ସରକାରଙ୍କୁ ସମାଲୋଚନା କଲା ରାଜ୍ୟ ବିଜେପି, ରାଜ୍ୟ ସରକାରଙ୍କୁ ପୋସ୍କୋ, ହିସାବ ମାଗିବା ଲଜ୍ଜାଜନକ ଘଟଣା : ବିଜୟ ମହାପାତ୍ର

bjpodishaପୋସ୍କୋ ପ୍ରକଳ୍ପ ପାଇଁ ରାଜ୍ୟ ସରାକରଙ୍କର ଆନ୍ତରିକତା ନାହିଁ । ୧୦ ବର୍ଷ ହେଲା ଶିଳ୍ପ ନାମରେ ଜମି ଅଧିଗ୍ରହଣ କଲେ । ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେଲା । ଏହି କଥା ଲୋକମାନଙ୍କ ମନରୁ ଯାଇନଥିବା ବେଳେ ରାଜ୍ୟ ସରକାରଙ୍କୁ ପୋସ୍କୋ ହିସାବ ମାଗିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ରାଜ୍ୟ ବିଜେପି ପ୍ରକାଶ କରିଛି ।

ଏ ସମ୍ପର୍କରେ ସୂଚନା ଦେଇ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଲେ ଯେ, ପୋସ୍କୋ ପ୍ରକଳ୍ପକୁ ନେଇ ଖଣି ଓ ଶିଳ୍ପମନ୍ତ୍ରୀ ଯେପରି ଭାବେ ବୟାନ ଦେଉଛନ୍ତି ଏଥିରେ ଉଭୟଙ୍କ କଥାରେ ତାଳମେଳ ରହୁନଥିବା ଜଣାପଡିଛି । ୨୦୦୫ ମମହିହା ଜୁନ୍ ମାସ ୨୨ ତାରିଖରେ ସରକାର ଚୁକ୍ତିନାମା ସ୍ୱାକ୍ଷର କଲେ । ଏହା ୧୦ ବର୍ଷ ବିତିଗଲାଣି ପୋସ୍କୋର ଅଭିମୁଖ୍ୟ କଣ ସରକାର ଜାଣିପାରୁନଥିବା କଥା କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ତେବେ ସରକାର ସେଠାରେ କାହାପାଇଁ ଜମି ଅଧିଗ୍ରହଣ କରୁଥିଲେ ପୋସ୍କୋ ପାଇଁ ବା ଅନ୍ୟ କୋ÷ଣସି କମ୍ପାନୀ ପାଇଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିବା ସହ ଏପର୍ଯ୍ୟନ୍ତ ରାଜ୍ୟ ସରକାର କାହା ସହିିତ କ’ଣ ଆଲୋଚନା କରୁଥିଲେ ବୋଲି କହିଛନ୍ତି । । ତେଣୁ ଆଜି ସରକାରଙ୍କର ପକ୍ଷରୁ ଏଭଳି ପ୍ରଶ୍ନ ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ ।

ଏହି ପ୍ରକଳ୍ପ ଲାଗି ସେଠାରେ ଆନେ୍ଦାଳନ ହୋଇଛି, ଲୋକମାନେ ଗିରଫ ହୋଇ, ଜେଲ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଘଟଣାସ୍ଥଳକୁ ଯିବାପାଇଁ । ଏହି ଘଟଣାର ୪ ବର୍ଷ ପୁରି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଦ ସେଠାରେ ପଡିଲାନାହିଁ । ଏ ସରକାର ପ୍ରଚାର ସର୍ବସ୍ୱ ପାଲଟିଯାଇଛି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବା ବିବାଦୀୟ ସ୍ଥାନକୁ ଯାଉଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ଲୋକମାନଙ୍କ ସହ ଆଲୋଚନା କରିବା ହେତୁ ସେଠାରେ ଶିଳ୍ପକାରଖାନା ପ୍ରତିଷ୍ଠା ହେଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ଘୋଷଣାରେ ରହିଯାଇଛି । ଶିଳ୍ପ କରିବାରେ ଆନ୍ତରିକତା ନାହିଁ । ପ୍ରଚାର କରିବାରେ ଏ ସରକାର ସିଦ୍ଧହସ୍ତ । ଶ୍ରୀ ମହାପାତ୍ର ଆହୁରି କହିଲେ ଯେ ପୋସ୍କୋ ପ୍ରତି ରାଜ୍ୟ ସରକାରଙ୍କର କଣ ଅଭିମୁଖ୍ୟ ରହିଛି ତାହା ସ୍ପଷ୍ଟ କରିବା ଦରକାର । ତେଣୁ ସରକାର ତୁରନ୍ତ କ୍ୟାବିନେଟ୍ ଡାକିବା ସହ ସଷ୍ଟ ନୀତି ପ୍ରକାଶ କରିବାକୁ ସେ ଆହ୍ୱାନ କରିଛନ୍ତିା ପୋସ୍କୋ ପ୍ରକଳ୍ପକୁ କୋ÷ଣସି ରାଜନୈତିକ ଦଳ ବିରୋଧ କରିନାହାନ୍ତିା କେବଳ ସ୍ଥାନ ପରିବର୍ତ୍ତନ ପାଇଁ କହୁଥିଲେ । ୧୦ ବର୍ଷ ସମୟ ଅତିବାହିତ ହେଲା ସରକାର ଶିଳ୍ପପ୍ରତିଷ୍ଠା ନକରିପାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପୋଲିସ ପୁରାଇ ସେଠାରେ ଅସ୍ଥିରତା ସୃଷ୍ଟିକରାଗଲା । ଏବେ ଖଣିମନ୍ତ୍ରୀ ଅଭିମୁଖ୍ୟ ସ୍ପଷ୍ଟ କରିବାକୁ କମ୍ପାନୀକୁ କହୁଛନ୍ତି । ତୁମେ କମ୍ପାନୀ ସହ କଣ ଆଲୋଚନା କରିଛ ତାହା ରାଜ୍ୟବାସୀ ଜାଣିନାହାନ୍ତି । ତେଣୁ ସରକାର ପ୍ରଥମେ ନିଜର ଅଭିମୁଖ୍ୟ ସ୍ପଷ୍ଟ କରିବା ଦରକାର ବୋଲି ଶ୍ରୀ ମହାପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା ମୁଖପାତ୍ର ସଜ୍ଜନ ଶର୍ମା ଓ ସମୀର ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!