ରାଜ୍ୟ ବିଜେପିର ୩୬ ତମ ପ୍ରତିଷ୍ଠା ଦିବସ ପାଳିତ

bjpodishaଭାରତୀୟ ଜନତା ପାର୍ଟି ପକ୍ଷରୁ ୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ସଭାପତି କନକ ବର୍ଦ୍ଧନ ସିଂଦେଓ ଓ ପାର୍ଟିର ପ୍ରଥମ ସଭାପତି ବିଶ୍ୱଭୂଷଣ ହରିଚନ୍ଦନ ଦଳୀୟ ପତାକା ଉତୋଳନ କରି ଏହି ଅବସରର ଶୁଭ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ କହିଲେଯେ, ୧୯୮୦ ମସିହା ଅପ୍ରେଲ ୬ରେ ବିଜେପି ପ୍ରତିଷ୍ଠା ହୋଇଥିଲା । ଏକ ଛୋଟିଆ ସଂଗଠନରୁ ଆରମ୍ଭ ହୋଇଥିବା ବିଜେପି ଆଜି ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ଦଳ ଭାବେ ଉଭା ହେବାକୁ ଯାଉଛି । ବିଜେପି କାର୍ଯ୍ୟକର୍ତାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦଳର ବରିଷ୍ଠ ନେତାଙ୍କ ମାର୍ଗଦର୍ଶନ ଦଳକୁ ଆଜି ସୁଦୃଢ଼ କରିଛି । ଏବେ ରାଜ୍ୟ ବିଜେପିର ସଭ୍ୟ ସଂଖ୍ୟା ୩୦ ଲକ୍ଷ ଟପିଥିବାବେଳେ ଆଜି ବିଶ୍ୱର ବୃହତମ ଦଳ ଭାବେ ବିଜେପି ଉଭା ହୋଇଛି । ଆଗାମୀ ଦିନରେ ଓଡ଼ିଶାର ବିକାଶ ଓ ବିଜେଡ଼ି ସରକାରଙ୍କୁ ହଟାଇବା ପାଇଁ କାର୍ଯ୍ୟକର୍ତାମାନେ ସଂକଳ୍ପ ନେବାକୁ ଶ୍ରୀ ସିଂହଦେଓ ଆହ୍ୱାନ ଦେଇଥିଲେ ।
ବହୁ ସଂଖ୍ୟାରେ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତା ଓ ନେତାମାନେ ପାର୍ଟିର କାର୍ଯ୍ୟାଳୟ ନିକଟସ୍ଥ ଦୀନ ଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ରାଜ୍ୟ କାର୍ଯ୍ୟାଳୟ କୁଶାଭାଉ ଠାକ୍ରେ ଭବନଠାରେ ରାଜ୍ୟ ସଭାପତି ଶ୍ରୀ ସିଂହ୍ଦେଓ ଏକ ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ରକ୍ତଦାନ କରିଥିଲେ । ଏହି ଶିବିରରେ ପରେ ଶତାଧିକ ପାର୍ଟିର କାର୍ଯ୍ୟକର୍ତାମାନେ ରକ୍ତଦାନ କରିଥିଲେ । ଏହି ପ୍ରତିଷ୍ଠା ଦିବସ ଉସôବରେ ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପ୍ରସନ୍ନ କୁମାର ମିଶ୍ର, ସାରଦା ପ୍ରସାଦ ଶତପଥୀ, ନୟନ କିଶୋର ମହାନ୍ତି, ପୃଥୀରାଜ ହରିଚନ୍ଦନ, ସଜ୍ଜନ ଶର୍ମା, ଡଃ ଯତୀନ ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ, ଦିଲ୍ଲିପ୍ ମହାନ୍ତି, ଜଗନ୍ନାଥ ପ୍ରଧାନ, ଗୋଲକ ମହାପାତ୍ର, ଅମୀୟ ଦାଶ, ମହେଶ ମହାନ୍ତି, ବିଜେପି ବାର୍ତା ମୁଖ୍ୟ ସଂପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍, ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ ଆଦି ବହୁ ଦଳୀୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

Share in top social networks!