ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା “ମିଶନ ଇନ୍ଦ୍ରଧନୁସ୍” ଶୁଭାରମ୍ଭ

atanuଆଜି “ମିଶନ ଇନ୍ଦ୍ରଧନୁସ୍” ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ଶିଶୁଭବନ ଡିସ୍ପେନସାରୀ ପରିସରରେ ଆୟୋଜିତ ରାଜ୍ୟସ୍ଥରୀୟ ତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ପ୍ରତିବର୍ଷ ଜନ୍ମ ଗ୍ରହଣ କରୁଥିବା ଶିଶୁଙ୍କ ମଧ୍ୟରୁ ଏକ ତୃତୀୟାଂଶ ଶିଶୁ ଆଦୌ ଟୀକା ନେଇ ପାରନ୍ତି ନାହିଁ କିମ୍ବା ଟୀକାକରଣ ସମ୍ପୂର୍ଣ୍ଣ କରିନ୍ତି ନାହିଁ ।

ଏହି ଟୀକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ୭ଟି ଜୀବନନାଶକାରୀ ରୋଗ ଯଥା କଣ୍ଠଅଳତୀ , ଲହରକାଶ , ଟୀଟାନସ୍ , ପୋଲିଓ , ଯକ୍ଷ୍ମା , ମିଳିମିଳା ଏବଂ ହେପାଟାଇଟିସ୍-ବି ଆଦିରୁ ରକ୍ଷା ମିଳିଥାଏ । ଶିଶୁମୃତ୍ୟୁ ଏବଂ ବିକଳାଙ୍ଗତାକୁ ରୋକିବା ଦିଗରେ ଟୀକାକରଣ ହେଉଛି ସବୁଠାରୁ ମିତବ୍ୟୟୀ ଜନସ୍ୱାସ୍ଥ୍ୟ ଭିତିକ ଉପାୟ । ଆଦୌ ଟୀକା ନେଉନଥିବା କିମ୍ବା ଟୀକାକରଣରୁ ବାଦ ପଡୁଥିବା ଶିଶୁମାନଙ୍କୁ ଆଖିଆଗରେ ରଖି ମିଶନ ଇନ୍ଦ୍ରଧନୁସ୍ ପରିକଳ୍ପନା କରାଯାଇଛି । ଆଜିଠାରୁ ପ୍ରତି ମାସରେ ୭ ଦିନ ଲେଖା ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ୧୦ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ । ଏହି ୧୦ ଟି ଜିଲ୍ଲା ହେଉଛି ବୌଦ୍ଧ , ଗଜପତି , ଗଞ୍ଜାମ , ନବରଙ୍ଗପୁର , ଖୋର୍ଦ୍ଧା , କୋରାପୁଟ , ମାଲକାନଗିରି , ନୂଆପଡା , ରାୟଗଡା ଏବଂ କନ୍ଧମାଳ । ଏହି ଜିଲ୍ଲା ଗୁଡିକର ଦୁର୍ଗମ ତଥା ଅପହନ୍ଚ ଅନ୍ଳମାନଙ୍କରେ ଆଦୌ ଟୀକା ନେଇନଥିବା କିମ୍ବା ସମ୍ପୂର୍ଣ୍ଣ ଟୀକାକରଣ ହୋଇ ନଥିବା ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯିବ । ଟୀକାକରଣ ମାଧ୍ୟମରେ ପିଲା ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସେମାନଙ୍କୁ ସୁସ୍ଥ ସବଳ କରିବା ନିମନ୍ତେ ଏହି ଅଭିଯାନ ଆରମ୍ଭ କରାଯାଇଛି ।

ଏଥି ନିମନ୍ତେ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ସେହି ସବୁ ଜିଲ୍ଲାରେ ଦୁର୍ଗମ , ଅପହନ୍ଚ ଅଂଚଳ ସମେତ ଯେଉଁ ସବୁ ଅଂଚଳ ମାନଙ୍କରେ ମିଳିମିଳା ଆଦି ବିଭିନ୍ନ ପ୍ରକାର ରୋଗରେ ବହୁଳ ଭାବେ ଆକ୍ରାନ୍ତ ହେଉଥିବେ , ସଂପୃକ୍ତ ଅଂଚଳରେ ଏ.ଏନ୍.ଏମ୍ ୩ମାସରୁ ଅଧିକ ସମୟ ଛୁଟିରେ ଥିବେ କିମ୍ବା ପଦବି ଖାଲି ରହିଥିବ , ଲଗାତାର ଭାବେ ୩ ଥର ସେହି ଅଂଚଳରେ ଟୀକାକରଣ କାର୍ଯ୍ୟକ୍ରମ କରାଯାଇନଥିବ କିମ୍ବା ଟୀକାକରଣ ହାର କମ୍ ରହିଥିବ,ସେହିରି ଅଂଚଳ ଗୁଡିକରେ ଏହାକୁ ସଠକ୍ କାର୍ଯ୍ୟକାରୀ କରାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ଉପରୋକ୍ତ ୧୦ ଟି ଜିଲ୍ଲାର ୫୧୩୭ ଗାଁ , ପଡା ବା ବସ୍ତିରେ ପ୍ରାୟ ଏକ ଲକ୍ଷ ୫୦ ହଜାରରୁ ଉଦ୍ଧ୍ୱର୍ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଏଥିପାଇଁ ଜଣେ ଏ.ଏନ୍.ଏମ୍ଙ୍କ ସହ ଜଣେ ଆଶା ଓ ଜଣେ ଅଙ୍ଗନବାଡି କର୍ମୀଙ୍କୁ ନେଇ ଗୋଟିଏ ଲେଖା ଦଳ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିବ ।
ଉଦ୍ଘାଟନୀ ଉ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧଶିକା ରୂପା ମିଶ୍ର , ପରିବାର କଲ୍ୟାଣ ନିର୍ଦ୍ଧଶିକା ଡାଃ ନିର୍ମଳା କୁମାରୀ ଦେଇ , ୟୁନିସେଫ୍ ଓଡିଶା ମୁଖ୍ୟ ଉମି ବେ ଏବଂ ରାଜ୍ୟ ଟୀକାକରଣ ଅଧିକାରୀ ଡାଃ ରଞ୍ଜନା ପଟ୍ଟନାୟକଙ୍କ ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!