୫ମ ରାଜ୍ୟସ୍ତରୀୟ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ

lokakalaଲୋକକଳା ହେଉଛି ଲୋକ ସଂସ୍କୃତିର ଜୀବନ୍ତ ବାର୍ତ୍ତାବହ । ଓଡ଼ିଶା ହେଉଛି କଳା, ସଂସ୍କୃତି ଗନ୍ତାଘର । ନିଜ କଳା, ସଂସ୍କୃତି ପାଇଁ ପ୍ରସିଦ୍ଧ ଉକ୍ରଳ । ରାଜ୍ୟର, ନୃତ୍ୟ, ସଙ୍ଗୀତ, ନାଟକ ରାଜ୍ୟକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଗାଁ ଗହଳିରେ ଥିବା କଳାକାରମାନେ କଳାକୁ ବଞ୍ଚାଇ ରଖିଛନ୍ତି । ତେଣୁ ସେମାନଙ୍କ ଅବଦାନକୁ କଦାପି ଭୁଲି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୫ମ ରାଜ୍ୟସ୍ତରୀୟ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦ୍ଘାଟନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି । ତିନିଦିନ ବ୍ୟାପୀ ସଂସ୍କୃତି ବିଭାଗ ପକ୍ଷରୁ ଉକ୍ରଳ ମଣ୍ଡପଠାରେ ଅନୁଷ୍ଠିତ ଏହି ମହୋତ୍ସବରେ ପ୍ରତି ସନ୍ଧ୍ୟା ୬ଘଟିକାରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ କଳା ପରିବେଷଣ କରିବେ । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୩୦ଟି ଦଳ ଯୋଗଦେବେ । ପ୍ରତ୍ୟେକ ଦଳକୁ ପରିବେଷଣ ପାଇଁ ୧୫ରୁ ୨୦ମିନିଟ୍ ଲେଖାଏଁ ସମୟ ଦିଆଯିବ । ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ଲୋକକଳାର ପ୍ରଚାର ପ୍ରସାର ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ଏହାବ୍ୟତୀତ୍ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ଖୁବ୍ ଶୀଘ୍ର ନଗର କଳା ସଂସ୍କୃତି ସଂଘ(ଏନ୍କେଏସ୍ଏସ୍) ଗଠନ ହେବ । ରାଜ୍ୟର ଆଠଟି ସ୍ଥାନରେ ଏହି ସଂଘ ଗଠନ ହେବ । ଯେଉଁ ସହରରେ ୧ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣ ବାସ କରୁଥିବେ ସେଠି ଏହି ସଂଘ ଗଠନ ହେବ ।
ଉଦ୍ଘାଟନ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତି କାର୍ଯ୍ୟକ୍ରମ । ପ୍ରଥମ ସନ୍ଧ୍ୟାରେ ଗଞ୍ଜାମର ‘ଯୋଡି ଶଙ୍ଖ’, ପୁରୀର ‘ରାମ ଲୀଳା’, କଟକର ‘ସଂକୀର୍ତ୍ତନ’, ଖୋର୍ଦ୍ଧାର ‘ପାଇକ ଆଖଡ଼ା’, ସୁନ୍ଦରଗଡ଼ର ‘ପାରମ୍ପରିକ ନୃତ୍ୟ’, କଳାହାଣ୍ଡିର ‘ଘୁମୁରା’, ମୟୂରଭଞ୍ଜର ‘ଛଉ’, ସମ୍ବଲପୁରର ‘ସମ୍ବଲପୁରୀ ନୃତ୍ୟ’, କନ୍ଧମାଳର ‘ଧାଙ୍ଗଡ଼ା, ଧାଙ୍ଗିଡ଼ି’, ବରଗଡ଼ର ‘ସଞ୍ଚାର ନୃତ୍ୟ’ ପରିବେଷିତ ହୋଇଥିଲା । ଉଦ୍ଘାଟନ ଉତ୍ସବରେ କଳାକାରଙ୍କ ଦ୍ୱାରା ଏକ ସାଂସ୍କୃତିକ ଶୋଭାଯାତ୍ରା ରବୀନ୍ଦ୍ର ମଣ୍ଡପରୁ ବାହାରି ଉକ୍ରଳ ମଣ୍ଡପକୁ ଆସିଥିଲା । ଶହ ଶହ ସଂଖ୍ୟାରେ କଳାକାର ଏଥିରେ ଯୋଗଦେଇ କଳା ପରିବେଷଣ କରିଥିଲେ । ଏହି ଅବସରରେ ଏକ ଲୋକକଳା ସମ୍ପର୍କିତ ଏକ ସ୍ମରଣୀକା ଉନ୍ମୋଚିତ ହେବା ସହିତ ସନ୍ଧ୍ୟାରେ ନୃତ୍ୟ, ଗୀତ ପରିବେଷଣ କରିଥିବା ୧୦ଟି ଦଳର ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗ ତରଫରୁ ଅତିଥିଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭିନ୍ନ ଏକ ଆକର୍ଷଣ ରହିଛି ସଙ୍ଗୀତ ଗଛ(ମୁ୍ୟଜିକ୍ ଟ୍ରୀ) । ଉଦ୍ଘାଟନୀ ସନ୍ଧ୍ୟାରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ । ସଂସ୍କୃତି ବିଭାଗ ନିଦେ୍ର୍ଧଶକ ସୁଶୀଲ କୁମାର ଦାସ ଶେଷରେ ଧନ୍ୟବାଦ ଦେଇଥିଲେ । ସଂସ୍କୃତି ବିଭାଗ ଉପନିଦେ୍ର୍ଧଶକ ଭବାନୀପ୍ରସାଦ ରାୟ, ବିଭାଗୀୟ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share in top social networks!