ଚନ୍ଦନ ହଜୁରୀ ପ୍ରଭାତ ଶାଖା ତରଫରୁ ହିନ୍ଦୁ ସାମ୍ରାଜ୍ୟ ଦିବସ

chandanଭାରତୀୟମାନଙ୍କ ଏକ ଦୁର୍ଦ୍ଧିନରେ ଶିବାଜୀଙ୍କ ଆବିର୍ଭାବ ଭାରତୀୟମାନଙ୍କ ମନରେ ସାହସ ଓ ଆତ୍ମବିଶ୍ୱାସ ଉଜ୍ଜୀବୀତ କରିଥିଲା । ସେ ଏକ ଆଦର୍ଶ ଶାସନର ଭିତି ସ୍ଥାପନ କରି ଯାଇଥିଲେ । ତାଙ୍କର ଅସାଧାରଣ ପ୍ରତିଭା ଯୋଗୁଁ ସେ ମରହଟ୍ଟାମାନଙ୍କୁ ସଂଗଠିତ କରି ପାରିଥିଲେ । ସେ ଜଣେ ବୀର ଯୋଦ୍ଧା, ଆଦର୍ଶ ଓ ଚରିତ୍ରବାନ ଶାସକ ଥିଲେ ବୋଲି ଶ୍ରୀ ସୁବାଷ ନନ୍ଦୀ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରୀୟ ସ୍ୱୟଂସେବସ ସଂଘ, ଚନ୍ଦନ ହଜୁରୀ ପ୍ରଭାତ ଶାଖା ତରଫରୁ ସ୍ଥାନୀୟ ୟୁନିଟ-୩ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଶିବାଜୀଙ୍କ ସିଂହାସନ ଆରୋହଣ ଦିବାସ ବା ହିନ୍ଦୁ ସାମ୍ରାଜ୍ୟ ଦିବସ ଅନୁଷ୍ଠିତ ହୋଇ ଯାଇଛି । ସଂଘର ଖାରାବେଳ ନଗର ନଗରକାର୍ଯ୍ୟବାହ ବିଶିଷ୍ଟ ସ୍ତମ୍ଭଲେଖକ ଶ୍ରୀ ଗୋଲଖ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସୀମାନ୍ତ ସୁରକ୍ଷା ସମିତିର ଅଖିଳ ଭାରତୀୟ ସଭାପତି ଶ୍ରୀ ସୁଭାଷ ନନ୍ଦୀ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଲେ ଯେ,ଶିବାଜୀଙ୍କ ବିରତ୍ୱ ଆଗରେ ମୋଗଲମାନଙ୍କ କୂଟନୀତି ଓ ସମ୍ମାନ ଭୂଲୁଣ୍ଠିତ ହୋଇଥିଲା । ଜାତୀୟତାକୁ ଉଜ୍ଜୀବିତ କରି ଦେଶାତ୍ମବୋଧ ମନ୍ତ୍ରରେ ସହ୍ୟାଦ୍ରିର ଗଗନ-ପବନକୁ ଝଂକୃତକରି ସେ ଗଢିଥିଲେ ଏକ ଦୁର୍ଦ୍ଧଷ ବାହିନୀ । ଜଣେ ସୁଯୋଗ୍ୟ ବୀରପୁରୁଷ ହିସାବରେ ଶିବାଜୀଙ୍କ ସ୍ମୃତି ଏକ ମହାନ୍ ଐତିହାସିକ ପରମ୍ପରା ରୂପେ ସମଗ୍ର ମାନବ ଜାତିର ହୃଦୟରେ ଚିରଦିନ ପାଇଁ ଅଲିଭା ହୋଇ ରହିଯିବ । ଯେଉଁ ସମୟରେ ବିଜାତୀୟ ବିଦେଶୀ ଆକ୍ରମଣକାରୀମାନେ ଭାରତକୁ ଶାସନ କରିବା ସହ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବା ପାଇଁ ବଦ୍ଧ ପରିକର ଥିଲେ, ସେ ସମୟରେ ସେମାନଙ୍କ ଦାଉରୁ ଦେଶକୁ ରକ୍ଷା କରିବା ପାଇଁ ଶିବାଜୀ ପାହାଡି ଅଂଚଳର ମାଓଳା ଯୁବକମାନଙ୍କୁ ନେଇ ଯେଉଁ ଉଦ୍ୟମ ଓ ଅଭିଯାନ କରିଥିଲେ ତାହା ଆଜି ସାରା ବିଶ୍ୱକୁ ପ୍ରେରଣା ଦେଉଛି । ଯେଉଁଦିନ ଶିବାଜୀ ସିଂହାସନରେ ଅଭିଶିକ୍ତ ହୋଇ ସ୍ୱରାଜ୍ୟର ମୂଳୁଦୁଆ ପକାଇଥିଲେ ସେହି ଦିବସକୁ ସାରା ଦେଶରେ ହିନ୍ଦୁ ସାମ୍ରାଜ୍ୟ ରୂପେ ପାଳନ କରାଯାଉଛି ବୋଲି ଶ୍ରୀ ନନ୍ଦୀ ପ୍ରକାଶ କରିଛନ୍ତି ।
ଶାଖାର ମୁଖ୍ୟ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନରେ ଅନୁଷ୍ଠିତ ଏହି ଉତ୍ସବରେ ଶାଖା କାର୍ଯ୍ୟବାହ ଜଗବନ୍ଧୁ ପ୍ରଧାନ ପରିଚୟ ପ୍ରଦାନ କରିଥିଲେ । ବ୍ରହ୍ମାନନ୍ଦ ଦାଶ ଦେଶାତ୍ମ ବୋଧକ ସଂଗୀତ ଗାନ କରିଥିଲେ ।

Share in top social networks!