କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୋଜାମ୍ବିକ୍ ଗସ୍ତ

dpdpକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ତିନିଦିନିଆ ମୋଜାମ୍ବିକ ଗସ୍ତରେ ଯାଇଛନ୍ତିା ମୋଜାମ୍ବିକର ତୈଳମନ୍ତ୍ରୀ ସମେତ ଦେଶର ଅନ୍ୟାନ୍ୟ ନେତୃତ୍ୱ ତଥା ତୈଳ, ଗ୍ୟାସ, ଏବଂ ଅନ୍ୟାନ୍ୟ ଅନୁସଙ୍ଗିକ କ୍ଷେତ୍ରରେ ଦୁଇଦେଶର ଦ୍ୱିପାକ୍ଷିକ
ସ୍ୱାର୍ଥ ସଂବନ୍ଧିତ ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛିା

ପୂର୍ବ ଆଫ୍ରିକାର ପ୍ରାକୃତିକ ସଂପଦରେ ଭରପୁର ଏହି ଦେଶସହ ଭାରତର ଉତ୍ତମ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ସହ ଦୁଇଦେଶ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ଦୀର୍ଘଦିନ ହେଲା ରହିଆସିଛିା ଏଠାରେ ଭିତ୍ତିଭୂମି ବିକାଶ ଦିଗରେ ଭାରତର ସରକାରୀ ଏବଂ ବେସରକାରୀ କମ୍ପାନୀମାନେ ପୁଞ୍ଜିନିବେଶ କରିବା ସହ ତୈଳ, ଗ୍ୟାସ, ଅଟୋମୋବାଇଲ, ବନ୍ଦର ଇତ୍ୟାଦି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସୁଛନ୍ତିା ଭାରତର ସରକାରୀ ତୈଳ ଓ ଗ୍ୟାସ କମ୍ପାନୀମାନେ ଏଠାରେ ପ୍ରଚୁର ପୁଞ୍ଜି ବିନିଯୋଗ କରିଛନ୍ତିା ଶ୍ରୀ ପ୍ରଧାନଙ୍କ ସହ କନଫେଡେରେସନ୍ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବ୍ୟବସାୟୀ ପ୍ରତିନିଧ# ମଣ୍ଡଳ ମଧ୍ୟ ମୁଜାମ୍ବିକ ଗସ୍ତରେ ଯାଇଛନ୍ତିା ଏହି ପ୍ରତିନିଧ#ମଣ୍ଡଳ
ମୁଜାମ୍ବିକ ସରକାର ତଥା ସେଠାର ଶିଳ୍ପ ଜଗତ ସହ କଥାବାର୍ତ୍ତା ହେବାସହ ଉଭୟ ଦେଶ ମଧ୍ୟରେ ଥ#ବା ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ କରିବାକୁ ଚେଷ୍ଟା କରିବୋ ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନ୍ୟାନ୍ୟ ବ୍ୟବସାୟିକ ପ୍ରସଙ୍ଗ ସହ ଉଭୟ ଦେଶ
ମଧ୍ୟରେ ଶକ୍ତିକ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ବିଶେଷ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛିା

Share in top social networks!