ବୁର୍ଲ୍ଲା ଭି.ଏସ୍.ଏସ୍ ମେଡିକାଲ ସାଇନସ୍ ଏବଂ ଗବେଷଣା ପ୍ରତିଷ୍ଠାନରେ ପ୍ରସୂତୀ ମୃତ୍ୟୁ ଘଟଣା : ତଦନ୍ତ ରିପୋର୍ଟ ମିଳାବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ – ସ୍ୱାସ୍ଥ୍ୟ ମନ୍ତ୍ରୀ

ବୁର୍ଲ୍ଲା ଭି.ଏସ୍.ଏସ୍ ମେଡିକାଲ ସାଇନସ୍ ଏବଂ ଗବେଷଣା ପ୍ରତିଷ୍ଠାନରେ ତିନି ଜଣ ପ୍ରସୂତୀଙ୍କ ମୃତ୍ୟୁ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏକ ଉଚ୍ଚସ୍ଥରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଏହି ଘଟଣା ଖବରପାଇବା ପରେ ମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ତୁରନ୍ତ ଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକଙ୍କ ସମେତ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ସେଠାରେ ପହଂଚି ତଦନ୍ତ କରିଛନ୍ତି । ଆଜିର ବୈଠକରେ ସେଠାକାର ପରିସ୍ଥିତି ଏବଂ ତଦନ୍ତ ପ୍ରକ୍ରିୟା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ତଦନ୍ତକାରୀ ଦଳ ଏହି ଦୁଃଖଦ ମୃତ୍ୟୁର ବିଭିନ୍ନ ଦିଗ ଉପରେ ତାଙ୍କର ତଦନ୍ତ କରୁଛନ୍ତି । ଆସନ୍ତା ଗୁରୁବାର ସେମାନେ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ମିଳିବା ପରେ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୈଠକ ପରେ ମନ୍ତ୍ରୀ ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ଆଜି ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ସ୍ୱତନ୍ତ୍ର ସଚିବ ଡାଃ ଏନ୍.କେ.ଦାଶ , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର , ଡି.ଏମ୍.ଇ.ଟି ବାବାଜୀ ଚରଣ ଦାସ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ସି.ଆର୍.ନାୟକ , ପରିବାର କଲ୍ୟାଣ ନିଦେ୍ର୍ଧଶିକା ଡାଃ ନିର୍ମଳା କୁମାରୀ ଦେଇ , ଯୁଗ୍ମ ଡି.ଏମ୍.ଇ.ଟି ଡାଃ ଉମାକାନ୍ତ ଶତପଥୀ ଏବଂ ଭେଷଜ ନିୟନ୍ତ୍ରକ ହୃଷୀକେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!