“ରାଜ୍ୟ ମାଗିବା ଓ କେନ୍ଦ୍ର ଦେବା”ର ଯୁଗ ଶେଷ

11091469_1588979327985745_488163720227925923_nକେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର ଗଠିତ ହେବାପରେ “ରାଜ୍ୟ ମାଗିବା ଓ କେନ୍ଦ୍ର ଦେବା”ର ଯୁଗ ଶେଷ ହୋଇଯାଇଛି । ଆଗରୁ ଯେପରି ଖଣି ରୟାଲଟି ବୃଦ୍ଧି, ପ୍ରତି ବଜେଟ୍ ପୂର୍ବରୁ ରାଜ୍ୟର ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଗସ୍ତ କରି ଅଧିକ ଆର୍ଥିକ ସହାୟତା ପାଇଁ ତଥା ଅନ୍ୟାନ୍ୟ ବିକାଶ ମୂଳକ ଯୋଜନା ନିମନ୍ତେ ଭିତିିଭୂମି ପ୍ରସ୍ତୁତି ନିମନ୍ତେ ଦିଲ୍ଲୀରେ ଚକ୍କର କାଟୁଥିଲେ, ସେ ଯୁଗ ଶେଷ ହୋଇଯାଇଛି । ଏବେ କେନ୍ଦ୍ର ସରକାର ପୂର୍ବାଂଚଳ ରାଜ୍ୟମାନଙ୍କର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବାରୁ ଓଡିଶାକୁ ସବୁ ପ୍ରକାର ଆର୍ଥିକ ସହାୟତା ନିଜ ତରଫରୁ ଯୋଗାଇ ଦେବେ ।
ଉକôଳ ଦିବସରେ ଭାରତର ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ କରିବା ଏବଂ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ପ୍ରମୁଖ ନେତୃ ମଣ୍ଡଳୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଓଡିଶା ଇତିହାସରେ ପ୍ରଥମ ଘଟଣା । ସେହିଭଳି ରାଜ୍ୟ ସରକାରଙ୍କ ଆଡୁ କିଛି ପ୍ରସ୍ତାବ ଦିଆଯାଇନଥିିଲେ ମଧ୍ୟ ନିର୍ବାଚନ ଗସ୍ତ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ସ୍ମରଣ କରି ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେବା ଏକ ଅଭୁତପୂର୍ବ ଘଟଣା । ସେହିଭଳି କେନ୍ଦ୍ର ସରକାର ନିଜ ଆଡୁ ରାଉରକେଲାକୁ ‘ମେକ୍ ଇନ୍ ଇଣ୍ଡିଆ’ର ପେଣ୍ଠସ୍ଥଳୀ କରିବାକୁ ଯାଉଛନ୍ତି । ଇସ୍ପାତ ହସ୍ପିଟାଲରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ଓ ହସପିଟିଲାକୁ ଏକ ସୁପର ସ୍ପେଶିଆଲିଟ୍ ହସପିଟାଲ୍ ଭାବେ ଉନ୍ନୀତ କରିବା ଘୋଷଣାଦ୍ୱାରା ରାଉରକେଲାବାସୀ ତଥା ପଶ୍ଚିମ ଓଡିଶାର ବହୁ ଦିନର ସ୍ୱପ୍ନକୁ ପୂରଣ କରିଛନ୍ତି । ୩୫ ହଜାର କୋଟି ଟଙ୍କା ଅର୍ଥ ବ୍ୟୟରେ ଇସ୍ପାତ କାରଖାନାର ଉପôାଦନ କ୍ଷମତା ୧୦ ମିଲିୟନ ଟନ୍ କୁ ବୃଦ୍ଧି କରିବାକୁ ଘୋଷଣା ରାଉରକେଲା ଇସ୍ପାତ କାରଖାନାକୁ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଇସ୍ପାତ କାରଖାନା ରୁପେ ପ୍ରତିଷ୍ଠା କରିବାରେ ସହାୟତା କରିବ ।
ପଚାଶ ପ୍ରତିଶତ ଖଣି ରାଜସ୍ୱ ବୃଦ୍ଧି ତଥା ଖଣି ନିଲାମରୁ ହଜାର ହଜାର କୋଟି ଏବେ ରାଜ୍ୟମାନଙ୍କୁ ମିଳିଛି ଓ ମିଳିବ । ସେହିଭଳି ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସହାୟତା ରାଶି ୧୦ ହଜାର କୋଟି ଟଙ୍କାରୁ ୨୫ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ । ପୂର୍ବାଂଚଳ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୋଦିିଙ୍କ ସରକାର କେନ୍ଦ୍ର ରାଜ୍ୟ ସହାୟତା ଭିତିରେ ଦେଶ ଓ ରାଜ୍ୟମାନଙ୍କର ସାମୂହିକ ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ।
ମୋଦିଜୀ ତାଙ୍କର ଅଭିଭାଷଣ ‘ଜଗନ୍ନାଥ’ ଙ୍କ ଠାରୁ ଆରମ୍ଭ କରି ‘ଜଗନ୍ନାଥ’ ଙ୍କୁ ପ୍ରଣାମ ଜଣାଇ ଶେଷ କରିବା, ଶୁଦ୍ଧ ଓଡିଆ ଉଚ୍ଚାରଣ ମାଧ୍ୟମରେ ଜନତାକୁ ପ୍ରାରମ୍ଭିକ ଉଦବୋଧନ ଦେବା ଓଡିଶାବାସୀଙ୍କୁ ମନ୍ତ୍ର ମୁଗ୍ଧ କରିଛି । ମୋଦିଜୀ ନବକଳେବର ପାଇଁ ୫୦ କୋଟି ଟଙ୍କା ମଞ୍ଜୁରୀ କରି ଶ୍ରୀ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ଭକ୍ତି ନିବେଦନ କରିଛନ୍ତି । ତେଣୁ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଗଠିତ ଏନଡିଏ ସରକାର ଓଡିଶାକୁ ଭାରତର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାକୁ ଯେ ସମସ୍ତ ସହାୟତା ଯୋଗାଇ ଦେବେ ଏଥିରେ ସନେ୍ଦହ ନାହିଁ । “ରାଜ୍ୟ ମାଗିବା ଓ କେନ୍ଦ୍ର ଦେବା”ର ଯେଉଁ ପରମ୍ପରା ଚଳିଆସୁଥିଲା ଏବେ ତାର ଅନ୍ତ ହେବାକୁ ଯାଉଛି । ଏହାଦ୍ୱାରା ଆମ ସମ୍ମାନ ଓ ସ୍ୱାଭିମାନ ସୁରକ୍ଷିତ ରହିବ ବୋଲି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

Share in top social networks!
Powered By Indic IME