ଚତୁର୍ଥ ବାର୍ଷିକ ଖୋର୍ଦ୍ଧା ପୁସ୍ତକ ମେଳା ଉଦ୍ୟାପିତ

pustak ସ୍ଥାନୀୟ ଗୀତା ଭବନ ପଡିଆରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଚତୁର୍ଥ ବାର୍ଷିକ ପୁସ୍ତକ ମେଳା ସଭାପତି ଡକ୍ଟର ଦିଲ୍ଲିପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଅଭିନେତ୍ରୀ ତଥା ସାହିତି୍ୟକା ମାଳବିକା ରାୟ ଯୋଗଦେଇ କହିଲେ ଲୋପ ପାଇବାକୁ ବସିଥିବା ଉକôଳୀୟ ସଂସ୍କୃତି, ଭାଷା, ପରମ୍ପରାର ପୁନରୁଦ୍ଧାର କ୍ଷେତ୍ରରେ ପୁସ୍ତକ ହେଉଛି ଏକ ମାତ୍ର ମାଧ୍ୟମ । ମୁଖ୍ୟବକ୍ତା ଭାବରେ କଥା ପତ୍ରିକାର ସମ୍ପାଦକ ଗୈାରହରି ଦାସ କହିଲେ ସମଗ୍ର ବିଶ୍ୱରେ ଭାରତ ଏକମାତ୍ର ସ୍ଥାନ ଯେଉଁଠାରେ ପୁସ୍ତକର ଜନ୍ମଦିନ (ଭାଗବତ ଜନ୍ମ) ପାଳନ କରାଯାଏ ।

ଓଡିଶାରେ ସାହିତ୍ୟ ପୁସ୍ତକର ଗୁରୁତ୍ୱ ରହିଛି । ବନ୍ୟା, ବାତ୍ୟା, ଝଡ ତୋଫାନ ସମୟରେ ଅନେକ ପୁସ୍ତକ ନଷ୍ଟ ହେଉଥିବା ବେଳେ ତା’ର ସୁରକ୍ଷା ପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ । ସମ୍ମାନୀତ ଅତିଥି ଭାବରେ ପୋଲିସ ଆଇଜି ଦେବାଶିଷ ପାଣିଗ୍ରାହୀ, କବି ଡଃ ଅଜୟ ସ୍ୱାଇଁ ଓ ମେଳା କମିଟିର ମୁଖ୍ୟ ଉପଦେଷ୍ଠା ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ପୁସ୍ତକମେଳାର ଆବଶ୍ୟକତା ଉପରେ ଆଲୋଚନା କରି କହିଲେ ପୁସ୍ତକ ପଢିଲେ ଜ୍ଞାନ ବୃଦ୍ଧି ହେବା ସହିତ ଜଣେ ଶାନ୍ତ, ସରଳ ସ୍ୱଭାବର ହୋଇପାରିବ । ଏହି ପରିପ୍ରେକ୍ଷୀରେ ପୁସ୍ତକ ମେଳାର ବାର୍ଷିକ ପତ୍ରିକା ‘ସବୁଜ ସ୍ୱପ୍ନ’ ଏବଂ ଦେବାଶିଷ ପାଣିଗ୍ରାହୀଙ୍କର ଉପନ୍ୟାସ ‘ତ୍ରିବିଧ’ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଉନ୍ମୋଚନ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶିଷ୍ଟ ସାହିତି୍ୟକ ତଥା ଐତିହାସିକ ଭାବରେ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ପାଇକରାୟ, ବିଶିଷ୍ଟ ବିଜ୍ଞାନ ଲେଖକ ତଥା ବୈଜ୍ଞାନିକ ପ୍ରଫେସର ରାଜ କିଶୋର ପରମଗୁରୁ ଓ ବିଶିଷ୍ଟ ଲେଖିକା ଭାଗ୍ୟଲିପି ମଲ୍ଲଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ତଥା ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

କମିଟିର ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ଖୋର୍ଦ୍ଧାର ସମସ୍ତ ଶିକ୍ଷାବିତ୍ ଓ ବୁଦ୍ଧିଜୀବିମାନେ ଏହି ମେଳାକୁ ସଂପୂର୍ଣ୍ଣ ସହଯୋଗ କରିଆସୁଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାଯ୍ୟକ୍ରମରେ ସହସଂପାଦକ ବିନୋଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଖ୍ୟ ସଂଯୋଜକ ଡକ୍ଟର ଧୀରେନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ଆଠ ଦିନ ଧରି ପୁସ୍ତକ ମେଳା ପରିସରରେ ହୋଇଯାଇଥିବା ସମସ୍ତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସ୍ମୃତି ଶୋଭନ ରାଉତ ବନେ୍ଦ ମାତରମ୍ ଗାନ କରିଥିଲେ । ଏହି ପୁସ୍ତକ ମେଳାରେ ବିଦ୍ୟାପୁରୀ, ପକ୍ଷୀଘର, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ରାଧାନାଥ ପୁସ୍ତକ ପ୍ରକାଶନ ସଂସ୍ଥା ସମେତ ୬୫ଟି ଷ୍ଟଲ୍ରେ ୫୦ରୁ ଉଦ୍ଧ୍ୱର୍ ପୁସ୍ତକ ପ୍ରକାଶକ ଓ ବିତରକ ସଂସ୍ଥା ଯୋଗ ଦେଇଥିଲେ ବୋଲି ଆବାହକ ନରେନ୍ଦ୍ର ପୃଷ୍ଟି କହିଛନ୍ତି । ପୁସ୍ତକ ମେଳାର ଏହି ଅନ୍ତିମ ଦିବସରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖାଯାଇଥିଲା ।

ଏହି ଉଦଯାପନୀ ସନ୍ଧ୍ୟାର ପ୍ରଥମ ଅଧିବେଶନରେ ଖୋର୍ଦ୍ଧା ନାଗରିକ କଲ୍ୟାଣ ପରିଷଦ ପକ୍ଷରୁ ଅମୂଲ୍ୟକୃଷ୍ଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ‘ଗଢିବା ଖୋର୍ଦ୍ଧା ସହର ସରସ ସୁନ୍ଦର’ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କୃପାସିନ୍ଧୁ ମିଶ୍ର, ମୁଖ୍ୟବକ୍ତା ଭାବରେ ସ୍ତମ୍ଭାକାର ଭାଗୀରଥି ମହାସୁଆର, ଆଇନିଜୀବି ଶକ୍ତି ଶଙ୍କର ମିଶ୍ର, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଖୋର୍ଦ୍ଧାର ସମସ୍ୟା ଓ ସାମଗ୍ରିକ ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

Share in top social networks!