ଆମେ ଆହୁରୀ ଶକ୍ତିଶାଳି ହୋଇଛୁ : ବିଜେପି

ପୈାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପୌର ଜନମତକୁ ବିଜେପି ନମ୍ରତାର ସହ ଗ୍ରହଣ କରିଥିବାବେଳେ ବିଜେପିକୁ ସମର୍ଥନ ଦେଇଥିବା ଭୋଟର, କାର୍ଯ୍ୟକର୍ତା ଓ ନେତାମାନଙ୍କୁ ଦଳ ପକ୍ଷରୁ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ ଧନ୍ୟବାଦ ଅର୍ପଣ କରିଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତିଯେ, ଓଡିଶାରେ ବିଜେପି ଆଗାମୀ ଦିନ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ସହ ବିକଳ୍ପ ଭାବେ ଉଭା ହୋଇଛି । କଂଗ୍ରେସ ଅପେକ୍ଷା ବିଜେପି ଅଧିକ ଭୋଟ୍ ଓ ଆସନ ପାଇବାରେ ସକ୍ଷମ ହୋଇପାରିଛି ।

ଫଳରେ କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ବିଜେପି ଯେଉଁ ଲକ୍ଷ୍ୟ ରଖିଛି ସେଥିରେ ଆମେ ଆଉ କେଇପାଦ ଆଗେଇ ପାରିଛୁ । କନ୍ଧମାଳ ଉପନିର୍ବାଚନ ହେଉକି ଚଳିତ ପୌର ନିର୍ବାଚନ ହେଉ, କଂଗ୍ରେସ ବର୍ତମାନ ତୃତୀୟ ସ୍ଥାନରେ ରହିଛି ଏବଂ ବିଜେପି ବିକଳ୍ପ ଭାବେ ଉଭା ହୋଇଛି । ଆଗାମୀ ଦିନରେ ଆମେ ଆମର ତ୍ରୁଟି ସୁଧାରିବା ସହ ଦଳକୁ ଆହୁରି ମଜଭୁତ୍ କରିବାର ଆବଶ୍ୟକତା ରହିଛି । ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ପରେ ନୂତନ ରଣନୀତି ସହ ଆମେ ଦଳକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ନେବାକୁ ଶ୍ରୀ ସିଂହଦେଓ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Share in top social networks!