ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବିୟୋଗରେ ଆରଏସ୍ଏସ୍ ର ଶୋକ

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବିୟୋଗରେ ଓଡିଶା ତଥା ଭାରତ ଏକ ମହାନ ରାଷ୍ଟ୍ରନୀତିଜ୍ଞ,ସମାଜସେବୀ,ସାମ୍ବାଦିକ,ଲେଖକ ଓ ସ୍ତମ୍ଭକାରଙ୍କୁ ହରାଇଲା ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହା ସହିତ ସଂଘ ଏହି ମହାନ ଆତ୍ମାଙ୍କର ସଦ୍ଗତି ପାଇଁ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି । ସ୍ୱର୍ଗତ ଜାନକୀବାବୁଙ୍କର ସଂଘ ସହିତ ଦୀର୍ଘଦିନ ଧରି ଘନିଷ୍ଠ ସଂପର୍କ ଥିଲା ।
ଆରଏସ୍ଏସ୍ ଓଡିଶାର ପଶ୍ଚିମ ପ୍ରାନ୍ତ ସଂଘଚାଳକ ବିପିନ ବିହାରି ନନ୍ଦ ଓ ପୂର୍ବପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଏଥି ନିମନ୍ତେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକାକୂଳ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Share in top social networks!