ସିଏଜି ଅଡ଼ିଟ୍ ନହେବା ପର୍ଯ୍ୟନ୍ତ ବର୍ଦ୍ଧିତ ବିଦୁ୍ୟତ ଦେୟ ନଦେବାକୁ ବିଜେପିର ଆହ୍ୱାନ ଉପଭୋକ୍ତାମାନଙ୍କୁ ଆଇନ୍ଗତ ସହାୟତା ଯୋଗାଇବ ବିଜେପି

cesuଗୋଟିଏ ପଟେ କମ୍ପାନୀମାନଙ୍କୁ ହଜାର ହଜାର କୋଟି ଛାଡ଼ କରାଯାଉଥିବାବେଳେ ଗରିବଙ୍କୁ ଟଙ୍କିକିଆ ଚାଉଳ ଓ ପାଂଚଟଙ୍କିଆ ଭାତ ଡାଲମା ଦେଇ ନବୀନବାବୁ ଯେଉଁ ରାଜନୈତିକ ଖେଳ ଖେଳୁଛନ୍ତି ତାହା ବେଶୀଦିନ ଚାଲିବ ନାହିଁ । ରିଲାଏନ୍ସ କମ୍ପାନୀ ଉପରେ ୭ ହଜାର କୋଟିରୁ ଉଦ୍ଧ୍ୱର୍ ବାକି ପଡ଼ିଥିବାବେଳେ ଏବେ ଉକ୍ତ କମ୍ପାନୀଙ୍କୁ ଆମେ ବାହାର କରିଦେଇଛୁ ବୋଲି କହି ରାଜ୍ୟ ସରକାର ଯେଉଁ ବାହାସ୍ଫୋଟ ମାରୁଛନ୍ତି ତାହା ଧର୍ମକୁ ଆଖିଠାର ଭଳି । ସରକାରଙ୍କ ଅସଲ ସ୍ୱରୂପ ଜନସାଧାରଣ ଯେଉଁଦିନ ଜାଣିପାରିବେ ସେଦିନ ନୀଳବର୍ଣ୍ଣ ଶୃଗାଳ ରୂପ ଧାରଣ କରିଥିବା ନବୀନ ବାବୁଙ୍କ ମୁଖା ଖୋଲିଯିବ । ରାଜ୍ୟ ସରକାର କମ୍ପାନୀ ପ୍ରୀତି ପାଇଁ ଗରିବ ବିଜୁଳି ଉପଭୋକ୍ତାମାନଙ୍କ ଉପରେ ବୋଝ ଲଦି ଦିଆଯାଉଛି । ତେବେ କାଗ୍ ଅଡ଼ିଟ୍ ନହେବା ପର୍ଯ୍ୟନ୍ତ ବିଜୁଳି ଉପଭୋକ୍ତାମାନେ ବର୍ଦ୍ଧିତ ବିଜୁଳି ଦେୟ ନଦେବାକୁ ବିଜେପି ଉପଭୋକ୍ତାମାନଙ୍କୁ ଆହ୍ୱାନ ଦେଇଥିବାବେଳେ ଯଦି ସେସୁ କାହାର ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ କରେ ତେବେ ଦଳ ପକ୍ଷରୁ ଆଇନ୍ଗତ ସହାୟତା ଯୋଗାଇ ଦିଆଯିବ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ଏକ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ରାଜ୍ୟ କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରାରେ ସେସୁ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଧାରଣା ଦେଇଥିଲେ । ବର୍ଦ୍ଧିତ ବିଦୁ୍ୟତ୍ ଶୁଳ୍କ ପ୍ରତ୍ୟାହାର ଓ ବିଦୁ୍ୟତ୍ ବିତରଣ କମ୍ପାନୀ ଗୁଡିକର ସିଏଜି ତଦନ୍ତ ଦାବି ନେଇ ଏହି ବିକ୍ଷୋଭ ଆୟୋଜିତ କରାଯାଇଥିଲା । ରାଜ୍ୟ ସରକାରଙ୍କର କମ୍ପାନୀପ୍ରୀତି କାରଣରୁ ରିଲାୟନସ୍ କମ୍ପାନୀ ଉପରେ ବାକିଥିବା ୭,୦୯୮.୭୮ କୋଟି ଟଙ୍କା ଆଦାୟ ହୋଇପାରିନାହିଁ ଏବଂ ଏଥିପାଇଁ ଯେଉଁ ଅଧିକାରୀମାନେ ହିଁ ମୁଖ୍ୟତଃ ଦାୟୀ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଦଣ୍ଡିତ କରାଯିବା ଉଚିତ୍ ବୋଲି ବିଜେପି ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ । କୃଷି କ୍ଷେତ୍ରରେ ୪୦ ପଇସା ପ୍ରତି ୟୁନିଟ୍ ଓ କୁଟୀର ଜ୍ୟୋତିରେ ବଢିଥିବା ଦେୟ ମଧ୍ୟ ଶୀଘ୍ର ପ୍ରତ୍ୟାହାର ହେବା ଉଚିତ୍ । ବିତରଣ କମ୍ପାନୀଗୁଡିକର ସିଏଜି ଅଡିଟ୍ କରିବା ଦୃଢ ଦାବି ଉପସ୍ଥାପନ କରିଥିଲେ । ଏହି ଅବସରରେ ସେସୁର ଦୁଇଜଣ ପ୍ରମୁଖ ଅଧିକାରୀ ବିକ୍ଷୋଭକାରୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଦାବି ଗୁଡିକ ପ୍ରତି ସେସୁ ଉଚିତ୍ ପଦକ୍ଷେପ ନେବବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଓ ବିତରଣ କମ୍ପାନୀର ହିସାବ ସିଏଜିଦ୍ୱାରା ଅଡଟ୍ ନହୁଏ ତେବେ ଭୁବନେଶ୍ୱରବାସୀଙ୍କୁ ବର୍ଦ୍ଧିତ ଦେୟ ନଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଯଦି ସେସୁ କାହାର ଅନାବଶ୍ୟକ ଭାବେ ଲାଇନ୍ କାଟେ ତେବେ ବିଦୁ୍ୟତ୍ ଉପଭୋକ୍ତାକୁ ସମସ୍ତ ଆଇନଗତ ସାହାଯ୍ୟ ବିଜେପି ପକ୍ଷରୁ ଯୋଗାଇ ଦିଆଯିବ ବୋଲି ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଦୀର୍ଘ ତିନି ଘଂଟା ଧରି ଇଡକୋ ଟାୱାର୍ର ଅବସ୍ଥିତ ସେସୁ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଶାନ୍ତିପୂର୍ଣ୍ଣଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଭୁବନେଶ୍ୱର ପୋଲିସ୍ ପକ୍ଷରୁ ଅନାବଶ୍ୟକଭାବେ ଶତାଧିକ ବିଜେପି କାର୍ଯ୍ୟକର୍ତାଙ୍କୁ ଗିରଫ୍ କରାଯିବା ଫଳରେ ଅହେତୁକ ଉତେଜନା ଦେଖା ଦେଇଥିଲା । ଏହି ଘେରାଉର ନେତୃତ୍ୱ ବିଜେପିର ରାଜ୍ୟ ଉପସଭାପତି ପୃଥୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି, ଜିଲ୍ଲା ସଭାପତି ଅମୀୟ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଦିଲ୍ଲିପ ମହାନ୍ତି, ୍ରତିକାନ୍ତ ଦାସ, ଜିଲ୍ଲା ସାଧାରଣ ସଂପାଦକ ହରେକୃଷ୍ଣ ଖୁଂଟିଆ ଓ ପ୍ରସନ୍ନ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଜିଲ୍ଲା ଉପ-ସଭାପତି କାଳୀ ମିଶ୍ର ଓ ବିଭାସ ସେନଗୁପ୍ତା ପ୍ରମୁଖ ନେଇଥିଲେ । ସେହି ସ୍ଥାନରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ ସଂପାଦକ ଯତିନ୍ ମହାନ୍ତି, ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ସୀମନ୍ତିନୀ ଜେନା, ଖୋର୍ଦ୍ଧାଜିଲ୍ଲା ସଭାପତି ସୁଦିପ୍ତ ରାୟ, ଅନୁସୂଚିତ ଜାତିମୋର୍ଚ୍ଚାର ରାଜ୍ୟ ସଂପାଦକ ବସନ୍ତ ନାୟକ ଏବଂ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିଶ୍ୱରଂଜନ ବଡଜେନା, ଡ. ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!