟରେ ସଂକଳ୍ପ, ତମସ୍ ଓ ଫ୍ଲୋରେଟସ୍ ରହିଥିବାବେଳେ ହୀରା କଲେକସନ୍ ମଧ୍ୟରେ ଅନୋଖି, ଅନ୍ତରା, ହୀରା ଏବଂ ସିନର୍ ସୋଲିଟାୟର୍ ବର୍ଗ ମହଜୁଦ୍ ରହିଛି । ଏହି ଶୋ’ରୁମ୍ ଜୁନ୍ ୫ ତାରିଖରେ କଲ୍ୟାଣ ବ୍ରାଣ୍ଡ୍ ଆମ୍ବାସଡର୍ ତଥା ସୁପରଷ୍ଟାର୍ ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ ଆକ୍କିନେନିଙ୍କ ଦ୍ୱାରା ଉଦ୍ଘାଟିତ ହେବ ।

ଏହି ଅବସରରେ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟି.ଏସ୍. କଲ୍ୟାଣରମଣ କହିଲେ, ‘‘ ଓଡିଶାର ବଳିଷ୍ଠ ସଂସ୍କୃତି ଏବଂ ପର୍ବପର୍ବାଣିରେ ସାମିଲ୍ ହେବା ପାଇଁ ଆମ୍ଭେ ଏଠାରେ ପ୍ରବେଶ କରିପାରିଥବବାରୁ ବିଶେଷ ଆନନ୍ଦିତ । ଓଡିଶା ଗ୍ରାହକଙ୍କର ସ୍ୱତନ୍ତ୍ର ଆବଶ୍ୟକତା ଆଧାରରେ କଲ୍ୟାଣ ସୂକ୍ଷ୍ମ ଏବଂ ଆକର୍ଷଣୀୟ କାରିଗରୀଯୁକ୍ତ ଅଳଙ୍କାର ଉପଲବ୍ଧ କରାଇବା ସହିତ ଗ୍ରାହକଙ୍କୁ ଏକ ଅନନ୍ୟ ସପିଂ ଅଭିଜ୍ଞତା ପ୍ରଦାନ କରିବାର ପ୍ରୟାସ କରିବ । ଏହି ଶୋ’ରୁମ୍ରେ ନିତିଦିନ ପିନ୍ଧିହେଉଥିବା ସୁନ୍ଦର ଆକର୍ଷଣୀୟ ବାଙ୍ଗଲସ୍, ନେକ୍ଲେସ୍, ପେଣ୍ଡାଣ୍ଟ୍ ଏବଂ ଇୟର ରିଙ୍ଗ୍ ପ୍ରଭୃତି ମହଜୁଦ୍ ରହିଛି । ଏହାଛଡା ଗ୍ରାହକଙ୍କ ଆଶାକୁ ପୂରଣ କରିପାରୁଥିବା ତଥା ପକେଟକୁ ସୁହାଇଲା ଭଳି ମୂଲ୍ୟର ଡାଇମଣ୍ଡ୍ କଲେକସନ୍ ମଧ୍ୟ ଏଠାରେ ଗଚ୍ଛିତ ରହିଛି ।

ଜାତୀୟସ୍ତରରେ ନିଜର ସ୍ଥିତକୁ ସୁଦୃଢ଼ କରିବା ପାଇଁ କଲ୍ୟାଣ ଜୁଏଲରର୍ସ ପକ୍ଷରୁ ଓଡିଶା ତଥା ପୂର୍ବାଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିବାର ଯୋଜନା କରିଛି । ପୂର୍ବକ୍ଷେତ୍ର ବଜାରରେ ପ୍ରବେଶ କରିବାର ଅୟାରମ୍ଭ ଭୁବନେଶ୍ୱରରୁ ହୋଇଥିବାବେଳେ ଏହାଦ୍ୱାରା ବିକାଶର ଦୃଢ଼ ମୁଳଦୁଆ ଉପସ୍ଥାପିତ ହୋଇପାରିଛି । ଭୁବନେଶ୍ୱର ଶୋ’ରୁମ୍ରେ ସହରର ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମାନୁପାତିକ ଭାବରେ ଆକର୍ଷଣୀୟ ସମସାମୟିକ ତଥା ପାରମ୍ପରିକ ଡିଜାଇନିଂ ଗଚ୍ଛିତ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନି ପୂର୍ବାଞ୍ଚଳରେ କୋଲକତା ସମେତ ୪ଟି ସ୍ଥାନରେ ଶୋ’ ରୁମ୍ ସ୍ଥାପନର ଯୋଜନା କରିଛି ।’’

ସାମ୍ପ୍ରତିକ ଇକୁ୍ୟଟି ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ କଲ୍ୟାଣ ଜୁଏଳରର୍ସ ଏହାର ନେଟ୍ୱାର୍କ ସମ୍ପ୍ରସାରଣ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି । ଚଳିତ ଆର୍ଥିକ ବର୍ଷରେ କମ୍ପାନି ଭାରତ ତଥା ପଶ୍ଚିମ ଏସିଆରେ ୨୨ଟି ଶୋ’ ରୁମ୍ ସ୍ଥାପନ ପାଇଁ ୮୦୦କୋଟି ଟଙ୍କା ନିବେଶ କରିବାର ଯୋଜନା ପ୍ରସ୍ତୁତ କରିଛି । କଲ୍ୟାଣ ଜୁଏଳରର୍ସ ଏହାର ବିତରଣ ନେଟ୍ୱାର୍କରେ ୩୦% ବୃଦ୍ଧି ସହିତ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୩,୦୦୦କୋଟି ଟଙ୍କାର ରାଜସ୍ୱ ଆୟର ଲକ୍ଷ୍ୟ ରଖିଛି । ନିର୍ମାଣ ଓ ପରିଚାଳନା କ୍ଷେତ୍ରରେ ୨୦୧୭ ସୁଦ୍ଧା ଭାରତର ବୃହତ୍ ଉପôାଦନ କମ୍ପାନି ଭାବରେ ଖ୍ୟାତି ହାସଲ ପାଇଁ ଏହି କମ୍ପାନି ଯୋଜନା କରିଛି ।

ଜାତୀୟସ୍ତରରେ ଦକ୍ଷିଣ ଭାରତ, ମହାରାଷ୍ଟ୍ର, ଗୁଜୁରାଟ, ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍ସିଆର୍) ଏବଂ ପଞ୍ଜାବ୍ ପ୍ରଭୃତିଠାରେ ନିଜର ଉପସ୍ଥିତି ଜାହିର୍ କରି କଲ୍ୟାଣ ଦୃଢ଼ସ୍ଥିତି ଉପସ୍ଥାପନ କରିପାରିଛି । ଏହି ନୂତନ ଶୋ’ରୁମ୍ ସହିତ ଭାରତ ସମେତ ପଶ୍ଚିମ ଏସିଆରେ କଲ୍ୟାଣର ଏକ୍ସକ୍ଲୁସିଭ୍ ଶୋ’ରୁମ୍ ନେଟ୍ୱାର୍କ ସଂଖ୍ୟା ୮୨ରେ ପହଞ୍ଚିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଶୋ’ରୁମ୍ ସଂଖ୍ୟା ୧୦୦ରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି ।

Share in top social networks!