ଶିଳ୍ପାନୁଷ୍ଠା ଏବଂ କର୍ପୋରେଟ ହାଉସ ଏଚ୍.ଆର୍ ଏବଂ ସି.ଏସ୍.ଆର କର୍ମକର୍ତାମାନଙ୍କ ରାଜ୍ୟସ୍ଥରୀୟ କର୍ମଶାଳା

aratiଆସନ୍ତା ୨୦୨୦ ମସିହା ସୁଦ୍ଧା ନୂତନ ଏଚ୍.ଆଇ.ଭି / ଏଡସ୍ ଆକ୍ରାନ୍ତକୁ ଶୂନ୍ୟ ସ୍ଥରକୁ ଆଣିବା ଲାଗି ରହିଥିବା ଲକ୍ଷ୍ୟ ହାସଲ ଦିଗରେ ସବୁ ସ୍ଥରରେ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା କହିଛନ୍ତି । ଆଜି ଭୁବନେଶ୍ୱର ଠାରେ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ତରଫରୁ ବିଭିନ୍ନ ଶିଳ୍ପାନୁଷ୍ଠାନ ଏବଂ କର୍ପୋରେଟ ସେକ୍ଟରଗୁଡିକ ସେମାନଙ୍କ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମରେ ଏଚ୍.ଆଇ.ଭି / ଏଡସକୁ ଅଗ୍ରାଧିକାର ଦେବା ପାଇଁ ଆୟୋଜିତ ରାଜ୍ୟସ୍ଥରୀୟ କର୍ମଶାଳାକୁ ଉଦ୍ଘାଟନ କରି ପ୍ରମୁଖ ସଚିବ ଶ୍ରୀମତୀ ଆହୁଜା କହିଛନ୍ତି ଯେ ୧୫-୧୬ ବର୍ଷ ତଳେ ଏଚ୍.ଆଇ.ଭି / ଏଡସ୍ ଏକ ମହାମାରୀ ଭାବେ ଉଭା ହୋଇଥଲା । ବର୍ତମାନ ପରିସ୍ଥିତି ବଦଳିଛି । ତଥାପି ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ସେଥି ପାଇଁ ଆମକୁ ଆମର କାର୍ଯ୍ୟକ୍ରମ ଗୁଡିକୁ ଅଧିକ ତ୍ୱରାନ୍ୱିତ କରାଯିବାର ଆବଶ୍ୟକତା ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ହାର ହ୍ରାସ ପାଇଛି । ଏକଦା ଓଡିଶାର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ବର୍ତମାନ ଆକ୍ରାନ୍ତଙ୍କ ହାର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ବିଭିନ୍ନ ଶିଳ୍ପାନୁଷ୍ଠାନ ମାନଙ୍କରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏଚ୍.ଆଇ.ଭି / ଏଡସ୍ ସମେତ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦେବା ସଂପୃକ୍ତ ଶିଳ୍ପାନୁଷ୍ଠାନ ଏବଂ କର୍ପୋରେଟ ହାଉସ ମାନଙ୍କର ଗୁରୁଦାୟିତ୍ୱ । କେବଳ ଶ୍ରମିକ ନୁହଁନ୍ତି , ସେମାନଙ୍କ ପରିବାର ବର୍ଗଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଏବଂ କେହି ଯେପରି ଏଚ୍.ଆଇ.ଭି / ଏଡସ୍ ଆକ୍ରାନ୍ତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା ସହ ସେମାନେ ସେମାନଙ୍କର ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମରେ ଏହାକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଯଦିଓ ଓଡିଶାରେ ଆକ୍ରାନ୍ତଙ୍କ ହାର କମ୍ ତଥାପି ଏହା ଆଶଙ୍କା ପ୍ରବଣ ରାଜ୍ୟ ଭାବେ ପରିଗଣିତ । ସେଥି ପାଇଁ ଆମକୁ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ହେବ ।
ୟୁନିସେଫ୍ ଓଡିଶା ମୁଖ୍ୟ ୟରମକ୍ଟ ବେ ଶିଶୁମାନଙ୍କୁ ଏଚ୍.ଆଇ.ଭି / ଏଡସ୍ ସଂକ୍ରମଣରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଆରୋପକରି କର୍ପୋରେଟ ହାଉସ ଗୁଡିକ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ଶିଳ୍ପ ବିଭାଗ ଯୁଗ୍ମ ସଚିବ ମନୋଜକୁମାର ପଟ୍ଟନାୟକ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡିକ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହାୟତା ଓ ସହେଯାଗର ହାତ ବଢାଇବା ପାଇଁ କହିଥିଲେ ।
ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ପ୍ରକଳ୍ପ ନିଦେ୍ର୍ଧଶକ ବାସୁଦେବ ବାହିନୀପତି ସ୍ୱାଗତ ଭାଷଣ ପ୍ରଦାନ କରି ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଡାଃ ସି.ପି ଦାସ , ଯୁଗ୍ମ ନିଦେ୍ର୍ଧଶକ( ଆଇ.ଇ.ସି ) ଡାଃ ତ୍ରିପତି ମିଶ୍ର , ୟୁ.ଏନ୍.ଡି.ପି ଓଡିଶା ମୁଖ୍ୟ ଡାଃ ଅମ୍ବିକା ନନ୍ଦଙ୍କ ସମେତ ୩୨ ଶିଳ୍ପସଂସ୍ଥା ଓ କର୍ପୋରେଟର ପଦାଧିକାରୀମାନେ ଯୋଗ ଦେଇଥିଲେ ।

Share in top social networks!