ସେବାଶ୍ରମ ଦୁଷ୍କର୍ମ ପାଇଁ ରାଜ୍ୟ ସରକାରଙ୍କ ଅବହେଳା ଦାୟୀ-ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି

bjpmahilaଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଆଦିବାସୀ କଲ୍ୟାଣ ବିଭାଗର ବିଭିନ୍ନ ସେବାଶ୍ରମ ବା ଆବାସିକ ବିଦ୍ୟାଳୟରେ ୧୭ ଜଣ ନାବାଳିକା ଗର୍ଭବତୀ ହୋଇଥିବା ଏବଂ କେତେକ ସନ୍ତାନ ପ୍ରସବ କରିଥିବା ଘଟଣା ରାଜ୍ୟ ସମେତ ସମଗ୍ର ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ବିଧାନସଭାରେ ମଧ୍ୟ ଏହି ସମ୍ପର୍କରେ ଝଡ ଉଠିଥିଲା । ତେଣୁ ସରଜମିନ୍ ତଦନ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ସିମନ୍ତିନୀ ଜେନାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ କୋରାପୁଟ୍ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉପରକାଣ୍ଡି ଗ୍ରାମର ଉମରି ଆବାସିକ ବିଦ୍ୟାଳୟ ଓ କୋରାପୁଟ ସହରର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ପିଡୀତା ଛାତ୍ରୀମାନଙ୍କର ଗ୍ରାମ ପରିଦର୍ଶନରେ ଯାଇଥିଲେ ।
ଉମରି ଆବସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଫେବୃୟାରୀ ମାସ ୪ ତାରିଖରେ ଏକ ପୁତ୍ର ସନ୍ତାନ ଜନ୍ମ କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସଦ୍ୟଜାତ ଶିଶୁ ସହିତ ମା’ କୁ ନେଇ ରାତି ଅଧରେ ତାର ଗାଁରେ ଛାଡି ଦେଇ ଆସିଥିଲେ । ବିଜେପିର ଏହି ତଦନ୍ତକାରୀ ଦଳ ତା ଗାଁକୁ ଯାଇ ପୀଡିତା ତଥା ତା ପରିବାର ବର୍ଗଙ୍କ ସହିତ ସାକ୍ଷାତ କରି ସେମାନଙ୍କର ମତାମତ ସଂଗ୍ରହ କରିଥିଲେ । ପୀଡିତାଙ୍କ ବକ୍ତବ୍ୟ ଯେତିକି ଦୁଃଖଦ ରାଜ୍ୟ ସରକାରଙ୍କର ଅବହେଳା ଓ ଅପାରଗତା ସେତିକି ଚିନ୍ତାଜନକ ବୋଲି ଶ୍ରୀମତି ଜେନା କହିଛନ୍ତି । ଏହି ଆବାସିକ ବିଦ୍ୟାଳୟ ଗୁଡିକୁ ଡାକ୍ତର ପରିଦର୍ଶନରେ ଆସିନାହାନ୍ତି କିମ୍ବା ସେମାନଙ୍କୁ କୌଣସି ପ୍ରକାର ପ୍ରତିଷେଧକ ଟୀକା ଦିଆଯାଇ ନଥାଏ । ପ୍ରସବ ଯନ୍ତ୍ରଣାରେ ପୀଡିତା ଯନ୍ତ୍ରଣା ଭୋଗୁଥିଲା ବେଳେ ମଧ୍ୟ କୌଣସି ଡାକ୍ତରଙ୍କ ସହାୟତା ନିଆଯାଇ ନଥିଲା । ଏପରିକି ସନ୍ତାନ ପ୍ରସବ ପରେ କୌଣସି ବିଦ୍ୟାଳୟ କର୍ମଚାରୀ ପୀଡିତାଙ୍କୁ ସହାୟତା କରିନଥିଲେ । ସେ ନିଜ ଗାମୁଛାରେ ଛୁଆକୁ ପୋଛା ପୋଛି କରିବା ପରେ ନିଜ ହାତରେ ମଧ୍ୟ ତାର ନାଭି କାଟି ଥିଲେ । ଦୁର୍ଗମ ରାସ୍ତାରେ ରାତି ଅଧରେ ମା ଓ ପୁଅଙ୍କୁ ଛାଡି ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ କର୍ତ୍ତବ୍ୟ ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ପରିବାର ବର୍ଗ ଏପରି ଅବସ୍ଥାରେ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏ ବିଷୟ ପ୍ରଘଟ ହୋଇଯିବା ପରେ ପ୍ରଶାସନ ତରଫରୁ କେବଳ ଔଷଧ ଖର୍ଚ୍ଚଟି ଦିଆଯାଇଥିଲା କିନ୍ତୁ ତା ଅବସ୍ଥା ବୁଝିବାକୁ ଜିଲ୍ଲା / ବ୍ଳକ୍ ଅଥବା ଆଦିବାସୀ କଲ୍ୟାଣ ବିଭାଗ ତରଫରୁ କୌଣସି କର୍ମଚାରୀ ତା ପାଖର ପହଞ୍ଚି ନାହାନ୍ତି । ନାରୀସଶକ୍ତୀକରଣର ଡେଙ୍ଗୁର ପିଟୁଥିବା ସରକାରଙ୍କର ସ୍ଥାନୀୟ ଲୋକ ପ୍ରତିନିଧି ମଧ୍ୟ ତାହର ଦୁର୍ଦ୍ଧଶା କଥା ବୁଝି ନାହାନ୍ତି ।
ତା ଗାଁରୁ ଫେରି ପ୍ରତିନିଧିମାନେ ଆବାସିକ ବିଦ୍ୟାଳୟକୁ ମଧ୍ୟ ଛାତ୍ରୀ ମାନଙ୍କର ରହିବା ପରିସ୍ଥିତି ଓ ଘଟଣା ସହିତ ଜଡିତ ଥିବା ଶିକ୍ଷକ ଓ କର୍ମଚାରୀଙ୍କ ସଂପୃକ୍ତି ଅନୁଧ୍ୟାନ କରିବା ପାଇଁ ଯାଇଥିଲେ । ୧୫୦ ଜଣ ଛାତ୍ରୀ ୫ଟି ରୁମ୍ରେ ରହୁଥିବାର ଦେଖିବାକୁ ମିଳିଲା । ପ୍ରତି ରୁମ୍ରେ ୧୫ ରୁ ୨୦ ପର୍ଯ୍ୟନ୍ତ ଖଟ ପଡିଥିବା ବେଳେ ଦୁଆର ମୁହଁରୁ ଖଟ ଗୁଡିକ ଏଭଳି ଲାଗି ଲାଗି ପଡିଛି ଯେ ସେହି ଖଟ ଉପରେ ଚଢି ପିଲାମାନଙ୍କୁ ନିଜ ନିଜର ବିଛଣାକୁ ଯିବାକୁ ହୋଇଥାଏ । ୧୫୦ ପିଲାମାନଙ୍କ ପାଇଁ ୩ ଟି ଶୌଚାଳୟ ଓ ୩ ଟି ଗାଧୁଆଘର । କୌଣସି ଘରେ କବାଟ ଲାଗିନାହିଁ କିମ୍ବା ପାଣି ସଂଯୋଗର ବ୍ୟବସ୍ଥା ମଧ୍ୟ ନାହିଁ । ବାହାରୁ ପାଣି ନେଇ ଶୌଚ କର୍ମ ଓ ଗାଧୁଆ କାର୍ଯ୍ୟ କରିବାକୁ ହୁଏ । ୧୧ ଜଣ ଶିକ୍ଷକଙ୍କ ସ୍ଥାନରେ ମାତ୍ର ୪ ଜଣ କାର୍ଯ୍ୟ କରୁଛନ୍ତି । ପିଲାଙ୍କର ରହିବା ସ୍ଥାନ ଓ ରୋଷେଇ ଘର ଗାଈ ଗୁହାଳଠାରୁ ବି କଦର୍ଯ୍ୟକର ।
ସେହିଭଳି କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କୋରାପୁଟ ସହରରେ ମଧ୍ୟ ସେହି ଅବସ୍ଥା । ଛାତ୍ରୀ ବା ଅଭିଭାବକମାନଙ୍କ ତରଫରୁ ବାରମ୍ବାର ଡାକ୍ତରୀ ଚେକ୍ର ସୁବିଧା ଯୋଗାଇ ଦେବାପାଇଁ ଦାବି କରାଯାଇଥିଲେ ମଧ୍ୟ ସରକାର ସେଥିପ୍ରତି ଧ୍ୟାନ ଦେଇନାହାନ୍ତି । କନ୍ୟା ସନ୍ତାନ ପ୍ରସବ ପରେ ତାଙ୍କୁ ମଧ୍ୟ କୌଣସି ଡାକ୍ତରୀ ଚିକିସôା

ସହାୟତା ଯୋଗାଇ ଦିଆଯାଇ ନାହିଁ । ତୃତୀୟ ଘଟଣାଟି ହେଲା ସୁନାବେଡାର ଏସ.ଏସ.ଡି ହାଇ ସ୍କୁଲ । ଏଠାରେ ବିଦ୍ୟାଳୟ ବା ଛାତ୍ରୀ ନିବାସ ଚାରିପଟେ ପ୍ରଚୀର ନାହିଁ । ଯାହାଫଳରେ ଝିଅମାନଙ୍କର ଶୋ÷ଚ୍ୟ ବା ସ୍ନାନ ଦୃଶ୍ୟ ବାହାରୁ ମଧ୍ୟ ଦେଖିହେବ । ତେଣୁ ଯେ କୋ÷ଣସି ମୁହୁର୍ତ୍ତରେ କିଛି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ । ତେଣୁ ସରକାରଙ୍କର ଅବହେଳାର ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କ ପାଖରେ ନିମ୍ନକ୍ତୋ ଦାବୀ ଗୁଡିକ ଉପସ୍ଥାପନ କରୁଛି ା
୧. ଏହି କ୍ଷେତ୍ରରେ ପୀଡିତା ମାନଙ୍କ ପାଇଁ କୌଣସି ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ତୁରନ୍ତ ରାଜ୍ୟରେ ଯେତେସବୁ ଏହି ଭଳି ଘଟଣା ଘଟିଛି ସେମାନଙ୍କୁ ତୁରନ୍ତ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉ ।
୨. ସବୁଠାରୁ ବଡ କଥା ହେଲା ପୀଡିତାମାନେ ପାଠ ପଢିବାକୁ ପୁଣି ଚାହୁଁଥିଲେ ମଧ୍ୟ ସେମାନଙ୍କର ପିଲାମାନଙ୍କର ଦାୟୀତ୍ୱ ନେଇ ସେମାନଙ୍କୁ ପୁଣି ପାଠ ପଢାଇବାର ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ।
୩. ଏ ଭଳି ଘଟଣାର ଯେପରି ପୁର୍ନରାବୃତ୍ତି ନହୁଏ ସରକାର ସେଥିପାଇଁ କଡା ପଦକ୍ଷେକ ଗ୍ରହଣ କରନ୍ତୁ । ଏଭଳି ଘଟଣାରେ ଯେଉଁମାନେ ପୀଡିତା ମାନଙ୍କ ପ୍ରତି ଅବହେଳା ବା ସମ୍ବେଦନ ହୀନତା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରନ୍ତୁ ।
୪. ଭିତ୍ତିଭୂମିର ବିକାଶ କରି ବିଦ୍ୟାଳୟ ଓ ଛାତ୍ରୀନିବାସର ଚାରିପଟେ ପ୍ରାଚୀର ନିର୍ମାଣ କରୁଯାଉ ଏବଂ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆଯାଉ
୫.ଏହି ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ବା କର୍ମଚାରୀ ନାହାନ୍ତି , ଯେତିକି ବି ଅଛନ୍ତି ସେମାନେ ଗୋଟିଏ ଗୋଟିଏ ସ୍ଥାନରେ ଦୀର୍ଘ ଦିନଧରି ରହିବାରୁ ମନୋମୁଖୀ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ତେଣୁ ଖାଲିଥିବା ଶିକ୍ଷକ ପଦବୀ ପୂରଣ ସହିତ ଯେଉଁ ଶିକ୍ଷକ ବା ଅନ୍ୟ କର୍ମଚାରୀ ତିନି ଚାରି ବର୍ଷରୁ ଉଦ୍ଧ୍ୱର୍କାଳ ରହିଲେଣି ସେମାନଙ୍କୁ ବଦଳି କରାଯାଉ । ଛାତ୍ରୀ ନିବାସରେ କେବଳ ସୁରକ୍ଷା କର୍ମୀଙ୍କୁ ଛାଡି ଅନ୍ୟାନ୍ୟ ପଦବୀରେ ମହିଳା ମାନଙ୍କୁ ନିଯୁକ୍ତି ଦିଆଯାଉ ।
୬ . ନିୟମିତ ଭାବେ ଜଣେ ଡାକ୍ତର ଓ ଜଣେ ନର୍ସ ଝିଅମାନଙ୍କର ସ୍ୱାସ୍ଥ୍ୟ ତଦାରଖ କରନ୍ତୁ ।
୭ . କଲ୍ୟାଣ ବିଭାଗର ଅଧିକାରୀମାନଙ୍କର ଦାୟିତ୍ୱହୀନତା ଏବଂ ବିଶେଷ କରି ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜିଦେବା ଘଟଣାରୁ ହିଁ ଏଭଳି ପରିସ୍ଥିତି ଉପୁଜିଛି । ତେଣୁ ସେମାନେ ଅଧିକ ଦାୟୀତ୍ୱ ସମ୍ପର୍ଣ୍ଣ ଏବଂ ସମ୍ବେଦନଶୀଳ ବ୍ୟବହାର ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଉ ।
୮.କଲ୍ୟାଣ ବିଭାଗର ଅଧୀନରେ ଥିବା ପ୍ରତି ଆବସିକ ବିଦ୍ୟାଳୟ / ଛାତ୍ରୀ ନିବାସର ତଦାରଖ ପାଇଁ ଲୋକାଲ ଏକାଡେମିକ୍ ଅଡିଟ ଗଠନ କରାଯାଉ । ଏଥିରେ ଦଳମତ ନିର୍ବିଶେଷରେ ଶିକ୍ଷାପ୍ରେମୀ ବିଶିଷ୍ଟ ଲୋକମାନଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଉ । ନିୟମିତ ଭାବେ ପ୍ରତିମାସରେ ଏହି କମିଟି ବିଦ୍ୟାଳୟର ପାଠ ପଢା ଏବଂ ଛାତ୍ରାବାସ / ଛାତ୍ରୀନିବାସ ପରିସ୍ଥିତି ଓ ସମସ୍ୟା ଗୁଡିକର ପରିଦର୍ଶନ ଓ ତର୍ଜମା କରିବାକୁ ଅନୁରୋଧ କରାଯାଉ ।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ପ୍ରତିମା ମିଶ୍ର, କୋରାପୁଟ ଜିଲ୍ଲାର ବିଜେପି ସଭାପତି ଜୟରାମ ଗରଡା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମିଶ୍ର, କୋରାପୁଟ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାସିନୀ ପ୍ରଧାନ ଏବଂ ବିଧାୟକ ପ୍ରାର୍ଥୀ କୃଷ୍ଣ ଜାନି ମଧ୍ୟ ସରଜମିନ୍ ତଦନ୍ତରେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ କାର୍ଯ୍ୟାଳୟଠାରେ ଆଜିର ଏହି ସଂବାଦିକ ସମ୍ମୀଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସୀମନ୍ତିନୀ ଜେନା, ମହିଳା ମୋର୍ଚ୍ଚା ସଂପାଦିକା ଗୀତା ଦାଶ, ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା ଆଦି ଉପସ୍ଥିତ ଥିଲେ ।

Share in top social networks!