ଇଣ୍ଡିଆନଅଏଲ୍ର ପାରାଦୀପ ରିଫାଇନେରିରେ ତୈଳ ବିଶୋଧନ ପ୍ରକ୍ରିୟା ଆରମ୍ଭ

ioclଇଣ୍ଡିଆନଅଏଲ୍ ଏହାର ବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନ୍ (ଏମ୍ଏମ୍ଟିପିଏ) କ୍ଷମତା ବିଶିଷ୍ଟ ପାରାଦୀପ ରିଫାଇନେରିକୁ କାର୍ଯ୍ୟକ୍ଷମ କରିବା ଅଂଶସ୍ୱରୂପ ଏଭିୟୁ (ଅଟୋମୋସ୍ଫୋରିକ୍ ଆଣ୍ଡ୍ ଭାକ୍ୟୁମ୍ ୟୁନିଟ୍)ରେ ତୈଳ ବିଶୋଧନ ପ୍ରକ୍ରିୟା ରବିବାର ଆରମ୍ଭ କରିଛି । ଅଶୋଧିତ ତୈଳ ନେମ୍ବାକୁ ଆଇଓସିଏଲ୍ର ୧୫ ମିଲିୟନ ମେଟ୍ରିକ ଟନ୍ (ଏମ୍ଏମ୍ଟିପିଏ) କ୍ଷମତା ବିଶିଷ୍ଟ ସର୍ବବୃହତ ଅଶୋଧିତ ତୈଳ ବିଶୋଧନ ୟୁନିଟ୍କୁ ଆଇଓସିଏଲ୍ ର କାର୍ଯ୍ୟକାରୀ ନିଦେ୍ର୍ଧଶକ (ଆଇସି) ପିଡିଆରପି ଶ୍ରୀ ରାମ୍ଜୀ ରାମ୍, କାର୍ଯ୍ୟକାରୀ ନିଦେ୍ର୍ଧଶକ(ଟି) ଶ୍ରୀ ଗୌରୀ ଶଙ୍କର ସିଂ, ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନିଆଯାଇଥିଲା । ଏହି ଅବସରରେ କନସଲ୍ଟାଣ୍ଟ୍ ଏବଂ କଣ୍ଟ୍ରାକ୍ଟର ମାନଙ୍କର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ବିଶେଷ ଉପଲବ୍ଧି ଆଇଓସିଏଲ୍ ଏବଂ ଟିମ୍ ପିଡିଆରପି, କନସଲ୍ଟାଣ୍ଟ୍ ଏବଂ କଣ୍ଟ୍ରାକ୍ଟର ମାନଙ୍କର ସମ୍ମିଳିତ ଉଦ୍ୟମର ପରିଣତି ।
ଏଭିୟୁରେ ଉପôାଦ ଅର୍ଥାତ ଅଶୋଧିତ ତୈଳର ସୁରକ୍ଷିତ ଏବଂ ସଫଳ ପ୍ରେରଣ ପରେ, ଏଲ୍ପିଜି, ନାଫ୍ତା, କେରୋ, ଏଜିଓ ଏବଂ ଆର୍ସିଓ ସଂପୃକ୍ତ ମଧ୍ୟବର୍ତ୍ତି ମହଜୁଦ୍ ଟ୍ୟାଙ୍କ୍କୁ ପଠାଯାଇଛି । ଏଭିୟୁର ପୂର୍ବ ଉପôାଦ ଗୁଡିକ ସମସ୍ତ ପ୍ରମୁଖ ମାଧ୍ୟମିକ ୟୁନିଟ୍ ଗୁଡିକ ନିମନ୍ତେ ଖାଦ୍ୟ ପ୍ରଦାନ କରିବ । ଆନୁଷଙ୍ଗିକ ପ୍ରକ୍ରିୟାକରଣ ୟୁନିଟ୍ ଗୁଡିକ ନିମନ୍ତେ ଯାନ୍ତ୍ରିକ କାର୍ଯ୍ୟ ପୂରଣ ଏବଂ ଉପôାଦନ ଆରମ୍ଭ ପୂର୍ବର କାର୍ଯ୍ୟକ୍ରମ ତ୍ୱରିତ ବେଗରେ ଆଗେଇ ଚାଲିଛି କାରଣ ଏହି ଉପôାଦ ମାନଙ୍କ ମଧ୍ୟରୁ କିଛି ମାଧ୍ୟମିକ ୟୁନିଟ୍ ମାନଙ୍କରେ ଆଗକୁ ପୁନଃ ପ୍ରକ୍ରିୟା ଆବଶ୍ୟକ କରିବ । ଏକକ ଭାବରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା କାର୍ଯ୍ୟକ୍ଷମ ହେବାକୁ ହେଲେ ଆଉ ୬-୮ମାସ ସମୟ ଆବଶ୍ୟକ କରିବ ।
୩୪,୫୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ତୈଳ ବିଶୌଧନାଗାର ଅଶୋଧିତ ତୈଳର ବ୍ୟାପକ ସମାହାର ସହିତ ଶସ୍ତା ଉଚ୍ଚ ସଲ୍ଫର୍ ଭାରୀ ଅଶୋଧିତ ତୈଳକୁ ପ୍ରକ୍ରିୟାକରଣ କରିବା ନିମନ୍ତେ ଡିଜାଇନ୍ କରାଯାଇଛି ଏବଂ ପ୍ରାୟ ୧୨.୨ର ନେଲ୍ସନ୍ କମ୍ପ୍ଲେକ୍ସିଟି ଫ୍ୟାକ୍ଟର ରହିଛି । ଏହି ତୈଳ ବିଶୋଧାନଗାର ୟୁରୋ-ଓଠ ଏବଂ ୟୁରୋ-ଠ ଗୁଣବତ୍ତାଯୁକ୍ତ ପରିବହନ ଇନ୍ଧନର ଉପôାଦନ କରିବାକୁ ସକ୍ଷମ ।
କ୍ରମଶଃ ବୃଦ୍ଧି ପାଉଥିବା ଭବିଷ୍ୟତର ଶକ୍ତି ଚାହିଦାକୁ ହାସଲ କରିବା ଲକ୍ଷ୍ୟରେ ଇଣ୍ଡିଆନଅଏଲ୍ ଓଡିଶାର ପାରାଦୀପଠାରେ ୧୫ ଏମଏମଟିପିଏ କ୍ଷମତା ବିଶିଷ୍ଟ ରିଫାଇନେରୀ ତୃଣମୂଳ ସ୍ତରରେ ପ୍ରତିଷ୍ଠା କରି ଏହାର ରିଫାଇନେରୀ କ୍ଷମତାକୁ ବୃଦ୍ଧି କରୁଛି । ପ୍ରାୟ ୧୨.୨ର ନେଲ୍ସନ୍ କମ୍ପ୍ଲେକ୍ସିଟି ଫ୍ୟାକ୍ଟର ଯୁକ୍ତ ଇଣ୍ଡିଆନଅଏଲର୍ ପାରାଦୀପଠାରେ ପ୍ରତିଷ୍ଠିତ ଅଧୁନାତମ ରିଫାଇନେରୀ ଅଶୋଧିତ ତୈଳର ବ୍ୟାପକ ସମାହାର ସହିତ ଶସ୍ତା ଉଚ୍ଚ ସଲ୍ଫର୍ ଭାରୀ ଅଶୋଧିତ ତୈଳକୁ ପ୍ରକ୍ରିୟାକରଣ ନିମନ୍ତେ ସକ୍ଷମ । ଏହା ଏଲ୍ପିଜି, ପୋ୍ରପିଲିନ୍, ମୋଟର ସ୍ପିରିଟ୍, ଏଟିଏଫ୍ ଏବଂ ଏଚ୍ଏସଡି ଆଦି ଉପôାଦନ କରିବା ନିମନ୍ତେ ଡିଜାଇନ୍ କରାଯାଇଛି । ଏହି ତୈଳ ବିଶୋଧାନଗାର ମଧ୍ୟ ୟୁରୋ-ଆଭି ଏବଂ ୟୁରୋ-ଭି ଗୁଣବତ୍ତାଯୁକ୍ତ ପରିବହନ ଇନ୍ଧନର ଉପôାଦନ କରିବାକୁ ସକ୍ଷମ । ରିଫାଇନେରୀରୁ ପାତନ ପ୍ରକ୍ରିୟାରେ ଉପôାଦିତ ଉପଜ ୮୧.୧ପ୍ରତିଶତ ସର୍ବଶ୍ରେଷ୍ଠ ଗୁଣବତ୍ତା ଶ୍ରେଣୀର ହେବା ସହିତ କୌଣସି କଳା ତୈଳ ଉପôାଦନ ହେବ ନାହିଁ । ପାରାଦୀପ ରିଫାଇନେରୀର ଶକ୍ତି ତୀବ୍ରତା ସୂଚକାଙ୍କ ଯାହାକି ପ୍ରଥମ ତିନିମାସରେ ୭୮.୬ ହେବା ଆଶା କରାଯାଏ ।
ଉପôାଦ ଗୁଡିକ ସମସ୍ତ ମାଧ୍ୟମ ଯଥା ପାଇପଲାଇନ୍ (୨୦-୨୫ ପ୍ରତିଶତ), ରେଳ (୨୦-୨୫ ପ୍ରତିଶତ), ସଡକ ପଥ(୧୫-୨୦ ପ୍ରତିଶତ) ଏବଂ ସାମୁଦ୍ରିକ ପଥରେ (୪୦-୫୦ ପ୍ରତିଶତ) ମାଧ୍ୟମରେ ପରିବହନ କରାଯାଇପାରିବ । ଉପôାଦ ଗୁଡିକର ସାମୁଦ୍ରିକ ପରିବହନ ସହିତ ରପ୍ତାନୀ ପିଡିଆରପିର ଦକ୍ଷିଣ ତୈଳ ଜେଟି ମାଧ୍ୟମରେ କରାଯିବ ।
ଉତ୍ତପ୍ତ ଗ୍ୟାସ୍ ଡିସଲ୍ଫରାଇଜେସନ ସୁବିଧା, ଜେଟି ଲୋଡିଙ୍ଗ୍ରୁ ବାଷ୍ପ ରିକଭରୀ ସୁବିଧା ଭଳି ଅନେକ ଅତ୍ୟାଧୁନିକ ତଥା ପ୍ରଥମ ବୈଷୟିକ ଗୁଣାବଳୀ ପାରାଦୀପ ରିଫାଇନେରୀର ବିଶେଷତ୍ୱ । ଏହି ବିଶେଷ ଗୁଣ ଗୁଡିକ ରିଫାଇନେରୀର ପରିବେଶ ଅନୁକୁଳ କାର୍ଯ୍ୟକାରିତା ସହିତ ପ୍ରକୃତି ଉପରେ ଏହାର ସର୍ବନିମ୍ନ ପ୍ରଭାବ ରହିବ । ଇଣ୍ଡିମାକ୍ସ ୟୁନିଟ୍ (୪.୧୭ ଏମ୍ଏମ୍ଟିପିଏ) ଯାହାକି ବର୍ତ୍ତମାନ ପାରାଦୀପ ରିଫାଇନେରୀରେ ନିର୍ମାଣଧୀନ ରହିଛି ସମ୍ପୂର୍ଣ୍ଣ ରୂପେ ଆଓସି (ଆର୍ ଏଣ୍ଡ୍ ଡି)ଦ୍ୱାରା ସ୍ୱଦେଶୀ ପ୍ରାଦ୍ୟୋଗିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ପାରାଦୀପ ରିଫାଇନେରୀରେ ସଫଳ ହେବା ପରେ, ଆଓସିଏଲ୍ ଏହି ପ୍ରାଦ୍ୟୋଗିକ ଜ୍ଞାନ କୌଶଳର ବ୍ୟବହାର ଆନ୍ତର୍ଜାତୀୟ ବଜାରରେ ମଧ୍ୟ ପ୍ରତିଷ୍ଠା କରିବ ।
ଓଡିଶା ସରକାରଙ୍କର ସମସ୍ତ ଅଧିକାରୀ ଏବଂ ପ୍ରତିନିଧି, ଲୋକ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଶ୍ରମିକ ସଂଗଠନ ଏବଂ ଲୋକ ପ୍ରତିନିଧି ତଥା ସମସ୍ତ ସ୍ଥାନୀୟ ଜନସାଧାରଣଙ୍କର ସହଯୋଗରେ ପାରାଦୀପ ରିଫାଇନେରୀ ଉପôାଦନ ଆରମ୍ଭ କରିବା ସ୍ତରରେ ପହଞ୍ଚିପାରିଛି । ପାରାଦୀପ ରିଫାଇନେରୀ ସେମାନଙ୍କର ଅକୁଣ୍ଠ ସହଯୋଗ ଏବଂ ଉସôାହ ନିମନ୍ତେ ସେମାନଙ୍କ ନିକଟରେ କୃତଜ୍ଞ ।

Share in top social networks!