ଓଡିଶାରେ ନାବାଳିକା ମାତୃତ୍ୱ ଲାଭ ବିଷୟରେ ଡିଜିଙ୍କଠାରୁ ରିପୋର୍ଟ ତଲବ

11137132_1608042766079401_4762187554330041138_nଜାତୀୟ ତଫସିଲଭୁକ୍ତ ଜାତି କମିଶନ, ଓଡିଶା ପୋଲିସ ମହାନିଦେ୍ର୍ଧଶକଙ୍କଠାରୁ ଓଡିିଶା ସରକାରଙ୍କଦ୍ୱାରା ପରିଚାଳିତ ବିଭିନ୍ନ ଆଶ୍ରମ ସ୍କୁଲରେ ନାବାଳିକମାନେ ମାତୃତ୍ୱଲାଭ କରିଥିବା ଘଟଣାକୁ ମାନବିକ ଅଧିକାରର ଭୟଙ୍କର ଉଲ୍ଲଙ୍ଘନ ଏବଂ ଏ ସମ୍ପର୍କରେ ଏପର୍ଯ୍ୟନ୍ତ ପୋଲିସ ତରଫରୁ କଣ ପଦକ୍ଷେପ ନିଆଯାଇଛି ତାହା ୭ ଦିନ ମଧ୍ୟରେ ଜଣାଇବାକୁ ପୋଲିସ ଡଜିଙ୍କଠାରୁ କଫୈୟିତ୍ ତଲବ କରାଯାଇଛି । ବିଗତ ମେ ୧୧ ତାରିଖରେ ଓଡିଶା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ସୀମନ୍ତିନୀ ଜେନା ଏକ ପାଞ୍ଚ ଜଣିଆ ମହିଳା ପ୍ରତିନିଧି ଦଳର ନେତୃତ୍ୱ ନେଇ ଜାତୀୟ ତଫସିଲ ଭୁକ୍ତ ଜାତି କମିଶନ ଶ୍ରୀ ପି.ଏଲ. ପୁନିଁଆକୁ ଭେଟିଥିଲେ ଏବଂ ସେତେବେଳେ କମିଶନ ଓଡିଶା ଗସ୍ତରେ ଆସିବେ ବୋଲି ତାଙ୍କୁ ପ୍ରତିଶୃତି ଦେଇଥିଲେ । ସେହି କ୍ରମରେ କମିଶନ ଭୁବନେଶ୍ୱର ଆସିବା ପୂର୍ବରୁ ସମ୍ବିଧାନ ୩୩୮ ଧାରା ଅନୁସାରେ ତାଙ୍କୁ ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ନାବାଳିକା ମାତୃତ୍ୱ ଲାଭ କରିବା ଭଳି ବିଭସô ଘଟଣାରେ ପୁଲିସ ବିଭାଗ ଏପର୍ଯ୍ୟନ୍ତ କି ପଦକ୍ଷେପ ନେଇଛନ୍ତି ତାହାର ବିଶଦ ବିବରଣୀ ତାଙ୍କୁ ପଠାଇବା ପାଇଁ ସେ ପୁଲିସ ମହାନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆବଶ୍ୟକ ବିବରଣୀ ପ୍ରଦାନ କରା ନଗଲେ ବ୍ୟକ୍ତିଗତ ଭାବେ ପୋଲିସ ମହାନିଦେ୍ର୍ଧଶକ କମିଶନଙ୍କ ନିକଟରେ ହାଜର ହେବା ପାଇଁ ସମନ ଜାରି କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Share in top social networks!