ଅନ୍ତର୍ଲା ସବମାଇନର କେନାଲ ଶେଷମୁଣ୍ଡକୁ ପାଣି ଯୋଗାଇଦେବାକୁ ଦାବୀ

atrlକଳାହାଣ୍ଡି ଜିଲ୍ଲାର ବୃହତ ଜଳସେଚନ ପ୍ରକଲ୍ପ ଇନ୍ଦ୍ରାବତୀ ଯୋଜନାର କୁସମଖୁଣ୍ଟି ଡିଭିଜନ ଅନ୍ତର୍ଗତ ଅମ୍ବାଦୁଲା ଡିଷ୍ଟ୍ରିବ୍ୟୁଟାରୀ ର ଶେଷମୁଣ୍ଡରେ ଥିବା ଅନ୍ତର୍ଲା ସବମାଇନର କେନାଲର ଶେଷମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ନବେ ଦଶକରେ ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି ଅନ୍ତର୍ଲା ସବମାଇନର କେନାଲ ଅମ୍ବାଦୁଲା ଡିଷ୍ଟ୍ରିବ୍ୟୁଟାରୀ ଠାରୁ ଅନ୍ତର୍ଲା ଗ୍ରାମ ମଧ୍ୟ ଦେଇ ପୂର୍ବଦିଗକୁ ୧୨୩୦ ମିଟର ପର୍ଯ୍ୟନ୍ତ ହାତୀନଦୀ କୂଳକୁ ଯାଇ ଉତ୍ତର ଦିଗକୁ ହାତୀନଦୀ କୂଳେ କୂଳେ ଅମ୍ବାଦୁଲା ପଟେ କଛାର ଉପରେ ମୋଟ ୩୧୮୦ ମିଟର କେନାଲ ଖୋଲା ଯାଇଛି ।

ନବେ ଦଶକରେଏହି କେନାଲ ଖୋଲା ହେବା ପରେ ୨୦୦୧-୦୨ ମସିହାର ଇନ୍ଦ୍ରବତୀ ର କେନାଲ ପାଣି ଯୋଗାଣ ଆରମ୍ଭ ହେବା ଦିନ ଠାରୁ ଅନ୍ତର୍ଲା ସବମାଇନର କେନାଲର ଶେଷ ମୁଣ୍ଡକୁ ବୁନ୍ଦାଏ ମଧ୍ୟ ପାଣି ଯୋଗାଇ ଦିଆଯାଇ ପାରି ନାହିଁ । ଏସଂପର୍କରେ ଚାଷୀ ମାନଙ୍କ ତରଫରୁ ଉଚ୍ଚ ପଦାଧୀକାରୀ ଙ୍କ ଠାରେ ଲିଖିତ ଭାବେ ଜଣାଇ ଶେଷମୁଣ୍ଡକୁ ପାଣି ଯୋଗାଇବାକୁ ଦବୀ ଜଣାଇଥିଲେ ହେଁ ତ୍ରୁଟିପୂର୍ଣ୍ଣ କେନାଲ ଖୋଲାଯିବା କାରଣରୁ ଶେଷମୁଣ୍ଡକୁ ପାଣି ଯୋଗାଣ ସମ୍ଭବପର ହୋଇପାରୁ ନଥବା ବିଭାଗ ତରଫରୁ କୁହାଯାଉଛି । ଅନ୍ୟ ପକ୍ଷରେ ଗତ ୨୦୦୪-୦୫ ମସିହାରେ ହାତୀନଦୀ ପାଖରେ ଏହି କେନାଲ ଉପରେଥିବା ଭିଆର ବ୍ରିଜ ପାଖରେ ଉଦେ୍ଧଶ୍ୟ ମୂଲକ ଭାବେ କେହି କେନାଲ ହୁଡାକୁ କାଟି ଦେଇଥିବାରୁ ସେହି ମୋଡ ପାଖରେ କେନାଲ ପାଣି ସିଧା ଯାଇ ହାତୀନଦୀରେ ପଡୁଛି ଓ ଗ୍ରାମ୍ୟ ରାସ୍ତା ଇତି ମଧ୍ୟରେ ଧୋଇନେଇଥିବା ଜଣାପଡିଛି ।

ଏପରିକି ଗତ ୨୦୦୪-୦୫ ମସିହାରେ କେନାଲର କିଛି ଅଂଶକୁ ହାତୀନଦୀ ଧୋଇ ନେଇଥିବାରୁ ଆଉ ଆଗକୁ ପାଣି ଯୋଗାଇବା ସମ୍ଭବପର ହୋଇପାରୁନଥିବା ବିଷୟ ବିଭାଗ ତରଫରୁ ଲିଖିତ ଭାବେ ଚାଷୀମାନଙ୍କୁ ଜଣାଇଦିଆଯାଇଛି । ଇତି ମଧ୍ୟରେ ଅନ୍ତର୍ଲା ପାଣିପଂଚାୟତ ଗଠନ ହେବା ପରେ ସଭାପତିଙ୍କ ସମେତ ଅନ୍ୟାନ୍ୟ ପଦାଧୀକାରୀ ମାନେ ଇନ୍ଦ୍ରାବତୀର ଉଚ୍ଚ ପଦାଧିକାରୀ ମାନଙ୍କ ଠାରେ ଦାବୀ କରିବା ପରେ ବିଭାଗ ତରଫରୁ ହାତୀନଦୀ ଦ୍ୱାରା କ୍ଷତିଗ୍ରସ୍ତ କେନାଲ ପାଖରେ ହାତୀନଦୀ ଭିତରେ ପଥରବନ୍ଧ ନିର୍ମାଣ କରାଯାଇ କୂଳକୁ ସୁରକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ତଥାପି ମଧ୍ୟ ହାତୀନଦୀ ପ୍ରତିବର୍ଷ କୂଳ ଖାଇବାରେ ଲାଗିଛି । ହାତୀନଦୀକୁ ଇନ୍ଦା୍ରବତୀ ଯୋଜନା ସରପ୍ଲସ ଟନେଲ ଭାବେ ବ୍ୟବହାର କରିବା ପୂର୍ବରୁ ପ୍ରତିବର୍ଷ ମାତ୍ର ତିନି/ଚାରିମାସ ହିଁ ପାଣି ପ୍ରବାହିତ ହେଉଥିଲା ଓ ପ୍ରତିବର୍ଷ ଦୁଇ ତିନି ହାତ ନଦୀ କୂଳ ଖାଇଯାଉଥିଲା ।

ହେଲେ ପାୱାର ଜେନେରେସନ ହେବା ପରଠାରୁ ହାତୀନଦୀରେ ପ୍ରତ୍ୟହ ପ୍ରଚୁର ପାଣି ପ୍ରବାହିତ ହେବା ଦ୍ୱାରା କୂଳ ମାତ୍ରାଧିକ ପରିମାଣରେ ଖାଇଯିବା ସହିତ ନଦୀର ମୋଡ ସ୍ଥାନ ମାନଙ୍କରେ ବହୁ ପରିମାଣରେ କୂଳ ଖାଇ ଯାଇ ଘାଇ ସୃଷ୍ଟି ହୋଇଆସୁଛି । ସେହିଭଲି ଅନ୍ତର୍ଲା ଠାରେ ହାତୀନଦୀ ମୋଡ ଥିବାରୁ ସେଠାରେ ବହୁ ମାତ୍ରାରେ କୂଳ ଖାଇଯାଉଥିବାର ଅଭିଯୋଗ ହେଉଛି । କେନାଲକୁ ନଦୀ ଧୋଇଦେବା ପରେ ତଳମୁଣ୍ଡକୁ ପାଣି ଯୋଗାଇବା ସମ୍ଭବପର ହୋଇପାରୁନାହିଁ । ଫଳତଃ ପ୍ରାୟ ୨୦୦ ଏକର ଜମିରେ କେନାଲ ପାଣି ଲାଗି ପାରୁନାହିଁ । ସୂଚନାଯୋଗ୍ୟ ଯେ ଗତ ୧୯୯୨-୯୩ ମସିହାରେ ଇନ୍ଦ୍ରବତୀ ସର୍ଭେ ଟିମ ଦ୍ୱାରା ଅନ୍ତର୍ଲା ସବମାଇନର କେନାଲ ପାଇଁ ସର୍ଭେ କରାଯିବା ସମୟରେ ଗ୍ରାମବାସୀ ତଥା ସ୍ଥାନୀୟ ଚାଷୀ ମହଲରେ ପ୍ରସ୍ତାବିତ ହାତୀନଦୀ କୂଳରେ ହେବାକୁ ଥିବା କେନାଲ ଖୋଲା ପାଇଁ ଅଗ୍ରାହ୍ୟ କରାଯାଇ ପ୍ରଥମେ ନଦୀ କୂଳର ସୁରକ୍ଷା ପାଇଁ ବ୍ୟବସ୍ଥା କରଯିବା ପରେ କେନାଲ ଖୋଲା ଯାଉ ନଚେତ ନଦୀ କେନାଲକୁ ଧୋଇଦେବାର ଆଶଙ୍କା ପ୍ରକଟ କରିଥିଲେ । ହେଲେ ତକ୍ରାଳୀନ ବିଭାଗୀୟ ଏସଡିଓ ଉଦୟନାଥ ତ୍ରିପାଠୀ ଏବଂ କାମ କରୁଥିବା ଏଜେନ୍ସି ର ହିଟଲରି କାରବାର ଓ ଲାଭଖୋର ମନୋଭାବ ଯୋଗୁଁ ଚାଷୀଙ୍କ ଅନିଚ୍ଛା ସତ୍ୱେ ଜବରଦସ୍ତି ନଦୀକୂଳେ କୂଳେ କେନାଲ ଖୋଲାଯାଇଥିବାର ପ୍ରକାଶ ।ଏପରିକି ଚାଷୀ ନିଜ ଜମିର ମଧ୍ୟ ଭାଗରେ କେନାଲ ଖୋଲାକୁ ବାତିଲ କରିଦିଆଯାଇ ଗୋଟିଏ ପାଶ୍ୱର୍ରେ କେନାଲ ନେବାକୁ ଅନୁନୟ ବିନତି କରି ହତାଶ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ହେଁ ଚାଷୀ ଙ୍କ କଥା ଶୁଣା ଯାଇନଥିବାର ଉଦାହରଣ ମାନ ରହିଥିବା ଚାଷୀମହଲରୁ ପ୍ରକାଶ ।

ପରବର୍ତୀ କାଳରେ କେନାଲକୁ ହାତୀନଦୀ ଧୋଇନେବା ପରେ ଚାଷୀମାନଙ୍କ ଆଶଙ୍କା ସତ୍ୟରେ ପ୍ରମାଣିତ ହୋଇଯାଇଥିବା ଜଣାପଡିଛି ହେଲେ ବିଭାଗ ତରଫରୁ କୌଣସି ବ୍ୟବସ୍ଥା କରାାଇପାରିନାହିଁ ବରଂ ସର୍ବଦା ଚାଷୀଙ୍କୁ ହଇରାଣ କରି ନିଜର ଫାଇଦା ଉଠାଉଥିବା ସେଭଲି ବ୍ୟକ୍ତିତ୍ୱ ମାନଙ୍କ ଗାନ୍ଧୀଫଟୋଥିବା କାଗଜରେ ବଶୀଭୁତ ହୋଇ ଚୁପ ରହୁଥିବା ଅଭିଯୋଗ ହେଉଛି । ଏପରିକି କେତେକ ନ୍ୟସ୍ତ ସ୍ୱାର୍ଥବାଦୀ ମାନେ ନିଜ ଫାଇଦା ପାଇଁ ବାହଲ ପାଣିକୁ ଗତିରୋଧକରି ଅନ୍ୟମାନେ କିପରି ହଇରାଣ ହେବେ ଓ ଚାଷ ନଷ୍ଟ ହେବ ସେଭଲି ବ୍ୟବସ୍ଥା କରିବା ସହିତ ମାଟିତଳେ ପାଇପ ପୋତି କେନାଲ ପାଣି ନେଉଥିବା ଚାଷୀକୁ ହଇରାଣ କରିବା ପାଇଁ ପାଇପକୁ ଭାଙ୍ଗି ଦେଉଥିବା ବଡଚାଷୀ ବୋଲାଉଥିବା ଲୋକମାନଙ୍କୁ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଇ ଅନ୍ୟମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ନିଜ ସ୍ୱାର୍ଥ୍ୟ ହାସଲ ପାଇଁ ଅନ୍ୟକୁ ବ୍ୟବହାର କରିବା ସହିତ ଉଦେ୍ଧଶ୍ୟମୂଲକ ଭାବେ କେନାଲ ଭଙ୍ଗା,ୱାଟର ଲଗିଂ ର କାରଣ ସାଜିବା ଓ ଅନ୍ୟକୁ କିପରି ହଇରାଣକରି ନିଜର ହିଟଲରି ଶାସନ କରିବାକୁ ଚାହୁଁ ଥିବା ବ୍ୟକ୍ତି ବିଶେଷ ଙ୍କୁ ଚାଷୀମାନେ ନାପସନ୍ଦ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ଉଦେ୍ଧଶ୍ୟମୂଲକ ଦାବୀକୁ ଗ୍ରହଣ କରୁଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି ।

ହାତୀନଦୀ ଅନ୍ତର୍ଲା ଠାରେ ମୋଡ ନେଇଥିବାରୁ ନଦୀ ପାଣି ବାହଲରେ ପଶୁଥିବା ସହ କେନାଲ ପାଣି ଓ ଗ୍ରାମ୍ୟ ପାଣି ମିଶି ବାହାଲ ଜମିରେ ମାତ୍ରାଧିକ ପାଣି ହେଉଥିବା ବେଳେ ତଥାକଥିତ ଚାଷୀ ଅନ୍ୟମାନଙ୍କୁ ହଇରାଣରେ ପକାଇବା ଉଦେ୍ଧଶ୍ୟରେ ଉପରୁ ତଳକୁ ଯାଉଥିବା ପାଣିକୁ ଉଦେ୍ଧଶ୍ୟ ମୂଲକ ଭାବେ ଗତିରୋଧ କରିଦେଇ ୱାଟର ଲଗିଂ ର କାଣ ହୋଇଥିବାରୁ ପ୍ରାୟ ଛଅଶହ ଏକର ଜମିରେ ପାଣି ଜମି ଯାଇ ଚାଷ ନଷ୍ଟ ହେଉଥିଲା ।ଏନେଇ ପାଣିପଂଚାୟତ ତରଫରୁ କଳାହାଣ୍ଡି ଜିଲ୍ଲାପାଳ, ଆରଡିସି ତଥା ସଚିବ ସ୍ତରରେ ଆବେଦନ କରିବା ପରେ ଉପଜିଲ୍ଲାପାଳ,ତହସିଲଦାର ସ୍ତରରେ ଅନ୍ତର୍ଲା ବାହାଲ ଜମିରେ ୱାଟର ଲଗିଂ ସଂପର୍କରେ ସରଜମିନ ତଦନ୍ତ କରାଯିବା ପରେ କେନାଲର ଉନ୍ନତି ତଥା ବାହାଲ ଜମିରେ ୱାଟର ଲଗିଂ ର ସମଧାନ କରାଯାଇ ଚାଷୀମାନେ କିପରି ସୁବିଧାରେ ପାଣି ପାଇବା ସହିତ ଭଲ ଭାବେ ଚାଷ କରି ପାରିବେ ସେଥିପ୍ରତି ପ୍ରତ୍ୟକ୍ଷ ଦୃଷ୍ଟି ଦିଆଯାଉଛି ଏବଂ ଆବଶ୍ୟକ ସ୍ଥଳେ ସକରାତ୍ମକ ଭାବେ ଉଚ୍ଚ ପଦାଧୀକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ପାଣି ପଂଚାୟତ ତରଫରୁ କୁହାଯାଉଛି ।

ଅନ୍ୟ ପକ୍ଷରେ ନଦୀ ରେ ପଥରବନ୍ଧ ନିର୍ମାଣ ସାଙ୍ଗକୁ ନଦୀ ଧୋଇଦେଇଥିବା ହେତୁ ଶେଷମୁଣ୍ଡକୁ ପାଣି ପହଂଚି ପାରୁ ନଥିବା ବିଷୟ ବିଭାଗ ତରଫରୁ କୁହାଯାଉଥିବା ବେଲେ ପାଣି ପଂଚାୟତ ତରଫରୁ ଚାଷୀମାନଙ୍କୁ ସୁହାଇଲାଭଲି କାର୍ଯ୍ୟ କରାଯିବା ପରେ ଲୋକ ପ୍ରିୟତା ବଢିବା ପରେ ଏବଂ କେନାଲରୁ ନିଜ ସ୍ୱାର୍ଥ ହାସଲ କରି ନପାରି ଉତକ୍ଷିପ୍ତ ହେଇ ସଂପୃକ୍ତ ସ୍ୱାର୍ଥବାଦୀ ଚାଷୀ ମାନେ ନିଜ ସ୍ୱାର୍ଥ ହାସଲ ପାଇଁ ପୁଣି ବିଭାଗୀୟ ଅଧିକାରୀ ଙ୍କ ପାଖରେ ଚକର କାଟୁଥିବା ଜଣାପଡିଛି । ସେ ଯାହା ହେଉନା କାହିଁକି ଅନ୍ତର୍ଲା ସବମାଇନର କେନାଲ ର ଶେଷ ମୁଣ୍ଡକୁ ପାଣି ଯୋଗାଇଦେବାର ବ୍ୟବସ୍ଥା କରାଯିବାକୁ ଚାଷୀ ମହଲରେ ଓ ପାଣିପଂଚାୟତ ତରଫରୁ ଦୃଢ ଦାବୀ କରାଯାଉଁଛି । ଏସଂପର୍କରେ ବିଭାଗୀୟ କର୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

Share in top social networks!