ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ ନିମ୍ନ ମାନର ଅଭିଯୋଗ

KALAHANDIକେନ୍ଦ୍ର ସରକାର ପ୍ରତି ଜନବସତି କୁ ସଂଯୋଗ କରିବା ସଂଗେ ସଂଗେ ଗମନା ଗମନର ସୁବିଧା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପ୍ରଣୟନ କରି ପର୍ଯ୍ୟାପ୍ତ ପାଣ୍ଠି ବିନି÷÷ଯୋଗ କରି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରିବାର ବ୍ୟବସ୍ଥା କରିଛନ୍ତି ।ହେଲେ ତ୍ରୁନମୂଳ ସ୍ତରରେ ଏହି ଯୋଜନାକୁ କାର୍ଯ୍ୟକାରି କରୁଥିବା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଖାମଖିଆଲି ମନୋଭାବ ସାଂଗକୁ ପ୍ରିୟାପ୍ରିତି ତୋଷଣ କାରବାର ଯୋଗୁଁ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ଅନିୟମିତତା ହେଉଥିବା ଅଭିଯୋଗ ମାନ ଶୁଣିବାକୁ ମିଲେ ।

କଳାହାଣ୍ଡିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର କାର୍ଯ୍ୟ ବଢି ଯାଇଥିବାରୁ ଏଠାରେ ଦୁଇ ଦୁଇଟି ଡଭିଜନ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଅବସ୍ଥାପିତ କରାଯାଇଥିଲେ ହେଁ ଏହି ବିଭାଗର କାର୍ଯ୍ୟ କାରିତା ନେଇ ପ୍ରଶ୍ନବାଚୀ ସ୍ରୂଷ୍ଟି ହେଉଛି ।ଧର୍ମଗଡ ଡିଭିଜନ ରେ ଅନେକ ଅନିୟମିତତା ହୋଇଥିବାର ପୂର୍ବରୁ ଅଭିଯୋଗ ହୋଇଥିବା ବେଲେ ଏହା ଏବେ ଭବାନୀପାଟଣା ଡିଭିଜନ କୁ ମଧ୍ୟ ବ୍ୟାପି ସାରିଛି ।

ସଂପ୍ରତି ଆଇଏପି ଯୋଜନାରେ ପ୍ୟାକେଜ ନଂ ଓଆର-୧୫-୧୨୬/ଆଇଏପି-ାା/୨୦୧୩-୧୪ ଅନୁସାରେ ୦୧ କୋଟି ୭୯ ଲକ୍ଷ ୫୦ ହଜାର ୬୧୫ ଟଙ୍କାର ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେଉଥିବା ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନେ୍ଦଲମାଳ ଠାରୁ ଜିଲିଂଦର ଗ୍ରାମ ପର୍ଯ୍ୟନ୍ତ ୩.୫୬ କି.ମି. ରାସ୍ତାନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି ।ଏହାର ପରିଚାଳନା ଖର୍ଚ୍ଚ ୭ଲକ୍ଷ ୧୩ ହଜାର ୫୮୦ ଟଙ୍କା ଥିବା ବେଳେ ଗତ ୦୪.୦୩.୨୦୧୪ ରେ ଆରମ୍ଭ ହୋଇ ୦୩.୧୨.୨୦୧୪ ରେ ଶେଷ ହୋଇଯିବା ର ଥିଲା ।

ହେଲେ କୈାଣସି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଆଜିସୁଦ୍ଧା ଏହାର ନିର୍ମାଣ ସରି ପାରି ନାହିଁ ।କାର୍ଯ୍ୟ ଶେଷ ହେବାର ପାଞ ବର୍ଷ ପର୍ଯ୍ୟନ୍ତକୁ ଅର୍ଥାତ ୦୩.୧୨.୨୦୧୯ ପର୍ଯ୍ୟନ୍ତକୁ ଏହାର ବିଭାଗୀୟ ସିକ୍ୟୁରିଟି ଥିବାର ଜଣାପଡିଥିବା ବେଲେ ଆଜିିସୁଦ୍ଧା ଏହି ରାସ୍ତାର ନିର୍ମାଣ ସରି ପାରି ନଥିବାରୁ ଏହାର ସ୍ଥାୟୀତ୍ୱ ପ୍ରତି ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି ।ନିମ୍ନ ମାନର ମେଟାଲ,ମୁରୁମ,ସାଂଗକୁ ମାଟି ଗୋଡି ମିଶା ବାଲି ବ୍ୟବହାର କରାଯାଇ ଏହି ରାସ୍ତା ଏବଂ ପାଶ୍ୱର୍ସ୍ଥ ଡେନ୍ର ନିର୍ମାଣ କାର୍ଯ୍ୟ ଚାଲିଥିବାର ଅଭିଯୋଗ ହେଉଛି । ଏପରିକି ଅତି ସ୍ୱଲ୍ପ ପରିମାଣର ସିମେଣ୍ଟ ମିଶାଇ ମାଟି,ଗୋଡି ମିଶା ବାଲି ର ମିଶ୍ରଣ ପ୍ରସ୍ତ୍ରୁତ କରାଯାଇ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ଜିଲିଂଦର ଗ୍ରାମ ଭିତରେ ପୂର୍ବରୁ ବ୍ଲକ ତରଫରୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିବା ବେଲେ ସେହି ରାସ୍ତା ଉପରେ ଏବେ ମାତ୍ର ଚାରି ଇଞ କଂକ୍ରିଟ ପକାଇ ଦେଇ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି ।

ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟ ଜଣେ ସହକାରୀ ଯନ୍ତ୍ରୀ ଙ୍କୁ ପଚାରିବାରେ ନିଜ ନାମ ଗୋପନ ରଖି ବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରେ କଂକ୍ରିଟ ରାସ୍ତା ଅନ୍ୟୁନ ଆଠ ଇଞ ମୋଟା ରହିବା ଆବଶ୍ୟକ ବୋଲି କହିଛନ୍ତି । ହେଲେ ପୁରୁଣା କାମକୁ ଏବର କାମ ସହିତ ମିଶାଇ ଦେଇ ବିଲ ଉଠାଣ କରିନେବାର ଯୋଜନା କରାଯାଇଥିବାର ଆଶଙ୍କା ଦେଖାଦେଇଛି । ସୂଚନା ଯୋଗ୍ୟ ଯେ ପୂର୍ବରୁ ଦୁନେ୍ଦଲମାଲ ଦେଇ ଦେଦର ପର୍ଯ୍ୟନ୍ତକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରେ ରାସ୍ତା ନିର୍ମାଣ ହୋଇସାରିଛି । ଦୁନେ୍ଦଲମାଲ ଠାରୁ ଜିଲିଂଦର ଦେଇ କାଙ୍କେରିମାଲ ,ସାନଟିକ୍ରାଗୁଡା ଏବଂ ସେଠାରୁ ପାହାଡ ଚଢି ଥୁଆମୁଲ ରାମପୁର ପର୍ଯ୍ୟନ୍ତକୁ ଏବଂ ଏପଟେ କାଙ୍କେରିମାଲ,ସାନଟିକ୍ରାଗୁଡା ଠାରୁ ରକତଫୁଟା ଘାଟି ମଧ୍ୟ ଦେଇ ରତନପଲା,ବୁଢିଦର ପର୍ଯ୍ୟନ୍ତକ ୁସଂଯୋଗ କରାଯାଇ ପାରିବ ।

ହେଲେ ପ୍ରାରମ୍ଭରୁ ଯଦି ନିର୍ମାଣ ହେଉଥିବା ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ରାସ୍ତା ଟି ନିମ୍ନ ମାନର ନିର୍ମାଣ ହେଉଛି ତେବେ ଏହାର ସ୍ଥାୟୀତ୍ୱ ପ୍ରତି ଜନସାଧାରଣରେ ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି । ଏ ସଂପର୍କରେ ବିଭାଗୀୟ ଉଚ୍ଚ ପଦଧିକାରିଙ୍କ ସମେତ ବିଭାଗୀୟ ମନ୍ତ୍ରୀ ତଥା ଭିଜିଲାନ୍ସ ନିଦେ୍ର୍ଧଶକ ପ୍ରତ୍ୟକ୍ଷ ଦ୍ରୁଷ୍ଟି ଦେଇ ସଠିକ ମାନ ଦଣ୍ଡକୁ ଆଧାର କରି ରାସ୍ତା ନିର୍ମାଣ କରାଯିବାର ବ୍ୟବସ୍ଥା କରିବାକୁ ପ୍ରବଳ ଦାବୀ ହେଉଛି ।

Share in top social networks!