୬ବର୍ଷ ପରେ ଜାମିନ ପାଇବେ ସାଧ୍ୱୀ ପ୍ରଜ୍ଞା ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ସତ୍ୟର ବିଜୟ: ଭାରତ ରକ୍ଷା ମଂଚ

pragyanଉପା ସରକାରର ଇଙ୍ଗିତରେ ଗୈରିକ ଆତଙ୍କବାଦର ଆଳ ଦେଖାଇ ଏଟିଏସ ମୁମ୍ବାଇ ଦ୍ୱାରା ବିନା ଦୋଷରେ ଗିରଫ ହୋଇଥିବା
ସାଧ୍ୱୀ ପ୍ରଜ୍ଞ୍ୟା ସିଂ ଠାକୁରଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବା ପାଇଁ ଦେଶର ମାନ୍ୟବର ସର୍ବୋଚ୍ଚ ଅଦାଲତ ଦେଇଥିବା ନିଦେ୍ର୍ଧଶକୁ ଭାରତ ରକ୍ଷା ମଂଚ ଓଡିଶା ସ୍ୱାଗତ କରିଛି । ବିନା ଦୋଷରେ ବିନା ଚାର୍ଜଶିଟ୍ରେ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅକଥନୀୟ ନିର୍ଯାତନା ସହି ବନ୍ଦୀ ଜୀବନ କଟାଉ ଥିବା ସାଧ୍ୱୀଙ୍କୁ ଜାମିନ ଦେବା ପାଇଁ ଭାରତ ରକ୍ଷା ମଂଚ ପକ୍ଷରୁ ଦେଶବ୍ୟାପୀ ଦାବି ଓ ପ୍ରଦର୍ଶନ କରାଯାଇଆସୁଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଆମ ପାଇଁ ଏକ ନୈତିକ ବିଜୟ ବୋଲି ଭାରତ ରକ୍ଷାମଂଚର ଜାତୀୟ ସହ ଆବାହକ ମୂରଲୀ ମନୋହର ଶର୍ମା କହିଛନ୍ତି । ସୁପ୍ରିମ୍କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସତ୍ୟ ଓ ନ୍ୟାୟର ବିଜୟ ହେଲା ବୋଲି ରକ୍ଷାମଂଚର ରାଜ୍ୟ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ ଡ. ବିମଳେନ୍ଦୁ ମହାନ୍ତି କହିଛନ୍ତି ।

ଶ୍ରୀ ଶର୍ମାଙ୍କ କହିବା ଅନୁଯାୟୀ, ଜଣେ ସାଧ୍ୱୀଙ୍କୁ ବିନା ପ୍ରମାଣରେ ଓ ବିନା ଚାର୍ଜଶିଟ୍ରେ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲରେ ରଖିବା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ । ଜଣେ ମହିଳାଙ୍କୁ ଏଟିଏସ ବାଲା ୧୦ଦିନ ରିମାଣ୍ଡରେ ନେଇ ନିର୍ଯାଚନା ଦେବା ଘଟଣାର ମଧ୍ୟ ଭାରତର ତଦନ୍ତ ଇତିହାସରେ
ବିରଳ ଓ ପ୍ରଥମ ଘଟଣା ବୋଲି ପଞ୍ଜାବର ପୂର୍ବତନ ପୋଲିସ ଡିଜି କେପିଏସ ଗିଲ୍ କହିବା ସହ ସମାଲୋଚନା ମଧ୍ୟ କରିଥିଲେ । ଗୈରିକ
ଆତଙ୍କବାଦ ଆଳ ଦେଖାଇ ସାଧ୍ୱୀ ପ୍ରଜ୍ଞାଜୀଙ୍କୁ ଗିରଫ କରି ଏତେଦିନ ରଖାଯିବା ଘଟଣାକୁ ଭାରତ ରକ୍ଷାମଂଚ ପକ୍ଷରୁ ମଧ୍ୟ ବିରୋଧ କରାଯାଇ
ଆସୁଥିଲା । ଦୁର୍ବଳ ସ୍ୱାସ୍ଥ୍ୟ କାରଣ ଦର୍ଶାଇ ଅପରାଧର ପ୍ରମାଣ ଥିବା ଟୁଜି ସ୍କାମ୍ର ଅଭିଯୁକ୍ତ ଓ ଅନ୍ୟ ସଂନ୍ଦିଗ୍ଧ ମୁସଲିମ୍ ଆତଙ୍କବାଦୀମାନେ ପୂର୍ବରୁ ଜାମିନ ପାଉଥିବା ବେଳେ ବିନା ଚାର୍ଜଶିଟ୍ ଆଉ ଅପରାଧର ପ୍ରମାଣ ବିନା ଜେଲରେ ୬ବର୍ଷରୁ ଊଦ୍ଧ୍ୱର୍ କାଳ ଧରି ଜେଲ ଦଣ୍ଡ ଭୋଗୁଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଜାମିନ ଦିଆନଯିବା ଦୁଃଖଦାୟକ ବୋଲି ଶ୍ରୀ ଶର୍ମା କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଉପା ସରକାର ଇଙ୍ଗିତରେ ଏଟିଏସ ସାଧ୍ୱୀଙ୍କୁ ଉଠାଇ ନେଇ ବଳପୂର୍ବକ ଗିରଫ କରିବା ସହ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା । ଏଟିଏସର ନିର୍ଯାତନା ଏମିତି ଥିଲା ଯେ ସାଧ୍ୱୀ ପ୍ରଜ୍ଞା ଶଯ୍ୟାଶାୟୀ ହୋଇପଡିଥିଲେ । ଆଜି ପର୍ଯ୍ୟନ୍ତ ସେ ଶେଯରେ ପଡି ରହି ଜୀବନ ସହିତ ସଂଗ୍ରାମ କରି ଆସୁଛନ୍ତି । ତାଙ୍କୁ ଉଚ୍ଚତର ଚିକତ୍ସା ଦେବାପାଇଁ ଭାରତ ରକ୍ଷାମଂଚ ପକ୍ଷରୁ ବହୁବାର ଦାବି ହୋଇ ଆସୁଥିଲେ ମଧ୍ୟ ଏ ଯାବତ କୌଣସି ବ୍ୟବସ୍ଥା କରାଗଲା ନାହିଁ । ଏହାର ପ୍ରତିବାଦରେ ସାଧ୍ୱୀଙ୍କୁ ତୁରନ୍ତ ମୁକ୍ତି ଦେବା ଓ ତାଙ୍କୁ ଉଚ୍ଚତର ଚିକିତ୍ସା ସେବା ଯୋଗାଇଦେବା ଦାବିରେ ଭାରତ ରକ୍ଷାମଂଚ ଓଡିଶା ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ପୋଷ୍ଟକାର୍ଡ ଭୋପାଳ କେନ୍ଦ୍ରୀୟ ଜେଲ ଠିକଣାରେ ସାଧ୍ୱୀଙ୍କ ମୁକ୍ତି ଦାବି କରି ପଠାଯାଇଥିଲା । ଜୀବନସହ ସଂଗ୍ରାମ କରୁଥିବା ସାଧ୍ୱୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଉନଥିବା ଯୋଗୁ ତାଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ଓଡିଶାରୁ ହଜାର ହଜାର ମନିଅର୍ଡର ଭୋପାଳ କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା ବୋଲି ଶ୍ରୀ ଶର୍ମା କହିଛନ୍ତି ।

ଅନ୍ୟାୟୋଚିତ ଭାବେ ଗିରଫ ହୋଇଥିବା ଜଣେ ନିରୀହ ସାଧ୍ୱୀଙ୍କୁ ନ୍ୟାୟ ଦେବା ପାଇଁ ଭାରତ ରକ୍ଷାମଂଚ ଏହି ଉଦ୍ୟମ ଜାରି ରଖିଥିବା ବେଳେ ମଂଚର ଜାତୀୟ ସହ ଆବାହକ ମୂରଲୀ ମନୋହର ଶର୍ମା ଓ ଜାତୀୟ ସମ୍ପାଦକ ଅନୀଲ ଧୀର ଭୋପାଳ କେନ୍ଦ୍ରୀୟ ଜେଲକୁ ଯାଇ ସାଧ୍ୱୀ ପ୍ରଜ୍ଞାଙ୍କ ଅବସ୍ଥା ପଚାରି ବୁଝିଥିଲେ ବୋଲି ରକ୍ଷାମଂଚର ରାଜ୍ୟ ସଭାପତି ଡ ମହାନ୍ତି କହିଛନ୍ତି । ସାଧ୍ୱୀଙ୍କ ନ୍ୟାୟ ପ୍ରଦାନ କରିବା ପାଇଁ ଭାରତ ରକ୍ଷାମଂଚ ଅବିରତ ଉଦ୍ୟମ ଜାରି ରଖିବ ବୋଲି ସଂକଳ୍ପ ନେଇଥିବା ବେଳେ ନିକଟରେ ମାନ୍ୟବର ସୁପ୍ରିମ୍କୋର୍ଟ ଯେଉଁ ନିଦେ୍ର୍ଧଶ ଦେଇଛନ୍ତି ତାହା ଆମ ପାଇଁ ନୈତିକ ବିଜୟ ଓ ଶେଷରେ ସତ୍ୟର ହିଁ ବିଜୟ ହେଲା ବୋଲି ଜାତୀୟ ସହ ଆବାହାକ ଶ୍ରୀ ଶର୍ମା ଓ ସମ୍ପାଦକ ଶ୍ରୀ ଧୀର କହିଛନ୍ତି । ସୂଚନାଯୋଗ୍ୟ ଯେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ନିଦେ୍ର୍ଧଶରେ କହିଛନ୍ତି ଯେ, ସାମରିକ ଗୁଇନ୍ଦା ଅଫିସର କର୍ଣ୍ଣେଲ ପୁରୋହିତ ଓ ସ୍ୱାଧୀ ପ୍ରଜ୍ଞା ସିଂ ଠାକୁରଙ୍କର ୨୦୦୮ ମାଲେଗାଓଁ ବିସ୍ଫୋରଣରେ କୌଣସି ପ୍ରକାର ସମ୍ପୃକ୍ତି ଥିବାର ପ୍ରମାଣ ମିଳିନାହିଁ । ତେଣୁ ତାଙ୍କୁ ତୁରନ୍ତ ଜାମିନ ଦେବା ପାଇଁ ସମ୍ପୃକ୍ତ ଟ୍ରାଏଲ କୋର୍ଟ ପଦକ୍ଷେପ ନେବା ପାଇଁ ମାନ୍ୟବର ସୁପ୍ରିମ୍କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଭାରତ ରକ୍ଷା ମଂଚ ପକ୍ଷରୁ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଏହି ନିଦେ୍ର୍ଧଶକୁ ସ୍ୱାଗତ କରାଯିବା ସହ ଦୀର୍ଘ ୬ବର୍ଷ ଧରି ବିନା ଦୋଷରେ ଓ ବିନା ପ୍ରମାଣରେ ଜେଲ ଦଣ୍ଡ ଭୋଗୁଥିବା ସ୍ୱାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ଜାମିନ ସମ୍ଭାବନା ଉଜ୍ଜ୍ୱଳ ହୋଇଛି ବୋଲି ଶ୍ରୀ ଶର୍ମା ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!