ବିଶ୍ୱ ସମ୍ବାଦକେନ୍ଦ୍ର,ଓଡିଶା ତରଫରୁ ପ୍ରକାଶିତ ଦେବଭୂମି ବାର୍ଷିକ ବିଶେଷାଙ୍କର ‘ନବକଳେବର’ ସଂଖ୍ୟା ଉନ୍ମୋଚନ

nabakalebarବହୁଭାଷି ସମ୍ବାଦ ସରବରାହ ସଂସ୍ଥା ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ସବୁ ବର୍ଷ ପରି ଏବର୍ଷ ମଧ୍ୟ ‘ଦେବଭୂମି’ ସ୍ମରଣିକା ପ୍ରକାଶ ପାଇଛି । ଏହି ବିଶେଷ ସଂଖ୍ୟାଟିର ବିଷୟ ‘ନବକଳେବର’ ରଖାଯାଇଛି । ଶ୍ରୀ ମହାପ୍ରଭୂଙ୍କ ନବକଳେବର ଉପରେ ଗବେଷଣା ଭିତ୍ତିକ ଉଚ୍ଚମାନର ଲେଖା,ପରମ୍ପରା ସଂପର୍କରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଲେଖା ଏଥିରେ ସ୍ଥାନ ପାଇଛି । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଶ୍ରୀ ଜଗନ୍ନାଥଙ୍କ ନବକଳେବରର ଐତିହ୍ୟ,ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଶ୍ରୀଜଗନ୍ନାଥଙ୍କ ନବକଳେବର ଓ ମାଦଳାପାଞ୍ଜô, ସୁନୀଲ କୁମାର ରଥଙ୍କ ନବକଳେବରରେ ବହିର୍ବନଯାଗ ବିଧି,ଡକ୍ଟର ଭାସ୍କର ମିଶ୍ରଙ୍କ ନବକଳେବର ଅନ୍ତଃ ବନଯାଗ ବିଧି, ମହୀମୋହନ ତ୍ରିପାଠୀଙ୍କ ନବକଳେବର(୧୯୯୬), ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟଙ୍କ ମଳମାସରେ ନବକଳେବରର ଶାସ୍ତ୍ରୀୟ ବିଧାନ, ଡକ୍ଟର ପଦ୍ମନାଭଙ୍କ ମହାପାତ୍ରଙ୍କ ନବକଳେବର ବିଧାନରେ ଶ୍ରୋତ୍ରୀୟ ବ୍ରାହ୍ଣଣଙ୍କର ଭୂମିକା, ଅସିତ ମହାନ୍ତିଙ୍କ ଶ୍ରୀନୃସିଂହ, ନିଦ୍ରାଘଟ, ନ୍ୟାସଦାରୁ ଓ ନବକଳେବର ,ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କ ନବକଳେବର ମୃତୁ୍ୟ ରହସ୍ୟ, ଇଂ ନିରାକାର ମହାଳିକଙ୍କ ଇତିହାସରେ ନବକଳେବର, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପୂର୍ଣ୍ଣବ୍ରହ୍ମ ପୁରୁଷୋତ୍ତମ,ସୁନୀଲ ରଥଙ୍କ ନବକଳେବର ବିଧାନରେ ଅନନ୍ୟ ପରମ୍ପରା ଆଦି ସ୍ଥାନ ପାଇଛି । ଏହି ପୁସ୍ତକର ସଂପାଦନା ମଣ୍ଡଳୀରେ ଅଛନ୍ତି ରଘୁନାଥ ପତି,ରବି ନାରାୟଣ ପଣ୍ଡା,ଡକ୍ଟର ଭାସ୍କର ମିଶ୍ର,ନିରଞ୍ଜନ ନାୟକ,ସୌମେନ୍ଦ୍ର ଜେନା ଓ ସୁମନ୍ତ କୁମାର ପଣ୍ଡା ।
ଏପ୍ରିଲ ୫ ତାରିଖ ଦିନ ସକାଳ ୧୧ ଘଟିକା ସମୟରେ ସ୍ଥାନୀୟ ୟୁନିଟ-୩ ପ୍ରଦର୍ଶନୀ ପଡିଆ ନିକଟସ୍ଥ ବୁଦ୍ଧ ମନ୍ଦିର,କଳିଙ୍ଗ ବୁଦ୍ଧବିହାର,ୟୁନିଟ-୯ ଠାରେ ଉକ୍ତ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଲୋକର୍ପଣ ଉତ୍ସବରେ ଓଡିଶାର ବରିଷ୍ଠ ସ୍ତମ୍ଭଲେଖକ ତଥା ପୌରୁଷ ର ସମ୍ପାଦକ ଶ୍ରୀ ଅସିତ୍ ମହାନ୍ତି,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ୍ ପ୍ରସାଦ ନନ୍ଦ ଓ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶାର ସଭାପତି ଶ୍ରୀ ରଘୁନାଥ ପତି ଯୋଗଦେଇ ପୁସ୍ତକର ଉନ୍ମୋଚନ କରିଥିଲେ । ସୁମନ୍ତ କୁମାର ପଣ୍ଡା ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ୱ ସମ୍ବାଦ କେନ୍ଦ୍ରର ସମ୍ପାଦକ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସହ ସଂପାଦକ ସବ୍ୟସାଚୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Share in top social networks!